ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଜିପ୍‌, ୮ ଡଙ୍ଗରିଆ ଆହତ

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର ନିୟମଗିରି ପାହାଡରେ ଓଲଟିଲା ଜିପ । ୮ ଜଣ ଡଙ୍ଗରିଆ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Nov 23, 2022, 10:28 AM IST

ଡଙ୍ଗରିଆ ଆହତ
ଡଙ୍ଗରିଆ ଆହତ

ରାୟଗଡା: ଭାରସାମ୍ୟ ହରାଇ ଓଲଟିଲା ଜିପ । ୮ ଜଣ ଡଙ୍ଗରିଆ ଆହତ ହୋଇଥିବା ସୂଚନା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର ନିୟମଗିରି ପାହାଡରେ ଘଟିଛି ଏହି ଦୁର୍ଘଟଣା । ଆହତଙ୍କୁ ଉଦ୍ଧାର କରାଯାଇ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଓଲଟିଲା କମାଣ୍ଡର

ସୂଚନାଅନୁସାରେ, ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗାମାଟି, ଲାଖପଦର ଓ ପଟାଙ୍ଗପଦର ଗାଁର ମହିଳା ଓ ପୁରୁଷମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଚାଉଳ ନେଇ ଏକ ଜିପରେ ନିଜ ଗାଁକୁ ଯାଉଥିଲେ । ତେବେ ପାରସାଲି ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ କମାଣ୍ଡର(ଜିପ) ଓଲଟି ପଡିଥିଲା । ଫଳରେ ସେଥିରେ ବସିଥିବା ୮ ଜଣ ଡଙ୍ଗରିଆ ମହିଳା ଓ ପୁରୁଷମାନେ ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। । ସେଥିରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା ସମେତ ଦଧି ସିକକା, ତେଲାଡି କାଡ୍ରାକା, ଡ୍ରିଞ୍ଚ ହୁଈକା, ଟେଣ୍ଟ ସିକକା, ମିଞ୍ଜଳୀ ୱାନ୍ଦାଲାକା, ମୁଣ୍ଡି ସିକକା, ଡେଙ୍ଗି ୱାନ୍ଦାଲାକା ପ୍ରମୁଖ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: Archana Nag case: EDରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, ଅକ୍ଷୟଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା

ଏହି ଖବରପାଇ ନିୟମଗିରି ଅଞ୍ଚଳର ଡଙ୍ଗରିଆ ଯୁବକମାନେ ଏକତ୍ରିତ ହୋଇ ଏକ ଅଟୋରେ ଆସି ସମସ୍ତଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଥିରେ ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକାଙ୍କ ଗୋଡ଼ରେ ଗୁରୁତର ଆଘାତ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟ ମାନଙ୍କୁ ମଧ୍ୟ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସରେ ବନ୍ଦ ପଡିଥିଲା । ଫଳରେ ଆହତମାନେ ହଟହଟା ହୋଇଛନ୍ତି । କର୍ମଚାରୀଙ୍କ ଅଭାବ ଯୋଗୁଁ ଏକ୍ସରେ ବନ୍ଦ ରହିଥିବା ଜଣାପଡିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.