ରାୟଗଡା: ଜିଲ୍ଳାରେ ଆଜି(ଶନିବାର) 146 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭ୍ ସଂଖ୍ୟାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1950ରେ ପହଞ୍ଚିଛି । ଏଥି ମଧ୍ୟରୁ 746 ସକ୍ରିୟ ମାମଲା ରହିଥିବାବେଳେ 1190 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା 14ରେ ସ୍ଥିର ରହିଛି ।
ତେବେ ରାୟଗଡା ଗ୍ରାମାଞ୍ଚଳରୁ ଅଧିକ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ମଧ୍ୟରୁ 115 ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ବର୍ତ୍ତମାନ ଜିଲ୍ଲାରେ 27ଟି ଟିମ୍ ଗଠନ କରି ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଥିବାରୁ ପଜିଟିଭଙ୍କ ସଂଖ୍ୟା ଅଧିକ ବାହାରୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ