ETV Bharat / state

ନକ୍ସଲ ଦମନନୀତିକୁ ବିରୋଧ, ଓଡିଶା ଓ ପୂର୍ବ ଛତିଶଗଡ ବନ୍ଦ ନେଇ ଅଡିଓ ଟେପ୍‌ ଜାରି

ପୋଲିସର ନକ୍ସଲ ଦମନନୀତିରେ ବିଚଳିତ ହୋଇପଡିଛି ମାଓ ସଙ୍ଗଠନ । ଏହାର ପ୍ରତିବାଦରେ ଓଡିଶା ଓ ପୂର୍ବ ଛତିଶଗଡ ବନ୍ଦ ନେଇ ଅଡିଓ ଟେପ୍‌ ଜାରି କରିଛି ମାଓ ସଙ୍ଗଠନ । ଅଧିକ ପଢନ୍ତୁ...

ନକ୍ସଲ ଦମନନୀତିକୁ ବିରୋଧ
ନକ୍ସଲ ଦମନନୀତିକୁ ବିରୋଧ
author img

By

Published : Dec 24, 2020, 9:09 AM IST

ରାୟଗଡା: ଆସନ୍ତା 28 ତାରିଖ ଓଡିଶା ଓ ପୂର୍ବ ଛତିଶଗଡ ବନ୍ଦ ନେଇ ଅଡିଓ ଟେପ ଜାରି କରିଛି ମାଓ ସଙ୍ଗଠନ । କିଲା ଏବଂ ଶୁକଦେବ ଏନକାଉଣ୍ଟର ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । ଏହି ଟେପରେ କିଛି ଯୁବକଙ୍କ ସହାୟତାରେ ପୋଲିସ ନକ୍ସଲ ଦମନ ପାଇଁ ଯୋଜନା କରୁଥିବା ମାଓ ସଙ୍ଗଠନ କହିଛି ।

ନକ୍ସଲ ଦମନନୀତିକୁ ବିରୋଧ

ଏନେଇ ସିପିଆଇ(ମାଓବାଦୀ)ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି । ଓଡିଶା ସମେତ ଆସନ୍ତା 28 ତାରିଖ ଦିନ ପୂର୍ବ ଛତିଶଗଡ ବନ୍ଦ ରଖିବାକୁ ମାଓବାଦୀଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି । ପୋଲିସ ଦମନରେ ବିଚଳିତ ହୋଇ ମାଓ ସଙ୍ଗଠନ ଏପରି ଆହ୍ବାନ ଦେଇଥିବା କୁହାଯାଉଛି ।

ନକ୍ସଲଙ୍କ ହତ୍ୟାର ଜବାବ ଦିଆଯିବ ବୋଲି ଅଡିଓରେ କୁହାଯାଇଛି । କିଛିଦିନ ତଳେ ପୋଲିସ ଗୁଳିରେ 13 ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା । ଯାହାର ଜବାବ ଦିଆଯିବ ବୋଲି ମାଓ ସଙ୍ଗଠନ ପକ୍ଷରୁ ଅଡିଓ ଜାରି କରାଯାଇଛି । ସେପଟେ ଏହି ଅଡିଓ ଟେପ୍‌ ଜାରି ହେବା ପରେ ରାୟଗଡା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ ବୋଲି ଏସପି ଶର୍ବଣା ବିବେକ୍‌ ଏମ୍‌ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.