ETV Bharat / state

ଶରଧା ଶ୍ରୀକ୍ଷେତ୍ର: ରୀତିନୀତି ଅନୁଯାୟୀ ସରିଲା ତିନି ଠାକୁରଙ୍କ ସ୍ନାନପୂର୍ଣ୍ଣିମା ନୀତି - ତିନି ଠାକୁରଙ୍କ ସ୍ନାନପୂର୍ଣ୍ଣିମା ନୀତି

ରାୟଗଡ଼ାର ସଦରମହକୁମା ସ୍ଥିତ ଶରଧା ଶ୍ରୀକ୍ଷେତ୍ରରେ ସରିଲା ତିନି ଠାକୁରଙ୍କ ସ୍ନାନପୂର୍ଣ୍ଣିମା ନୀତି । ଏନେଇ ଆଜି ଶରଧା ଶ୍ରୀକ୍ଷେତ୍ରରେ ଆଜି ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 4, 2023, 10:33 PM IST

ରାୟଗଡ଼ା: ରୀତିନୀତି ଅନୁଯାୟୀ ଜିଲ୍ଲାର ସଦରମହକୁମା ସ୍ଥିତ ଶରଧା ଶ୍ରୀକ୍ଷେତ୍ରରେ ସରିଲା ତିନି ଠାକୁରଙ୍କ ସ୍ନାନପୂର୍ଣ୍ଣିମା ନୀତି । ଏଥିସହ ଦୁର୍ଲ୍ଲଭ ହାତୀବେଶରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି ଭକ୍ତ ଶ୍ରଦ୍ଧାଳୁ । ଏନେଇ ଆଜି ଶରଧା ଶ୍ରୀକ୍ଷେତ୍ରରେ ଆଜି ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ଶହଶହ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଏଥିସହ ଦୁର୍ଲ୍ଲଭ ହାତୀବେଶରେ ପ୍ରଭୁଙ୍କ ଦର୍ଶନ କରିଥିଲେ ଶହ ଶହ ଶ୍ରଦ୍ଧାଳୁ ।

ନିର୍ଦ୍ଧାରିତ ସମୟରେ ତିନିଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଶହଶହ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ତଥା ଜଗତର ନାଥ ଜଗନ୍ନାଥଙ୍କ ଜନ୍ମ ତିଥି । ଏଥିସହ ଦୁର୍ଲ୍ଲଭ ହାତୀବେଶରେ ପ୍ରଭୁଙ୍କ ଦର୍ଶନ କରିଥିଲେ ଭକ୍ତ । ଭକ୍ତଙ୍କ ଗହଳି, ଟାଣ ଖରା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଆଜି ଜ୍ୟେଷ୍ଠ ପୂର୍ଣ୍ଣମୀ ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦିରୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧା ମୂର୍ତ୍ତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ଭୋରରୁ ଦୁଆରଫିଟା ନୀତି ପରେ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ବାଳ ଭୋଗ ଲାଗି କରାଯାଇଥିଲା । ପରେ ଶ୍ରୀଅଙ୍ଗ ସେବାୟତମାନେ ତିନି ଠାକୁରଙ୍କୁ ରତ୍ନବେଦୀରୁ ଆଣି ବେଶ ଭୂଷା କରି ପହଣ୍ଡି ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ- WATCH VIDEO: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, କୃତ୍ୟ କୃତ୍ୟ ଭକ୍ତ

ସକାଳ ୧୦ଟାରେ ସରିଥିଲା ପହଣ୍ଡି । ଧାଡ଼ି ପହଣ୍ଡିରେ ଚକ୍ରରାଜ ସୁଦର୍ଶନଙ୍କ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତେ ପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆସି ସ୍ନାନମଣ୍ଡପରେ ଅଧିଷ୍ଠିତ ହୋଇଥିଲେ । ଏହାପରେ ଚଳନ୍ତି ବିଗ୍ରହ ପତିତ ପାବନ ବିଜେ ହୋଇ ୧୧.୩୦ରେ ଜଳଲାଗି ପୂଜା ହୋଇଥିଲା । ଅପରାହ୍ନ ୧୨.୩୦ରେ ସରିଥିଲା ତିନି ଠାକୁରଙ୍କ ଜଳଲାଗି ବିଧାନ । ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ପ୍ରଭୁ ଦୁର୍ଲ୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀଜଗନ୍ନାଥଙ୍କୁ ୩୫ ମାଟି କଳସୀ, ଶ୍ରୀବଳଭଦ୍ରଙ୍କୁ ୩୩ କଳସୀ, ଦେବୀ ସୁଭଦ୍ରାଙ୍କୁ ୨୨ କଳସୀ ଏବଂ ସୁଦର୍ଶନଙ୍କୁ ୧୮ ମାଟି କଳସୀ ଜଳରେ ସ୍ନାନ କରାଯାଇଥିଲା । ଦ୍ବାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଆଦ୍ୟ ଯାତ୍ରା ହୋଇଥିବା ବେଳେ,ଏହାକୁ ଦେଖିବା ପାଇଁ ସମ୍ପୂର୍ଣ୍ଣ ଶରଧା ଶ୍ରୀକ୍ଷେତ୍ର ହୋଇଉଠିଥିଲା ଲୋକାରଣ୍ୟ ।

ସକାଳେ ସ୍ନାନମଣ୍ଡପରେ ହାତୀବେଶ ଓ ଭୋଗ ସରିବା ପରେ ଭକ୍ତ ଶ୍ରଦ୍ଧାଳୁ ୬ ଘଣ୍ଟା ସ୍ନାନମଣ୍ଡପ ଉପରେ ଶ୍ରୀବିଗ୍ରହଙ୍କୁ ଅତି ନିକଟରୁ ଦର୍ଶନ କରିଥିଲେ । ସ୍ନାନମଣ୍ଡପରେ 108ମାଟି କଳସୀ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଆସନ୍ତାକାଲିଠାରୁ 14 ଦିନ ଧରି ଚତୁର୍ଦ୍ଧାମୂରତି ଜ୍ବରରେ ପୀଡିତ ହେବେ । ଏହି ସମୟରେ ତିନିଠାକୁରଙ୍କ ଗୁପ୍ତ ନୀତିରେ ପୂଜା ହେବା ସହ ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନରୁ ବଞ୍ଚିତ ରହିବେ । ଆଜିର ଏହି ସ୍ନାନ ପୂର୍ଣ୍ଣିମା ବିଧିବିଧାନ ପାଇଁ ରାଜ ପୁରୋହିତ ବିରଞ୍ଚି ନାରାୟଣ ଦାସ ନେତୃତ୍ବରେ ବ୍ରଜ କିଶୋର ଦାସ, ରଞ୍ଜନ କୁମାର ରଥ, ସୁନିଲ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସମେତ ଶ୍ରୀଅଙ୍ଗ ଲାଗି ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାରେ ନିୟୋଜିତ ହୋଇଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.