ରାୟଗଡା: ମଣ୍ଡଳ ସାଉଥ କୋ ଅଧୀନରେ କାର୍ଯ୍ୟକରୁଥିବା ଠିକା କର୍ମଚାରୀ ମଙ୍ଗଳବାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସୂଚନାଅନୁଯାୟୀ ରାୟଗଡାର ସବଷ୍ଟେସନ ମାନଙ୍କରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ 6 ମାସର ଦରମା ସହିତ ଦୀର୍ଘ ବର୍ଷ ଧରି ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା VDA,VAD ପ୍ରଦାନ କରାଯାଇ ନାହିଁ। ଏନେଇ ଜିଲ୍ଲା ପ୍ରଶାସନ, ଶ୍ରମଧିକାରୀ ଏବଂ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଦାବି କରିଆସୁଥିଲେ ।
ଗତ 11 ତାରିଖରେ 7 ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ କରାନଯାଏ ତେବେ ଧାରଣାରେ ବସିବା ସହ କାର୍ଯ୍ୟରେ ସହଯୋଗ କରିବେନି ବୋଲି ଚେତାବନୀ ଦେଇଥିଲେ। କିନ୍ତୁ ବିଭାଗ ସେମାନଙ୍କର ଦାବି ନ ମାନି ବାରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଠିକା କର୍ମଚାରୀ ମାନଙ୍କ ଧାରଣା ଆରମ୍ଭ ହେବା ପରେ ବିଦ୍ୟୁତ ବିଭାଗର ନିର୍ବାହି ଯନ୍ତ୍ରୀଙ୍କ ସହ ଅନ୍ୟ କର୍ମଚାରୀ ଏବଂ ଠିକା କର୍ମଚାରୀ ସଂଘର ମେମ୍ବର ମାନଙ୍କୁ ନେଇ ଏକ ଆଲୋଚନା ମାଧ୍ୟମରେ ବୁଝାମଣା ହୋଇ ଲିଖିତ ପ୍ରତିଶୃତି ପାଇବାପରେ ଠିକା କର୍ମଚାରୀ ମାନେ ଧରଣାରୁ ଓହରିଥିଲେ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ