ETV Bharat / state

ରାୟଗଡା ଆସନ ପାଇଁ 7 ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ - CONGRESS

ରାୟଗଡା ବିଧାନସଭା ଆସନରେ 2ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାବେଳେ କଂଗ୍ରେସରୁ ଟିକେଟ ନପାଇ ମକରନ୍ଦ ମୁଦୁଲି ବିଦ୍ରୋହୀ ଭାବେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଦାଖଲ କରିଛନ୍ତି  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Mar 25, 2019, 10:07 PM IST

Updated : Mar 25, 2019, 10:47 PM IST

ରାୟଗଡା: ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିଲା।ତେଣୁ ସବୁଦଳର ପ୍ରାର୍ଥୀମାନେ ଆଜି ନାମାଙ୍କନ ଦାଖଲ କରିଛନ୍ତି । ରାୟଗଡା ଜିଲ୍ଲାର ରାୟଗଡା ବିଧାନସଭା ପାଇଁ ଆଜି ସବୁଦଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଭି଼ଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଶାସକ ବିଜେଡି ତରଫରୁ ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି ଲାଲବିହାରୀ ହିମିରିକା । ସେହିପରି ବିଜେପି ତରଫରୁ ବସନ୍ତ ଉଲ୍ଲାକା ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଦଳ ପକ୍ଷରୁ କାଡ୍ରକା ଆପୁଲସ୍ବାମୀ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ବହୁଜନ ସମାଜବାଦୀ ଦଳରୁ ନିର୍ବାଚନ ଲଢିବେ ପୂର୍ଣ୍ଣାବତୀ ମାଝି । ଏହାସହ ରାୟଗଡା ବିଧାନସଭା ଆସନରେ 2ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାବେଳେ କଂଗ୍ରେସରୁ ଟିକେଟ ନପାଇ ମକରନ୍ଦ ମୁଦୁଲି ବିଦ୍ରୋହୀ ଭାବେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଦାଖଲ କରିଛନ୍ତି ।

ଆଜି ସମସ୍ତ ପ୍ରାର୍ଥୀ ନିଜନିଜ ସମର୍ଥକ ଓ ଦଳୀୟ ନେତାଙ୍କ ସହ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:
Last Updated : Mar 25, 2019, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.