ETV Bharat / state

୧୦ ଲକ୍ଷ ମୂଲ୍ୟର ବିଦେଶୀ ନକଲି ମଦ ଜବତ

author img

By

Published : Oct 22, 2021, 10:21 PM IST

ରାୟଗଡା ଜିଲ୍ଲା ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ । ଘଟଣାସ୍ଥଳରୁ ୧୩୦ ପେଟି ବିଦେଶୀ ନକଲି ମଦ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ...

୧୦ଲକ୍ଷ ଟଙ୍କାର ବିଦେଶୀ ନକଲି ମଦ ଜବତ
୧୦ଲକ୍ଷ ଟଙ୍କାର ବିଦେଶୀ ନକଲି ମଦ ଜବତ

ରାୟଗଡା: ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଅନ୍ତରଝୋଲି ଅଞ୍ଚଳରେ । ସୂଚନାନୁସାରେ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ ସମୟରେ ୧୩୦ପେଟି ବିଦେଶୀ ନକଲି ମଦ ଜବତ ହୋଇଛି ।

୧୦ଲକ୍ଷ ଟଙ୍କାର ବିଦେଶୀ ନକଲି ମଦ ଜବତ

ତେବେ ପଦ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏସଆଇ ବିଶ୍ବରଞ୍ଜନ ଦାଶଙ୍କ ନେତୃତ୍ବରେ ୨ ଜଣ ସବ ଇନ୍ସପେକ୍ଟରଙ୍କ ସମେତ ୧୫ ଜଣିଆ ଟିମ ଘଟଣାସ୍ଥଳରେ ପହଁଞ୍ଚି ଅତର୍କିତ ଚଢାଉ କରିବା ଫଳରେ ୧୩୦ ପେଟି ବିଦେଶୀ ନକଲି ମଦ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ସେପଟେ ଏହି ନକଲି ମଦ ରାୟଗଡା ସ୍ଥିତ ମଦ ପ୍ରସ୍ତୁତ କାରଖାନାରୁ (ଏନଡିପି) ଟିକସ ଫାଙ୍କି ଆଣିଥାଇ ପାରନ୍ତି ବୋଲି ତଦନ୍ତକାରୀ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.