ETV Bharat / state

ଠକାମିର ଶିକାର ଡଙ୍ଗରିଆ - ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଡଙ୍ଗରିଆ

ଶ୍ରମ କାର୍ଡ ଦେବାକୁ କହି ଶତାଧିକ ଡଙ୍ଗରିଆକୁ ଠକି ନେଇଛନ୍ତି ଦୁଇ ଯୁବକ । ପରେ ଘଟଣାକୁ ପ୍ରତିବାଦ କରି ରାୟଗଡା ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଡଙ୍ଗରିଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Oct 30, 2019, 11:13 PM IST

ରାୟଗଡା: ପୁଣି ଥରେ ଠକାମିର ଶିକାର ହୋଇଛନ୍ତି ନୀରିହ ଡଙ୍ଗରିଆ। ରାୟଗଡାର କଲ୍ୟାଣସିଂହପୁର ବ୍ଲକ ଅଧିନସ୍ଥ ପାରସାଲି ପଞ୍ଚାୟତର କାନସୁର, ତେବାପଡ଼ା, କଣ୍ଡାସାରି ଏବଂ କାଡ୍ରାକାବଣ୍ଡେଲି ଭଳି 6 ଖଣ୍ଡ ଗ୍ରାମର ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହାର ପ୍ରତିବାଦରେ ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଶତାଧିକ ଡ଼ଙ୍ଗରିଆ। ଶ୍ରମ କାର୍ଡ଼ ପାଇବା ପାଇଁ ସମ୍ପୃକ୍ତ 6 ଖଣ୍ଡ ଗାଁର ଲୋକେ ଜାଗୃତିଗୁଡ଼ା ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ସହିତ ଯୋଗାଯୋଗ କରିଥିଲେ।

ତେବେ ଏହି କାମ ବିଶ୍ବନାଥ ବିଭର ନାମକ ଅନ୍ୟ ଜଣେ ଯୁବକ କରୁଥିବାରୁ, ସେମାନେ ବିଶ୍ବନାଥଙ୍କୁ ଗତ ୨୦୧୮ ଜୁନ ମାସରେ ଜଣକ ପିଛା ୫୨୦ ଟଙ୍କା ହିସାବରେ ମୋଟ ୬୦ ହଜାର ଦେଇଥିଲେ। ଏହି କାର୍ଡ଼ ମିଳିଲେ ୧୦ ହଜାର ଟଙ୍କା ସହିତ ସାଇକେଲ ଏବଂ ଘର ଖଣ୍ଡିଏ ମିଳିବାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସେପଟେ ଘଟଣାକୁ ଦୁଇ ବର୍ଷ ବିତି ସାରିଥିବା ବେଳେ ନା ମିଳିଛି ଶ୍ରମକାର୍ଡ ନା ସରକାରୀ ସହାୟତା । ଏହା ପରେ ଉଭୟ ନିତ୍ୟାନନ୍ଦ ଏବଂ ବିଶ୍ୱନାଥଙ୍କୁ ଯୋଗାଯୋଗ କରିଥିଲେ ଗ୍ରାମବାସୀ । କାର୍ଡ ଦେବା ପରିବର୍ତ୍ତେ ପୁଣି ୬୨୦ ଟଙ୍କା ସରକାରୀ ଖର୍ଚ୍ଚ ହେବ କହିବାରୁ ସନ୍ଦେହ ସୃଷ୍ଟି ହୋଇଥିବା କହିଛନ୍ତି ସାନୁ କୁଲସିକଲା ଗ୍ରାମବାସୀ । ତେଣୁ ପ୍ରକୃତ ଘଟଣା ଜାଣିବା ପାଇଁ ଡ଼ଙ୍ଗରିଆ ରାୟଗଡ଼ା ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସହକାରୀ ଶ୍ରମ ଆୟୁକ୍ତ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ଠକାମିର ଶିକାର ହୋଇଛନ୍ତି ନିରିହ ଡଙ୍ଗରିଆBody:ପୁଣି ଥରେ ଠକାମିର ଶିକାର ହୋଇଛନ୍ତି ନିରିହ ଡଙ୍ଗରିଆ। କଲ୍ୟାଣସିଂହପୁର ବ୍ଲକ ପାରସାଲି ପଚାଂୟତର କାନସୁର, ତେବାପଡ଼ା, କଣ୍ଡାସାରି ଏବଂ କାଡ଼୍ରାକାବଣ୍ଡେଲି ଭଳି 6 ଖଣ୍ଡ ଗାଁର ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଲୋକ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏପଟେ ଏହାର ପ୍ରତିବାଦରେ ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଶତାଧିକ ଡ଼ଙ୍ଗରିଆ । ଶ୍ରମ କାର୍ଡ଼ ପାଇବା ପାଇଁ ସମ୍ପୃକ୍ତ 6 ଖଣ୍ଡ ଗାଁର ଲୋକେ ଜାଗୃତିଗୁଡ଼ା ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ସହିତ ଯୋଗାଯୋଗ କରିଥିଲେ । ତେବେ ଏହିକାମ ବିଶ୍ବନାଥ ବିଭର ନାମକ ଅନ୍ୟ ଜଣେ ଯୁବକ କରୁଥିବାରୁ ସେମାନେ ବିଶ୍ବନାଥଙ୍କୁ ଗତ ୨୦୧୮ ଜୁନ ମାସରେ ଜଣକ ପିଛା ୫୨୦ ଟଙ୍କା ହିସାବରେ ମୋଟ ୬୦ ହଜାର ଦେଇଥିଲେ । ଏହି କାର୍ଡ଼ ମିଳିଲେ ୧୦ ହଜାର ଟଙ୍କା ସହିତ ସାଇକେଲ ଏବଂ ଘର ଖଣ୍ଡିଏ ମିଳିବାର ପ୍ରଲୋଭନ ଦେଖାଇ ଲୁଟି ନେଇଛନ୍ତି ଟଙ୍କା ।

Conclusion:ସେପଟେ ଘଟଣାକୁ ଦୁଇ ବର୍ଷ ବିତିବାକୁ ବସିଥିବା ବେଳେ ନାମିଳିଛି ଶ୍ରମକାର୍ଡ ନା ସରକାରୀ ସହାୟତା । ଏହା ପରେ ଉଭୟ ନିତ୍ୟାନନ୍ଦ ଏବଂ ବିଶ୍ୱନାଥଙ୍କୁ ଯୋଗାଯୋଗ କରିଥିଲେ ଗ୍ରମବାସୀ । କିନ୍ତୁ କାର୍ଡ ଦେବା ପରିବର୍ତ୍ତେ ପୁଣି ୬୨୦ ଟଙ୍କା ସରକାରି ଖର୍ଚ୍ଚ ହେବ କହିବାରୁ ସନ୍ଦେହ ସୃଷ୍ଟି ହୋଇଥିବା କହିଛନ୍ତି ସାନୁ କୁଲସିକଲା ଗ୍ରାମବାସୀ । ତେଣୁ ପ୍ରକୃତ ଘଟଣା ଜାଣିବା ପାଇଁ ଡ଼ଙ୍ଗରିଆମାନେ ରାୟଗଡ଼ା ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସହକାରି ଶ୍ରମ ଆୟୁକ୍ତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.