ETV Bharat / state

ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ, ଖଟିଆରେ ବୁହା ହେଲେ ପ୍ରସୂତି

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ । ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ପ୍ରସୂତି । ଅଧିକ ପଢନ୍ତୁ...

author img

By

Published : Jan 29, 2021, 6:50 PM IST

maternal pain again in raygada
ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ,ଖଟିଆରେ ବୁହା ହେଲେ ପ୍ରସୂତି

ରାୟଗଡା: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ । ରାସ୍ତା ନଥିବାରୁ ଗାଁରୁ ୩ କିମି ଖଟିଆ ସାହାଯ୍ୟରେ ଵୋହିକି ଆଣିବା ବେଳେ ଖଟିଆରେ ଗର୍ଭବତୀଙ୍କ ପ୍ରସବ ହେଇଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ବଣ୍ଡାଦୋରା ଗାଁରେ । ସୂଚନା ଅନୁସାରେ ବଣ୍ଡାଦୋରା ଗାଁର ଲକ୍ଷ୍ମୀ ମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଫଳରେ ୧୦୨ ଆମ୍ବୁଲାନ୍ସ ଗର୍ଭବତୀଙ୍କୁ ଆଣିବା ନିମନ୍ତେ ଯାଇଥିଲା କିନ୍ତୁ ରାସ୍ତା ନଥିବାରୁ ଗାଁର ୩ କିମି ପୂର୍ବରୁ ଆମ୍ବୁଲାନ୍ସ ଅଟକି ରହିଥିଲା । ଏଣୁ ଆମ୍ବୁଲାନ୍ସ ଡ଼୍ରାଇଭର ପରକୀତ ନାୟକ ଗାଁକୁ ଯାଇ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଲକ୍ଷ୍ୟକରି ତୁରନ୍ତ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲା ।

ହେଲେ ଗାଁରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପାଇଁ କୌଣସି ସୁବିଧା ନଥିବାରୁ ଖଟିଆ ଯୋଗାଡ କରି ଗାଁ ଲୋକଙ୍କ ସାହାଯ୍ୟରେ ଖଟିଆରେ ଭାରା କରି ଆଣିବାକୁ ପଡିଥିଲା । ଲକ୍ଷ୍ମୀଙ୍କୁ ବୋହି ଆଣିବା ବାଟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ସେଠାରୁ ୧୦ କିମି ଆମ୍ବୁଲାନ୍ସରେ ଡଙ୍ଗାସିଲ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଉଭୟଙ୍କୁ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଉଭୟ ମା ଓ ଶିଶୁକନ୍ୟା ସୁସ୍ଥ ରହିଥିବା ଜଣାପଡିଛି । ତେବେ ଏସମ୍ପର୍କରେ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.