ETV Bharat / state

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ମାନପତ୍ର ପ୍ରଦାନ

ପୂର୍ବତନ କାଉନସିଲର ତଥା ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା ଏବେ ପୁଣି ଥରେ ଆନ୍ଦୋଳନର ରୂପ ନେବାକୁ ଯାଉଛି। ଅଧିକ ପଢନ୍ତୁ...

bhagirithi muder case
ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ CBI ତଦନ୍ତ
author img

By

Published : Dec 15, 2019, 7:41 PM IST

ରାୟଗଡା: ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଦାବି। ପୂର୍ବତନ କାଉନସିଲର, ମଝିଘରିଆଣି ମନ୍ଦିର ଟ୍ରଷ୍ଟ ବୋଡ଼ ସଦସ୍ୟ ତଥା ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା ଏବେ ପୁଣି ଆନ୍ଦୋଳନ ରୂପ ନେବାକୁ ଯାଉଛି। ଏନେଇ ରବିବାର ଆଦିବାସୀ ସଙ୍ଘ ପକ୍ଷରୁ ଏକ ରାଲି କରାଯିବା ସହ ଏସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏକ ମାନପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସିବିଆଇ ତଦନ୍ତ ପାଇଁ ଦିଆଯାଇଛି।

ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ତଥା କଂଗ୍ରେସ ନେତା ଆପଲା ସ୍ବାମୀ କାଡ଼୍ରାକା, ସମ୍ପାଦକ ତଥା ବିଜେପି ନେତା ବସନ୍ତ ଉଲ୍ଲାକାଙ୍କ ନେତୃତ୍ବରେ ଶତାଧିକ ପୁରୁଷ ମହିଳା ଏସପିଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ମାନପତ୍ର ରାୟଗଡ଼ା ଏସଡ଼ିପିଓ ତପନ ନାରାୟଣ ରଥଙ୍କୁ ଦେଇଛନ୍ତି।

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ CBI ତଦନ୍ତ
ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟାକାଣ୍ଡକୁ ୯ ବର୍ଷ ପୂରି ଯାଇଥିଲେ ବି ଏଯାଏଁ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି ଜିଲ୍ଲା ଆଦିବାସୀ ମହାସଂଘ। ଗତ ୨୦୧୦ ମସିହା ଡ଼ିସେମ୍ବର ୧୫ ତାରିଖରୁ ଭାଗିରଥୀ ମାଣ୍ଡାଙ୍ଗି ମଝିଘରିଆଣି ମନ୍ଦିରରେ ମିଟିଂ ଅଛି କହି ଘରୁ ବାହାରି ଆସିଥିଲେ । ପରେ ତାଙ୍କ ପତ୍ତା ମିଳି ନଥିବା ବେଳେ ତାଙ୍କ ମୋଟର ସାଇକେଲ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିଲା । ଦୁଇଦିନ ପରେ ଓଡ଼ିଶା ଆନ୍ଧ୍ର ସୀମାନ୍ତ ଆନ୍ଧ୍ରପ୍ରଦେଶର କମରଡ଼ା ଡ଼୍ୟାମରେ ଏକ ଶବ ଉଦ୍ଧାର ହୋଇଥିଲା ।

ଯାହାର ଡ଼ିଏନଏ ଟେଷ୍ଟ ପରେ ଏହା ଭାଗିରଥୀଙ୍କ ଶବ ବୋଲି ଜଣାପଡ଼ିଥିଲା। ପରିବାର ପକ୍ଷରୁ ରାୟଗଡ଼ା ଥାନାରେ ୧୭ ତାରିଖରେ ଦିଆଯାଇଥିବା ଏତଲା ଆଧାରରେ ରାୟଗଡ଼ା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରାଜ୍ୟ ସରକାର ଏହି ମାମଲାରେ ୫ ଏପ୍ରିଲ ୨୦୧୧ରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଧେଶ ଦେଇଥିଲେ। ସେବେଠାରୁ ଦୀର୍ଘ 9 ବର୍ଷ ଧରି ଏହି ମାମଲା କ୍ରାଇମବ୍ରାଞ୍ଚର ନାଲି ଫିତା ତଳେ ଚାପି ହୋଇଯାଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବୀBody:ପୁର୍ବତନ କାଉନସିଲର , ମଝିଘରିଆଣି ମନ୍ଦିର ଟ୍ରଷ୍ଟ ବୋଡ଼ ସଦସ୍ୟ ତଥା ଆଦିବାସୀ ଯୁବ ନେତା ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା ଏବେ ପୁଣି ଆନ୍ଦୋଳନ ରୁପ ନେବାକୁ ଯାଉଛି । ଏନେଇ ଆଜି ଆଦିବାସୀ ସଙ୍ଘ ପକ୍ଷରୁ ଏକ ରାଲିରେ ଏସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋପ କରିବା ସହ ଏକ ମାନପତ୍ର ରାଷ୍ଟ୍ରପତୀଙ୍କ ଉଦେ୍ଧଶ୍ୟରେ ସିବିଆଇ ତଦନ୍ତ ପାଇଁ ଦିଆଯାଇଛି । ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ତଥା କଂଗ୍ରେସ ନେତା ଆପଲୁ ସ୍ୱାମୀ କାଡ଼୍ରାକା , ସମ୍ପାଦକ ତଥା ବିଜେପି ନେତା ବସନ୍ତ ଉଲ୍ଲାକାଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ଏସପିଙ୍କ କାର୍ଯ୍ୟାଳୟରେ ପହଁଚି ରାଷ୍ଟ୍ରପତୀଙ୍କ ଉଦେ୍ଧଶ୍ୟରେ ଏକ ମାନ ପତ୍ରକୁ ରାୟଗଡ଼ା ଏସଡ଼ିପିଓ ତପନ ନାରାୟଣ ରଥଙ୍କୁ ଦେଇଛନ୍ତି । ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟାକାଣ୍ଡକୁ ୯ ବର୍ଷ ପୁରିଯାଇଥିଲେବି ଏଯାଏଁ କୈଣସି କାର୍ଯ୍ୟାନୁଷ୍ଟାନ ନ ନିଅଯିବା ଯେଗୁଁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବୀ କରିଛି ଜିଲ୍ଲା ଆଦିବାସୀ ମହାସଙ୍ଘ । ଗତ ୨୦୧୦ ମସିହା ଡ଼ିସେମ୍ବର ୧୫ ତାରିଖରୁ ମଝିଘରିଆଣି ମନ୍ଦିର ଟ୍ରଷ୍ଟ ବୋଡ଼ ସଦସ୍ୟ ତଥା ଆଦିବାସୀ ଯୁବ ନେତା ଭାଗିରଥି ମାଣ୍ଡାଙ୍ଗି ମଝିଘରିଆଣି ମନ୍ଦିରରେ ମିଟିଙ୍ଗ ଅଛି କହି ଘରୁ ବାହାରି ଆସିଥିଲେ । ପରେ ତାଙ୍କ ପତା ମିଳିନଥିବା ବେଳେ ତାଙ୍କ ମୋଟର ସାଇକେଲ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିଲା । ଦୁଇଦିନ ପରେ ଅର୍ଥାତ ଡ଼ିସେମ୍ବର ୧୯ ତାରିଖରେ ଓଡ଼ିଶା ଆନ୍ଧ୍ର ଶିମାନ୍ତ ଆନ୍ଧ୍ରପ୍ରଦେଶର କମରଡ଼ା ଡ଼େମରେ ଏକ ଶବ ଉଦ୍ଧାର ହୋଇଥିଲା । ସେହି ଶବର ଡ଼ିଏନଏ ଟେଷ୍ଟ ପରେ ଏହା ଭାଗିରଥିଙ୍କ ଶବ ବୋଲି ଜଣାପଡ଼ିଥିଲା । ପରିବାର ପକ୍ଷରୁ ରାୟଗଡ଼ା ଥାନାରେ ୧୭ ତାରିଖରେ ଦିଆଯାଇଥିବା ଏତଲା ଆଧାରରେ ରାୟଗଡ଼ା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରାଜ୍ୟ ସରକାର ଏହି ମାମଲାକୁ ୫ ଏପ୍ରିଲ ୨୦୧୧ ରେ କ୍ରାଇମବ୍ରାଚଂ ତଦନ୍ତର ନିର୍ଦ୍ଧେଶ ଦେଇଥିଲେ । ସେବଠାରୁ ଦିର୍ଘ ୮ ବର୍ଷ ଧରି ଏହି ମାମଲା କ୍ରାଇମବ୍ରାଚଂର ନାଲିଫିତା ତଳେ ଚାପି ହୋଇଯାଇଛି ।
ବାଇଟ୍-1-ଆପୁଲସ୍ବାମୀ କାଡ୍ରାକା-(ସଭାପତି,ଜିଲ୍ଲା ଆଦିବାସୀ ମହାସଂଘ,ରାୟଗଡା)
ବାଇଟ୍-2-ବସନ୍ତ ଉଲାକା-(ସମ୍ପାଦକ,ଜିଲ୍ଲା ଆଦିବାସୀ ମହାସଂଘ,ରାୟଗଡା)
ବାଇଟ୍-2-ତପନନାରାୟଣ ରଥା-(ଏସଡିପିଓ,ରାୟଗଡା)
Conclusion:ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.