ETV Bharat / state

ନୂଆବର୍ଷକୁ ବିଜୟ ଦିବସ ଭାବେ ପାଳନ କଲେ ଡଙ୍ଗରିଆ

ନୂଆ ବର୍ଷକୁ ନିୟମଗିରିର ଡଙ୍ଗରିଆ ବିଜୟ ଦିବସ ଭାବେ ପାଳନ କରିଛନ୍ତି । ଏହି ସଭାରେ ନିୟମଗିରି ପର୍ବତ କମ୍ପାନୀ ହାତରେ ଟେକି ଦିଆଯିବନି ବୋଲି ଦୃଢ଼ ସଂକଳ୍ପ ନେଇଥିଲେ l ଅଧିକ ପଢନ୍ତୁ

ନୂଆବର୍ଷକୁ ବିଜୟ ଦିବସ ଭାବେ ପାଳନ କଲେ ଡଙ୍ଗରିଆ
ନୂଆବର୍ଷକୁ ବିଜୟ ଦିବସ ଭାବେ ପାଳନ କଲେ ଡଙ୍ଗରିଆ
author img

By

Published : Jan 1, 2022, 10:46 PM IST

ରାୟଗଡା : ନୂଆ ବର୍ଷକୁ ନିୟମଗିରିର ଡଙ୍ଗରିଆ ବିଜୟ ଦିବସ ଭାବେ ପାଳନ କରିଛନ୍ତି । ନିୟମଗିରି ସୁରକ୍ଷା ସମିତିର ଆବାହକ ଲିଙ୍ଗରାଜ ଆଜାଦ ଓ ସଭାପତି ଲଦ ସିକକାଙ୍କ ମିଳିତ ନେତୃତ୍ୱରେ ଶତାଧିକ ନିୟମଗିରି ସୁରକ୍ଷା ସମିତିର ସଦସ୍ୟା ସଦସ୍ୟମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସ୍ଥାନୀୟ ମୁନିଖୋଲ ଠାରୁ ବାହାରି ସହର ପରିକ୍ରମା କରି ବସଷ୍ଟାଣ୍ଡ ନିକଟସ୍ଥ ସହୀଦ ଲଷ୍ମଣ ନାୟକ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ମୁନିଖୋଲ ପଡ଼ିଆ ଠାରେ ନିୟମଗିରି ସୁରକ୍ଷା ସମିତିର ନେତା ସତ୍ୟା ମାହାର ଓ ଉପେନ୍ଦ୍ର ଡ୍ରାଭିଡଙ୍କ ମିଳିତରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ନୂଆବର୍ଷକୁ ବିଜୟ ଦିବସ ଭାବେ ପାଳନ କଲେ ଡଙ୍ଗରିଆ

ସେହି ସଭାରେ ନିୟମଗିରି ଅଞ୍ଚଳର ୧୧୨ ଖଣ୍ଡ ଗାଁର ବହୁ ସଂଖ୍ୟାରେ ଡଙ୍ଗରିଆ ଆଦିବାସୀ ମହିଳା ପୁରୁଷମାନେ ଉପସ୍ଥିତ ଥିଲେ l ଏହି ସଭାରେ ନିୟମଗିରି ପର୍ବତ କମ୍ପାନୀ ହାତରେ ଟେକି ଦିଆ ଯିବନି ବୋଲି ଦୃଢ଼ ସଂକଳ୍ପ ନେଇଥିଲେ l ଏହି ଅବସରରେ ନିୟମଗିରି ପାଇଁ ଲଢୁଥିବା ଦଧି କାଡ୍ରାକାଙ୍କୁ ବିନା ସର୍ତରେ ଜେଲରୁ ଖୋଲାସ କରିବାକୁ ଦାବି କରିଥିଲେ l ନିୟମଗିରି ସୁରକ୍ଷା ସମିତି ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଲିଙ୍ଗରାଜ ଆଜାଦ, ସୁରକ୍ଷା ସମିତି ସଭାପତି ଲଦ ସିକକା, ସମେତ ବହୁ ସଂଖ୍ୟାରେ ଡଙ୍ଗରିଆ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଟାଙ୍ଗିଆ ଓ ଧନୁତୀର ଧରି ଏଥିରେ ସାମିଲ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.