ରାୟଗଡା: ଆଜି(ଶନିବାର) GIET ବିଶ୍ଵବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସ୍ଥାନୀୟ ଯୁବ କ୍ରିକେଟର ସୁରେଶ ନାଗଙ୍କୁ ସହାୟତା ପ୍ରଦାନ କରାଯାଇଛି । ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା, ସୁରେଶ ନାଗଙ୍କୁ କ୍ରିକେଟ ଉପକରଣ ତଥା ବ୍ୟାଟ, ହେଲମେଟ, ବେଟିଂ ଗ୍ଲୋବ, ବ୍ୟାଟିଂ ପ୍ୟାଡ଼, ଥାଇ ଗାର୍ଡ, ଚେଷ୍ଟ ଗାର୍ଡ ଓ କିଟ ବ୍ୟାଗ ପ୍ରଦାନ କରି ଆଗାମୀ ଦିନରେ ଖେଳରେ ଉତ୍ତମ ପ୍ରଦର୍ଶନ କରି ନିଜ ଏବଂ ଅଞ୍ଚଳରେ ଗୌରବ ରଖିବା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
ପ୍ରଥମେ ନାଗ ଓଡ଼ିଶା ଗ୍ରାମୀଣ ପ୍ରିମିୟର ଲିଗରେ ଖେଳି ପରେ କଟକ ବାରବାଟୀ ଷ୍ଟାଡିୟମରେ ଉତ୍ତମ ପ୍ରଦର୍ଶନ କରି ବୁଲ ବୁଷ୍ଟର ଟିମ ପାଇଁ ଆଗାମୀ ଫେବ୍ରୁଆରୀ ମାସରେ ଥାଇଲାଣ୍ଡ ଯିବେ ।
ସେଠାରେ ହେବାକୁ ଥିବା ଥାଇଲାଣ୍ଡ ପ୍ରିମିୟମ ଲିଗରେ ଖେଳିବା ପାଇଁ ୨୦ ତାରିଖରେ ସେ ଥାଇଲାଣ୍ଡ ଯାତ୍ରା କରିବେ ବୋଲି ଜଣାପଡିଛି । ଥାଇଲାଣ୍ଡ ପ୍ରିମିୟମ ଲିଗରେ ଭାଗ ନେଉଥିବା ଯୁବ କ୍ରିକେଟର ସୁରେଶ ନାଗଙ୍କୁ GIET ବିଶ୍ଵ ବିଦ୍ୟାଳୟ ପକ୍ଷରୁ ସହାୟତା ଦିଆଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ