ETV Bharat / state

ପ୍ରକୃତି ଉପାସକ ନିୟମଗିରି ଅଧିବାସୀ, ପାଳିତ ହେଲା ନିୟମରାଜା ପର୍ବ

ଜାନ ଯାଉ, ନିୟମଗିରି ବଞ୍ଚିଥାଉ.. ଏହି ନାରାରେ ତିନିଦିନ ବ୍ୟାପୀ ପ୍ରକମ୍ପିତ ହୋଇଥିଲା ନିୟମଗିରି ଶିଖର । ପ୍ରକୃତିର ଆଦିମ ଜନଜାତିମାନେ ମାଟିର ସୁରକ୍ଷା ପାଇଁ ପଣ ନେଇଛନ୍ତି । ପ୍ରକୃତି ସହ ଜଡିତ ନିୟମରାଜା ପର୍ବକୁ ବେଶ ଧୁମଧାମରେ ପାଳନ କରିଛନ୍ତି ଡଙ୍ଗରିଆ କନ୍ଧ । ଅଧିକ ପଢ଼ନ୍ତୁ

author img

By

Published : Feb 28, 2023, 6:51 AM IST

niyamraja festival of dangaria tribal
niyamraja festival of dangaria tribal
ପ୍ରକୃତି ଉପାସକ ନିୟମଗିରି ଅଧିବାସୀ

ଭବାନୀପାଟଣା: ପ୍ରକୃତି ଚଳଣିରେ ବନ୍ଧା କଳାହାଣ୍ଡି ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମାଜ । ଦାରୁଠୁ ଆରମ୍ଭ କରି ମାଟି, ପାଣି ଏବଂ ପବନକୁ ନିଜ ଆରାଧ୍ୟ ଦେବତା ଭାବେ ପୂଜା କରିଥାନ୍ତି । ସେ ଟୋକି ମରା ପର୍ବ ହେଉ ବା ମେରିଆ ପର୍ବ ସବୁଠି ରହିଛି ପ୍ରକୃତି ଉପାସକର ନିଚ୍ଛକ ଚିତ୍ର । ଯାହାକି ନିୟମରାଜା ପର୍ବରୁ ସ୍ପଷ୍ଟ ବାରି ହୋଇପଡ଼େ । ଆଜି ବି ପ୍ରକୃତି ପୂଜାର ପରମ୍ପରାକୁ ବଜାୟ ରଖିଛନ୍ତି ଡଙ୍ଗରିଆ ଜନଜାତି । ଭଲ ଫସଲ ଓ ସୁସ୍ଥ ରହିବା ପାଇଁ ନିୟମରାଜାଙ୍କ ପାଖରେ ଶରଣ ପଶିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡଙ୍ଗରିଆ କନ୍ଧମାନେ ରୀତିନୀତି ଅନୁଯାୟୀ ପାହାଡ ଶିଖରରେ ପାଳନ କରିଛନ୍ତି ନିୟମରାଜା ପର୍ବ । ଫେବୃଆରୀ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପର୍ବକୁ ଧୁମ୍ ଧାମ୍‌ରେ ପାଳନ କରାଯାଇଛି ।

"ନିୟମ ରାଜା ଅଛି ବୋଲି ନିୟମଗିରିର ସବୁଜିମା କ୍ଷେତରେ ଫଳୁଛିମାଣ୍ଡିଆ, କାନ୍ଦୁଲ, ମକା, ବିରି । ଚାଷୀକୁ ପାଣି ଯୋଗାଉଛି, ଶୋଷ ମେଣ୍ଟାଉଛି । ରୋଗବେମାରରେ ଚେରିମୂଳି ଦେଇ ଜୀବନ ବଞ୍ଚାଉଛି । ଏହି ଜଙ୍ଗଲ ପାହାଡ ଆମର ମାଆ ବାପା ।" ଆରାଧ୍ୟ ଦେବତା ନିୟମରାଜାକୁ ସାକ୍ଷୀ ରଖି ନିଜର ଜୀବନ ଜୀବିକା ନିୟମଗିରିକୁ ସୁରକ୍ଷିତ ରଖିବାକୁ ପଣ ନେଇଛନ୍ତି ଡଙ୍ଗରିଆ କନ୍ଧ । ପର୍ବର ପ୍ରଥମ ଦିନରେ ଛତରଟେକା ପୂଜାପୀଠରେ ବୋଦା ବଳି, କୁକୁଡା, ପାରା, ଘୁଷୁରି ଆଦି ବଳି ଦେଇଥିଲେ । ପୂଜାପୀଠ କହିଲେ ଗୋଟିଏ ପତର ଛାଉଣି, ପ୍ରକୃତି ପୂଜକ ଆଦିବାସୀଙ୍କ ଦେବତାଙ୍କ ମୂର୍ତ୍ତି ନାହିଁ ।

ରାତିସାରା ଜାନିକନ୍ଧ ଦେବାଦେବୀଙ୍କ ପୁରୁଷ ପୂଜାରୀ ଆଉ ଦିନରେ ବେଳୁଣୀ ମହିଳା ପୂଜାରୀମାନେ ନିୟମରାଜାଙ୍କ ସହିତ ପାଜେଗେଳୁ, ଜେମ୍ବୋଝନାଁ, କା-କାୱାବନ୍ଧା, ପୋକୱାଲ୍‌କା, ଗାମ୍ବରଘାଟି, ପ୍ରଭୃତି ଗ୍ରାମରେ ଥିବା ଦେବାଦେବୀଙ୍କ ନାମ ଆହ୍ବାନ କରି ପୂଜା କରିଥିଲେ । ମାଟିର ମଣିଷମାନଙ୍କୁ ଭଲ ଫସଲ ଦେବାକୁ ଏବଂ ରୋଗ ବୈରାଗ୍ୟରୁ ଦୂରେଇ ରଖିବାକୁ ପ୍ରାର୍ଥନା କରିଥିଲେ । ନିୟମଗିରି ସମେତ ଖଣ୍ଡୁଆଳ ମାଳି, ସିଜୁମାଳି, ଶାଶୁବୋହୁମାଳି, ବାଫଲିମାଳି, ଗୁଣ୍ଡିରାଣୀମାଳି, କୁଟ୍ଟମାଳି ଭଳି ପାହାଡମାନଙ୍କୁ ସୁରକ୍ଷା କରିବାକୁ ସେମାନେ ପ୍ରାର୍ଥନା କରିଥିଲେ । ନାଚଗୀତ ଓ ଭୋଜିଭାତରେ ମୁଖରିତ ହୋଇଉଠିଥିଲା ପୁରା ପରିବେଶ । ଜୀବନର ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ପାଇଁ ଲଢେଇ କରିବାକୁ ଶପଥ ନେଇଥିଲେ ଡଙ୍ଗରିଆ କନ୍ଧ । ସରକାର ଆଉ ପ୍ରଶାସନ ଯେତେ ଭୁତେଇଲେ ବି ନିୟମଗିରି ଛାଡିବୁ ନାହିଁ ବୋଲି ସେମାନେ ଆହ୍ବାନ ଦେଇଥିଲେ ।

ନିୟମଗିରିରେ ଖଣି ଖନନ ଯେ, ଡଙ୍ଗରିଆ କନ୍ଧମାନଙ୍କର କେବଳ ଜୀବନ ଜୀବିକାର ପ୍ରଶ୍ନ ନୁହେଁ । ଏଥିସହ ସେମାନଙ୍କ ଧର୍ମୀୟ ଭାବନା ବି ଜଡିତ ରହିଛି । ପ୍ରକୃତି ପ୍ରତି ଜନଜାତିଙ୍କ ବିଶ୍ବାସ ଓ ଶ୍ରଦ୍ଧାକୁ ସମସ୍ତ ସମ୍ମାନ ଜଣାଇଛନ୍ତି । କମ୍ପାନୀ ପ୍ରସଙ୍ଗରେ ନିୟମଗିରିରେ ଗ୍ରାମସଭା ଡକାଇ ଲୋକଙ୍କ ସହମତି ଲୋଡିବାକୁ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଏନେଇ ୧୨ ଟି ଗାଁରେ ଗ୍ରାମସଭା ଡକାଇଲେ, ହେଲେ ଗୋଟିଏ ବି ଡଙ୍ଗରିଆ କନ୍ଧ ନିୟମଗିରିରେ ଖଣି ଖୋଲିବାକୁ ଛାଡିଦେବା ପକ୍ଷରେ ଛିଡାହେଲେ ନାହିଁ । ଗ୍ରାମସଭାଗୁଡିକର ରାୟରେ ନିୟମଗିରିରେ ଖଣି ଖନନ ବାଦ ପଡିଲା । ପ୍ରକୃତି ପୂଜାର ଏହି ମହାନ ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି ଡଙ୍ଗରିଆ କନ୍ଧ । ବାସ୍ତବରେ, ପ୍ରକୃତି ଚଳଣିରେ ବନ୍ଧା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମାଜ ହିଁ ପ୍ରକୃତିର ପ୍ରକୃତ ଉପାସକ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.