ରାୟଗଡା: ରାୟଗଡା ଜିଲ୍ଲା ପରିଷଦ ସଭାପତି ଉପନିର୍ବାଚନରେ ବାଜିମାତ କରିଛି ବିଜେଡି । ଆବଶ୍ୟକ ସଂଖ୍ୟକ ସଭ୍ୟ ନଥିବା ସତ୍ତ୍ବେ ବିଜେଡି ସଭାପତି ପଦ ହାତେଇଛି । ନିର୍ବାଚନ ପରେ ନିର୍ବାଚନ ଅଧିକାରୀ ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲାଙ୍କ ନାଁ ଘୋଷଣା କରିଛନ୍ତି । ଜିଲ୍ଲା ପରିଷଦ ସଭାପତି ଉପନିର୍ବାଚନ ପାଇଁ ବୁଧବାର ସକାଳ ୧୦ ରୁ ୧୧ ମଧ୍ୟରେ ପ୍ରାର୍ଥିପତ୍ର ପ୍ରଦାନ କରାଯାଇଥିଲା । ୧୧ ରୁ ୧୧.୩୦ ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ପରେ ୧୨ ଟା ସୁଦ୍ଧା ପ୍ରାର୍ଥପତ୍ର ପ୍ରତ୍ୟାହାର ହୋଇଥିଲା । ମଧ୍ୟାହ୍ନ ୧୨.୩୦ ରୁ ୨ ଟା ଭିତରେ ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିଲା । ଭୋଟିଂ ଶେଷ ପରେ ଗଣତି ଓ ବିଜୟ ଲାଭ କରିଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ନିର୍ବାଚନ ଅଧିକାରି ଅମୃତ ଋତୁରାଜ ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲାଙ୍କୁ ବିଜୟୀ ଘୋଷଣା କରିଥିଲେ ।
ଏହି ବିଜୟ ବିଜେଡ଼ି ଶିବିରରେ ଉତ୍ସାହ ଆଣିଦେଇଛି । ୩ ବର୍ଷପରେ ଏହି ପଦକୁ ପୁଣି ବିଜେଡି ନିଜ ହାତକୁ ଆଣିବାରେ ସକ୍ଷମ ହୋଇପାରିଛି । ବିଜୟପରେ ନବ ନିର୍ବାଚିତ ସଭାପତି ଗଙ୍ଗାଧର ପୁଆଲା ନିଜ ପ୍ରତିକ୍ରିୟାରେ କହିଛନ୍ତି ରଖିଛନ୍ତି । ସେ କହିଛନ୍ତି ଯେ, ଏହା ନବୀନ ପଟ୍ଟନାୟକଙ୍କର ସୁଶାସନର ବିଜୟ । ତେବେ ଜିଲ୍ଲାର ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ସଭ୍ୟଙ୍କୁ ନେଇ କାମ କରିବି ବୋଲି କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ