ETV Bharat / state

ଗିରଫ ହେଲେ ନକଲି ମାଓବାଦୀ, ବୋମା ଖଞ୍ଜିବା ସହିତ ମାଗୁଥିଲେ ଟଙ୍କା

author img

By

Published : Dec 9, 2022, 9:54 PM IST

ଗିରଫ ହେଲେ ନକଲି ମାଓବାଦୀ । ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅର୍ନ୍ତଗତ ସୁଙ୍ଗେର ଗ୍ରାମରେ ବୋମା ଖଞ୍ଜିଥିବା ଅଭିଯୋଗରେ ପୋଲିସ ଆଜି ୬ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ଗିରଫ ହେଲେ ନକଲି ମାଓବାଦୀ, ବୋମା ଖଞ୍ଜିବା ସହିତ ମାଗୁଥିଲେ ଟଙ୍କା
ଗିରଫ ହେଲେ ନକଲି ମାଓବାଦୀ, ବୋମା ଖଞ୍ଜିବା ସହିତ ମାଗୁଥିଲେ ଟଙ୍କା

ରାୟଗଡା: ଗିରଫ ହେଲେ ନକଲି ମାଓବାଦୀ । ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅର୍ନ୍ତଗତ ସୁଙ୍ଗେର ଗ୍ରାମରେ ବୋମା ଖଞ୍ଜିଥିବା ଅଭିଯୋଗରେ ପୋଲିସ ଆଜି ୬ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ରାୟଗଡା ଜିଲ୍ଲାର ଓ ତିନି ଜଣ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି । ସେମାନେ ମାଓବାଦୀ ନାମରେ ଚାନ୍ଦା ମାଗୁଥିବାର ଅଭିଯୋଗ ହୋଇଥିଲା । ସୁଙ୍ଗେର ଗ୍ରାମର ଟୁଟୁ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ଥିବା ପାଇଖାନା ଭିତରେ ବୋମା ଖଞ୍ଜିଥିବା ନେଇ ବୋଲି ପୁଲିସ ସୂଚନା ଦେଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୭ ତାରିଖ ଦିନ ସୁଙ୍ଗେର ଗ୍ରାମର ଟୁଟୁ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କୁ ମାଓବାଦୀ ପରିଚୟ ଦେଇ ୫ ଲକ୍ଷ ଟଙ୍କା ଚାନ୍ଦା ମଗିଥିଲା । ଯଦି ଚାନ୍ଦା ଦିଆନଯାଏ ତାହେଲେ ତାଙ୍କୁ ହତ୍ୟା କରିବାର ଚେତାବନୀ ମଧ୍ୟ ଦିଆଯାଇଥିଲା । ଏହି ଘଟଣା ପରେ ଟୁଟୁ ଗୋପାଳ ତାଙ୍କ ଘର ପଛପଟେ ଥିବା ପାଇଖାନା ଭିତରେ ଏକ ବୋମା ଖଞ୍ଜାଯାଇଥିବା ଜାଣିବାକୁ ପାଇଥିଲେ ।

ଏନେଇ ଟୁଟୁ କାଶୀପୁର ପୁଲିସକୁ ସୂଚନା ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା । ଏହାପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରୁ ସାଇଣ୍ଟିଫିକ୍ ଟିମ୍ ସହ ସିଆରପିଏଫ ଓ ବୋମା ନିରୋଧ ଯବାନ ପହଞ୍ଚି ଅତି ସତର୍କତାର ସହିତ ତାହା ନିଷ୍କ୍ରିୟ କରିଥିଲେ । ଘଟଣା ସମ୍ପର୍କରେ ସେହିଦିନ ଠାରୁ ଅନୁସନ୍ଧାନ ଆରମ୍ଭ କରିଥିଲେ ଏସଡିପିଓ ଦେବଜ୍ୟୋତି ଦାସ । ଗତକାଲି ଦିନ ତମାମ ଏହାର ତଦନ୍ତ ଜାରି ରଖି ଆଜି (ଶୁକ୍ରାବାର) ସମସ୍ତ ୬ ଜଣଙ୍କୁ ଗିରଫ କରାଯାଇଥିବା ଏସପି ବିବେକାନନ୍ଦ ଶର୍ମା କହିଛନ୍ତି । ସେମାନଙ୍କ ନିକଟରୁ ଡେଟୋନେଟର, ବିଦ୍ୟୁତ ତାର, ଚାରୋଟି ମୋବାଇଲ ଏବଂ ସିଲିଣ୍ଡର ଜବତ କରିଛି ପୋଲିସ । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ରାୟଗଡା ପୋଲିସ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.