ETV Bharat / state

ରାୟଗଡାରୁ ପୁଣି 120 କୋରୋନା ପଜିଟିଭ୍ ଚିହ୍ନଟ

author img

By

Published : Aug 18, 2020, 8:10 PM IST

ଜିଲ୍ଲାରୁ ମଙ୍ଗଳବାର ପୁଣି ୧୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୪ ଦିନ ଭିତରେ ଦୈନିକ ଶହେରୁ ଊର୍ଦ୍ଧ୍ବ ପଜିଟିଭ୍ ଚିହ୍ନଟ ହେଉଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି ।

corona update in rayagada
ରାୟଗଡାରୁ ପୁଣି 120 କୋରୋନା ପଜିଟିଭ୍ ଚିହ୍ନଟ

ରାୟଗଡା: ଜିଲ୍ଲାରୁ ମଙ୍ଗଳବାର ପୁଣି ୧୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୪ ଦିନ ଭିତରେ ଦୈନିକ ଶହେରୁ ଊର୍ଦ୍ଧ୍ବ ପଜିଟିଭ୍ ଚିହ୍ନଟ ହେଉଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ଏଥିସହ ପଡୋଶୀ ରାଜ୍ୟ ତଥା ଜିଲ୍ଲାରୁ ଫେରୁଥିବା ବ୍ୟକ୍ତିଙ୍କ ଠାରେ ପଜିଟିଭ୍ ଚିହ୍ନଟ ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ବିନା କାରଣରେ ରେଡ୍ ଜୋନ ଅଞ୍ଚଳକୁ ନ ଯିବା ପାଇଁ ପ୍ରଶାସନ ତରଫରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି ।

ତେବେ ଟେଷ୍ଟିଂ ସଂଖ୍ୟା ବଢୁଥିବାରୁ ପଜିଟିଭ୍ ସଂଖ୍ୟା ବଢୁଛି ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ଏଥିସହ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବା ପାଇଁ ମଧ୍ୟ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ବର୍ତ୍ତମାନ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଣ୍ଟିଜେନ ଆଗ୍ରେସିଭ୍ କୋଭିଡ୍ ପରୀକ୍ଷା କରାଯାଉଛି । ଜିଲ୍ଲାର ୧୧ ଗୋଟି ବ୍ଲକ ସହ ୨ଟି ପୌରାଞ୍ଚଳରେ ପ୍ରଶାସନ ତରଫରୁ ଟିମ୍ ଗଠନ କରାଯାଇ କୋଭିଡ୍ ପରୀକ୍ଷାକୁ ଜୋରଦାର୍ କରାଯାଇଛି ।

ରାୟଗଡାରୁ ପୁଣି 120 କୋରୋନା ପଜିଟିଭ୍ ଚିହ୍ନଟ

ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ୧୨୦ ଜଣଙ୍କ ମଧ୍ୟରୁ ୭୪ ଜଣ ପୁରୁଷ ଥିବା ବେଳେ ୪୬ ଜଣ ମହିଳା ଅଛନ୍ତି । ୯୮ ଜଣ ଗୃହ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ୭୯ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଛନ୍ତି ।

ରାୟଗଡା ସହରରୁ ୨୩, ରାୟଗଡା ଗ୍ରାମାଞ୍ଚଳରୁ ୨୧, ଗୁଣପୁର ସହରରୁ ୨, ଗ୍ରାମାଞ୍ଚଳରୁ ଜଣେ, ବିଷମକଟକରୁ ୨୧, ଚନ୍ଦ୍ରପୁରରୁ ଜଣେ, କଲ୍ୟାଣସିଂହପୁରରୁ ଜଣେ, କାଶିପୁରରୁ ୨, ମୁନିଗୁଡାରୁ ୨ ଓ ପଦ୍ମପୁରରୁ ୨୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୨୦ ଜଣ ପଜିଟିଭଙ୍କ ମଧ୍ୟରୁ ୧୬ ଜଣ କୋରୋନା ଯୋଦ୍ଧା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୨୩୮୬ ଜଣ ଚିହ୍ନଟ ହୋଇଥିବାବେଳେ ୧୪୧୫ ଜଣ ସୁସ୍ଥ ଲାଭ କରିଛନ୍ତି । ୧୫ ଜଣ କୋରୋନା ସଂକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୯୫୬ ଜଣ କୋରୋନା ପଜିଟିଭ୍ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଜେକେପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ କୋରୋନା ଯୋଦ୍ଧା ବହୁ ମାତ୍ରାରେ ଆକ୍ରାନ୍ତ ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାବାସୀ ଭୟଭୀତ ନ ହୋଇ ସତର୍କ ସହ ସଚେତନ ରହିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିବେଦନ କରିଛନ୍ତି । ଏଥି ସହ ରାଜ୍ୟ ସରକାର ଜାରି କରିଥିବା କୋଭିଡ-୧୯ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.