ETV Bharat / state

ସଙ୍ଗରୋଧ କେନ୍ଦ୍ର ଛାତରୁ ଖସି ପଡ଼ିଲେ ପ୍ରବାସୀ ଓଡିଆ - ସଙ୍ଗରୋଧ କେନ୍ଦ୍ର

ଗୁରୁତର ଅବସ୍ଥାରେ ଅନ୍ତେବାସୀ ବାବୁଲା ପଲକିଆ(୩୦)ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

migrant-worker-fell-from-the-roof-of-a-quarantine-center
ସଙ୍ଗରୋଧ କେନ୍ଦ୍ର ଛାତରୁ ଖସି ପଡ଼ିଲେ ପ୍ରବାସୀ ଓଡିଆ
author img

By

Published : Jun 9, 2020, 5:39 AM IST

ରାୟଗଡା: ସଙ୍ଗରୋଧ କେନ୍ଦ୍ର ଛାତରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି ଶ୍ରମିକ। ବର୍ଷା ଯୋଗୁ ଛାତ ଉପରକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି ମୁନିଗୁଡ଼ା ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ। ଗୁରୁତର ଅବସ୍ଥାରେ ଅନ୍ତେବାସୀ ବାବୁଲା ପଲକିଆ(୩୦)ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ଚିକିତ୍ସା ପରେ ବାବୁଲାଙ୍କୁ ଲାଞ୍ଜିଗଡ଼ ବେଦାନ୍ତ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାତି ୮ଟାରେ ସଙ୍ଗରୋଧ କେନ୍ଦ୍ର ଛାତ ଉପରକୁ ପରିଶ୍ରା କରିବାକୁ ଯାଇଥିଲେ ବାବୁଲା। ବର୍ଷା ଯୋଗୁ ଛାତ ଉପରେ ଶିଉଳି ପଡ଼ିଥିବା ଅନ୍ଧାର ଯୋଗୁ ବାବୁଲା ଜାଣି ପାରିନଥିଲେ। ପରିଶ୍ରା କରୁଥିବା ସମୟରେ ଗୋଡ଼ ଖସି ଯିବାରୁ ଏକ ପିଲରକୁ ଧରି ନେଇଥିଲେ। ପିଲରକୁ ଧରି ଜୀବନ ରକ୍ଷା କରିବାରେ ବାବୁଲା ସକ୍ଷମ ହୋଇଥିଲେ ମଧ୍ୟ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ପରେ ଏକ୍ସରେ ମେସିନ୍ ଅପରେଟର ନଥିବାରୁ ବାହାରେ ଏକ୍ସରେ କରିବା ପରେ ଗୋଡ଼ ଭାଙ୍ଗିଥିବା ଜଣାପଡ଼ିଛି। ଡ. ସବ୍ୟସାଚୀ ମହାପାତ୍ର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଲାଞ୍ଜିଗଡ଼ ହସପିଟାଲକୁ ସ୍ଥାନାନ୍ତର କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.