ETV Bharat / state

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାଶ : ସୁନା ଅଳଙ୍କାର ଜବତ, ୫ ଗିରଫ

ରାୟଗଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ମିଳିଲା ଚୋରି ହୋଇଥିବା ଜିନିଷ । ଅଧିକ ପଢ଼ନ୍ତୁ

Jewellary seized
ମିଳିଲା ଚୋରି ଜିନିଷ
author img

By

Published : Feb 2, 2023, 11:04 PM IST

ମିଳିଲା ଚୋରି ଜିନିଷ

ରାୟଗଡ଼ା : ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାଶ । ୩୨୫ ଗ୍ରାମ ସୁନା ଅଳଙ୍କାର ଜବତ । ୫ ଜଣଙ୍କୁ ଗିରଫ କଲା ପୋଲିସ । ରାୟଗଡା ସହରର ବ୍ୟାଙ୍କ କଲୋନୀର ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ପୁଲିସକୁ ମିଳିଛି ସଫଳତା । ଏହି ଘଟଣାରେ ଜଡିତ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣ ସୁନା ଦୋକାନୀକୁ ଗିରଫ କରିଛି ରାୟଗଡା ପୋଲିସ । ଏହି ଚୋରି ଘଟଣାର ମାଷ୍ଟରମାଇଣ୍ଡ ଜଣକ ଜଣେ ପୂର୍ବତନ ହୋମଗାର୍ଡ । ତା ନାମରେ ରାୟଗଡା ସମେତ ବିଭିନ୍ନ ଥାନାରେ ୧୪ଟି ମାମଲା ରହିଛି ।

ତେବେ ଏହି ଅଭିଯୁକ୍ତଙ୍କଠାରୁ ପୋଲିସ ୩୨୫ ଗ୍ରାମ ସୁନା ଅଳଙ୍କାର ଜବତ କରିବାରେ ସଫଳ ହୋଇଥିବା ବେଳେ ବାକି ସୁନା ଓ ରୁପା ଅଳଙ୍କାର ଏବଂ ୯ ଲକ୍ଷ ଟଙ୍କା ପୋଲିସ ଜବତ କରିପାରିନି । ଏନେଇ ତଦନ୍ତ ଚାଲିଥିବା ରାୟଗଡା ଏସ୍‌ପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତ ୧୫ରୁ ୧୮ ତାରିଖ ମଧ୍ୟରେ ରାୟଗଡା ବ୍ୟାଙ୍କ କଲୋନୀ ପ୍ରଥମ ଲାଇନରେ ରହୁଥିବା ବ୍ୟବସାୟୀ କେ.ସାଇ ଶ୍ରୀନିବାସଙ୍କ ଘରୁ ବଡ ଧରଣର ଚୋରି ହୋଇଥିଲା । ପୋଙ୍ଗଲ ପାଇଁ ଘରେ ଚାବି ପକାଇ ସମସ୍ତେ ଆନ୍ଧ୍ର ପ୍ରଦେଶରେ ରହୁଥିବା ସମ୍ପର୍କୀୟ ଘରକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ଘରର ଚାବି ଭାଙ୍ଗି ଘରେ ପଶି ପ୍ରାୟ ୭୮୦ ଗ୍ରାମ ଓଜନର ସୁନା ଅଳଙ୍କାର, ୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ସହ ନଗଦ ୯ ଲକ୍ଷ ଟଙ୍କା ଚୋରି କରିନେଇଥିଲେ ଦୁର୍ବୃତ୍ତ ।

ଏନେଇ ରାୟଗଡା ଥାନାରେ ଜାନୁଆରୀ ୧୯ ତାରିଖରେ ଅଭିଯୋଗ ହୋଇଥିଲା । ଏହାର ଅନୁସନ୍ଧାନ କରି ରାୟଗଡା ପୋଲିସ ସଫଳତା ପାଇଛି । ଏ ଘଟଣାରେ ଜଡିତ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ରାୟଗଡା ଆରକେ ନଗରର ରବି ଶଙ୍କର ମହାନନ୍ଦିଆ ଓ ଜେକେପୁରର ପରମି ଶ୍ରୀକାନ୍ତକୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଉଭୟ ଚୋରି କରିଥିବା ନେଇ ସ୍ବୀକାର କରିଛନ୍ତି । ତେବେ ଚୋରି ଅଳଙ୍କାରକୁ ୩ଟି ସୁନା ଦୋକାନରେ ବିକ୍ରି କରିଥିବା କହିଥିଲେ । ପରେ ପୋଲିସ ଚୋରି ସୁନା କିଣିବା ଅଭିଯୋଗରେ ରାୟଗଡାର ତିନି ସୁନା ଦୋକାନୀ କେ.ଅନୀଲ କୁମାର, କେ.ପ୍ରସାଦ ଓ କେ.ସୁନୀଲ କୁମାରକୁ ମଧ୍ୟ ଗିରଫ କରିଛି ।

ତେବେ ଏହି ଚୋରି ଘଟଣାର ମାଷ୍ଟର ମାଇଣ୍ଡ ରବି ଶଙ୍କର ମହାନନ୍ଦିଆ ଜଣେ ପୂର୍ବତନ ହୋମଗାର୍ଡ । ସେ ଗତ ୨୦୧୦ରୁ ୨୦୧୪ ମସିହା ଯାଏଁ ଗୃହରକ୍ଷୀ ଭାବେ ରାୟଗଡା ରିଜର୍ଭ ଅଫିସରେ କାମ କରୁଥିଲେ । ତାଙ୍କୁ ଚାକିରିରୁ ବାହାର କରିବା ପରେ ଏହି ଲାଇନକୁ ସେ ଓଲ୍ଲାଇଥିବା ତାର ଟ୍ରାକ୍ ରେକର୍ଡ କହୁଛି । ଗତ ୨୦୧୪ ମସିହାରୁ ୨୦୧୯ ମସିହା ମଧ୍ୟରେ ରବି ନାଁରେ ରାୟଗଡା ଥାନାରେ ୯ଟି ଓ ଗୁଣପୁର ଥାନାରେ ୫ଟି ମାମଲା ରହିଛି । ଚୋରି, ଡକାୟତି, ରାହାଜାନି ଭଳି ମାମଲା ରହିଛି । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଜେକେପୁର ଶ୍ରୀନିବାସନଗରର ପରମି ଶ୍ରୀକାନ୍ତ ନାମରେ ୯ଟି ମାମଲା ରହିଛି ।

ରାୟଗଡା ଥାନାରେ ୨ଟି, ଗୁଣପୁର ଥାନାରେ ୬ଟି ଓ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଥାନାରେ ଗୋଟିଏ ମାମଲା ରହିଛି । ସେମାନଙ୍କଠାରୁ ୩୨୫ ଗ୍ରାମର ଚୋରି ସୁନା ଅଳଙ୍କାର ଜବତ ହୋଇଛି । ପୋଲିସ ଜବତ କରିଥିବା ସୁନା ଅଳଙ୍କାର ମଧ୍ୟରେ ଗୋଟିଏ ନେକ୍‌ଲେସ୍‌, ୬ଟି ସୁନା ଚୁଡି, ୨ଟି ଷ୍ଟୋନ୍‌ ବସା ସୁନା ଚୁଡ଼ି, ଗୋଟିଏ ପେନଡେଣ୍ଡ, ଗୋଟିଏ ହଳ କାନଫୁଲ, ଗୋଟିଏ ଷ୍ଟୋନ୍‌ ରିଙ୍ଗ୍‌, ୫ ହଳ କାନ ଫୁଲ, ଗୋଟିଏ ହଳ ଖଡୁ, ଦୁଇଟି ମଙ୍ଗଳ ସୂତ୍ର, ତରଳା ଯାଇଥିବା ୭୫ ଗ୍ରାମର ସୁନା ସହ ଆଉ କିଛି ସୁନା ଅଳଙ୍କାର ଜବତ କରିଛି ରାୟଗଡା ପୋଲିସ ।

ଏହି ଚୋରି ଘଟଣାରେ ବ୍ୟବହୃତ ହୋଇଥିବା ଏକ ମୋଟରସାଇକେଲ, ୪ଟି ମୋବାଇଲ ଫୋନ୍‌, ଘର ଚାବି ଭାଙ୍ଗିବା ପାଇଁ ବ୍ୟବହୃତ କିଛି ସାମଗ୍ରୀ ଜବତ ହୋଇଥିବା ରାୟଗଡା ଏସପି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଆକାଶ କୁମାର ସାହୁ, ରାୟଗଡା ଥାନା ଅଧିକାରୀ ରଶ୍ମୀ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଧାର ହୋଇଥିବା ସୁନା ଅଳଙ୍କାର ସବୁ ଆଜି ବ୍ୟବସାୟୀ କେ.ସାଇ ଶ୍ରୀନିବାର ରାଓଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.