ETV Bharat / state

ନିୟମଗିରି ମୁହାଁ ପ୍ରଶାସନ, ମାସ୍କ ପିନ୍ଧୁଛନ୍ତି ଡଙ୍ଗରିଆ

ନିୟମଗିରି ପାହାଡ଼କୁ କରାୟତ୍ତ କଲାଣି କୋରୋନା । ସଂକ୍ରମଣର ମୁକାବିଲା ଓ ଡଙ୍ଗରିଆଙ୍କୁ ସଚେତନ କରାଇବାକୁ ପ୍ରଶାସନ ଚଲାଇଛି ଜୋରଦାର ଅଭିଯାନ । ଅଧିକ ପଢନ୍ତୁ..

author img

By

Published : May 22, 2021, 7:41 AM IST

ନିୟମଗିରି ମୁହାଁ ପ୍ରଶାସନ ,ଡ଼ଙ୍ଗାରିଆଙ୍କ ମୁହଁରେ ଲାଗୁଛି ତୁଣ୍ଡି

ରାୟଗଡା: ନିୟମଗିରି ମୁହାଁ ପ୍ରଶାସନ । ଡ଼ଙ୍ଗାରିଆଙ୍କ ମୁହଁରେ ଲାଗିବା ଆରମ୍ଭ ହେଲା ତୁଣ୍ଡି। ରାୟଗଡ ଜିଲ୍ଲା ନିୟମଗିରି ସଂକ୍ରମଣକୁ ନେଇ ଚିନ୍ତାରେ ପ୍ରଶାସନ। ପ୍ରଥମ ଲହରର ନିୟମଗିରି ଅଞ୍ଚଳରେ କୌଣସି ଡଙ୍ଗରିଆ ଜନଜାତିଙ୍କ ପାଖରେ ପହଞ୍ଚିନଥିବା ବେଳେ ଦ୍ଵିତୀୟ ଲହର ନିୟମଗିରିକୁ ଘାଇଲା କରିଦେଲାଣି ।

ଦିନକୁ ଦିନ ନିୟମଗିରିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏଥିରେ ବ୍ରେକ ଲଗାଇବାକୁ ଅହରହ ଉଦ୍ୟମ ଚଳାଇଛି ପ୍ରଶାସନ। ଗତ କିଛି ଦିନ ହେବ କଲ୍ୟାଣସିଂହପୁର ,ବିଷମକଟକ,ମୁନିଗୁଡା ଅଂଚଳର ନିୟମଗିରି ଇଲାକାକୁ ପ୍ରଶାସନର ଘନଘନ ଗସ୍ତ ସାଙ୍ଗକୁ ଆଦିମ ଜନ ଜାତି ଡ଼ଙ୍ଗରିଆ ଆଦିବାସୀଙ୍କୁ ସଚେତନ କରିବାକୁ ବିଭିନ୍ନ କୌଶଳ ଆପଣାଉଛି । କେତେବେଳେ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଗସ୍ତ ତ ପୁଣି କେବେ ଡାକ ବାଜି ଯନ୍ତ୍ର, ସେମାନଙ୍କ ପୂଜକଙ୍କ ଦ୍ଵାରା ତ ପୁଣି ସେହି ଅଞ୍ଚଳର NGO, ଆଶା,ଅଙ୍ଗନ ବାଡ଼ି ସାହାଯ୍ୟରେ ଘର ଘର ବୁଲି ସଚେତନ କରିବାକୁ ଆରମ୍ଭ ହୋଇଯାଇଛି ।

ନିୟମଗିରିରେ ସଂକ୍ରମଣ ସଂଖ୍ୟା ଶୁକ୍ରବାର ସୁଦ୍ଧା 77ରେ ପହଞ୍ଚିଛି। ଗୋଟିଏ ପଟେ କିଛି ସରକାରଙ୍କ ନିୟମ ମାନି ସ୍ବାବ ପ୍ରଦାନ କରୁଥିବା ବେଳେ ଅନ୍ୟପଟେ ଆଉ କିଛି ମାନିବାକୁ ନାରାଜ। ଫଳରେ ହରଡ଼ଘଣାରେ ପଡିଛି ପ୍ରଶାସନ।

ଅପରପକ୍ଷେ ଶୁକ୍ରବାର ନିୟମଗିରି ଅଞ୍ଚଳରେ ଏକ ବାହା ଘର ଭୋଜି କାର୍ଯ୍ୟକୁ ପ୍ରଶାସନ ବର କନ୍ୟାଙ୍କ ପରିବାର ସହିତ ଆଲୋଚନା କରି ଭୋଜି କାର୍ଯ୍ୟକୁ ବନ୍ଦ କରିଛି । ତେବେ କିଛି ଡଙ୍ଗରିଆ ସରକାରଙ୍କ ନିର୍ଦ୍ଦେଶ ମାନି ମୁହଁରେ ମାସ୍କ ଲାଗେଇଥିବା ଏକ ଶୁଭ ସଂକେତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ନିୟମ ଗିରିରେ ବର୍ତ୍ତମାନ ବି ସଚେତନତାର ଅଭାବ ରହିଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି । ଏଣୁ ନିତ୍ୟ ବ୍ୟବହାର ଦ୍ରବ୍ୟ ସେମାନଙ୍କ ନିକଟରେ ପହଞ୍ଚାଇବା ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.