ETV Bharat / state

ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ

author img

By ETV Bharat Odisha Team

Published : Oct 13, 2023, 6:46 AM IST

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ପର୍ବ ସେତିକି ଜୋରଦାର ହେଉଛି । ରାୟଗଡ଼ା ଜିଲ୍ଲାରେ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି ଶତାଧିକ କର୍ମୀ । ଅଧିକ ପଢ଼ନ୍ତୁ

ବିଜେଡିରେ ମିଶିଲେ ଶତାଧିକ କର୍ମୀ
hundreds of workers joined bjd
hundreds of workers joined bjd

ରାୟଗଡା: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଲିଲାଣି ଦଳ ଡିଆଁ ପର୍ବ । ରାୟଗଡ଼ା ଜିଲ୍ଲାରେ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି ଶତାଧିକ କର୍ମୀ । ରାୟଗଡ଼ା ଜିଲ୍ଲାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଚାଲିଥିବାବେଳେ ଅନ୍ୟ ଦଳୀୟ କର୍ମୀ ବିଜେଡିରେ ମିଶିଥିବା ଦେଖିବାକୁ ମିଳିଛି । ତେଣୁ ଜନସମ୍ପର୍କ ପଦଯାତ୍ରାର ପ୍ରଭାବ ପଡ଼ିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡ଼ି ରାଜ୍ୟ ଉପସଭାପତି ଏନ.ଭାସ୍କର ରାଓଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ଓ କଂଗ୍ରେସ ଛାଡି ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଏଥିରେ ରାୟଗଡ଼ା ନିର୍ବାଚନମଣ୍ଡଳୀର ଚାନ୍ଦିଲି, ଜେକେପୁର, କୋତାପେଟା, ରାୟଗଡ଼ା, ତାଡ଼ମା ଆଦି ଅଞ୍ଚଳରୁ ବିଜେପି ଓ କଂଗ୍ରେସର କର୍ମୀମାନେ ବିଭିନ୍ନ ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି ।

ସୂଚନା ଅନୁସାରେ, ତାଡ଼ମା ସରପଞ୍ଚ ଆଲମେ ଜାକାକାଙ୍କ ସମେତ ୯୦ ଜଣ ବିଜେଡିରେ ଯୋଗ ଦେଇଛନ୍ତି । ସଦା ମିଣିଆକା, ସାମ୍ବା ଜାକାକା, ସୋମନାଥ ଜାକାକା, ପାପାରାଓ ମିଣିଆକାଙ୍କ ସମେତ ରାୟଗଡ଼ା ପୌରାଞ୍ଚଳର ପିଙ୍କି ହୁଇକାଙ୍କ ନେତୃତ୍ୱରେ ୨୧ ଜଣ, କର୍ଲାକଣା ପଞ୍ଚାୟତର ୪୫୦ଜଣ, ଚାନ୍ଦିଲି ଓ ପେଂଟା ପଂଚାୟତରୁ ୩୨୫ଜଣ ଏବଂ କୋତାପେଟା ପଞ୍ଚାୟତର ୨୦ ଜଣ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗଦାନ କରିଛନ୍ତି ।

ଏହା ବି ପଢନ୍ତୁ...BJD Joining: ଶଙ୍ଖ ଫୁଙ୍କିଲେ ବିଜେପି ନେତା, ଯାଜପୁରର ଶତାଧିକ କର୍ମୀ ବିଜେଡିରେ ସାମିଲ

ଏହା ବି ପଢନ୍ତୁ...କଂଗ୍ରେସ ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ବହୁ ଯୁବକ ଯୁବତୀ

ରାୟଗଡ଼ା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ରଞ୍ଜିତ ରାୟ ଓ ରାଜ୍ୟ ଉପସଭାପତି ଏନ ଭାସ୍କର ରାଓ, ଚନ୍ଦ୍ରକାନ୍ତ ସାମଲଙ୍କ ଉପସ୍ଥିତିରେ ଜିଲ୍ଲା ଉପସଭାପତି ବିନାୟକ କର, ବ୍ଲକ ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟା ପୁଲାକା, ତପନ ପେଦେଂଟି ପ୍ରମୁଖ ବିଜେଡ଼ି ଉତ୍ତରୀୟ ପକାଇ ନୂଆ କରି ଦଳରେ ସାମିଲ ହୋଇଥିବା କର୍ମକର୍ତ୍ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ । ବିଜେଡି ରାଜ୍ୟ ଉପ ସଭାପତି କହିଛନ୍ତି, " ବହୁ ସଂଖ୍ୟକ କର୍ମୀମାନେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ଏହିଭଳି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଏହାସହ ଅଞ୍ଚଳର ବିକାଶ ଦଳର ମୁଖ୍ୟ ଲକ୍ଷ୍ୟ ରହିବ ।" ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ଯୋଗଦେଇଥିବା ନେଇ କର୍ମୀମାନେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.