ରାୟଗଡା: ଟିକିରି ଥାନା ପୋଲିସକୁ ମିଳିଛି ବଡ ସଫଳତା । 7 ଜଣିଆ କଙ୍କ୍ରିଟ ମେସିନ ଏବଂ ଜେନେରେଟର ଚୋର ଦଳକୁ ଠାବ କରି ଗିରଫ କରିଛି ଟିକିରି ପୋଲିସ । ଚୋରି ମେସିନ ଜବତ ।
ଗୁରୁବାର ରାତିରେ କୌଣସି ସୁତ୍ରରୁ ଖବର ପାଇ ଟିକିରି ପୋଲିସର ଏକ ଟିମ କାଶିପୁର ଆଡରୁ ଟିକିରିକୁ ଆସୁଥିବା ଗୋଟିଏ ପିକ୍ଅପ ଭ୍ୟାନକୁ ସନ୍ଦେହରେ ଅଟକାଇଥିଲେ । ପୋଲିସକୁ ଦେଖି ଗାଡି ଛାଡି ଦୌଡି ପଳାଇବା ସମୟରେ ସେମାନଙ୍କ ମଧ୍ୟରୁ ଦୁଇଜଣକୁ କାବୁ କରିଥିଲା ପୋଲିସ । ସେମାନଙ୍କୁ ପଚରାଉଚାର କରିବା ପାଇଁ ଥାନାକୁ ଆଣି ତଦନ୍ତ କରିବା ପରେ ଏହା ଚୋରି ମେସିନ ବୋଲି ଜଣାପଡିଥିଲା ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୋରଖପୁର ଗାଁର କୌନ ମାଝି, ରାଜେଶ ସାହୁ, ମୁସଳୀ ନାୟକ , କୃଷ୍ଣ ମାଝି, ଚେନ୍ଦୁ ମାଝି, ଡୁୟାଲ ଗାଁର ଗୁଣାନିଧି ନାୟକ ଏବଂ ବଡମାରିଭଟ୍ଟା ଗାଁର ଭାଗ୍ୟଧର ନାୟକ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ