ETV Bharat / state

ତୃତୀୟ ଲହର ମୁକାବିଲା, ରାୟଗଡାରେ ଶିଶୁଙ୍କ ପାଇଁ ୧୫ ଶଯ୍ୟା ବିଶିଷ୍ଟ ୱାର୍ଡ ପ୍ରସ୍ତୁତ

author img

By

Published : Aug 28, 2021, 3:00 PM IST

ରାୟଗଡା ଜିଲ୍ଲାରେ କୋରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଏନେଇ ଜିଲ୍ଲାର ମୁଖ୍ୟ ହସ୍ପିଟାଲରେ ସ୍ଵତନ୍ତ୍ର ଭାବେ କୋରୋନା ଆକ୍ରାନ୍ତ ଶିଶୁଙ୍କ ପାଇଁ ୧୫ ଶଯ୍ୟା ବିଶିଷ୍ଟ ଶିଶୁ ୱାର୍ଡ ପ୍ରସ୍ତୁତ କରି ରଖାଯାଇଛି । ଅଧିକ ପଢନ୍ତୁ...

ତୃତୀୟ ଲହରକୁ ନେଇ କେତେ ପ୍ରସ୍ତୁତ ରାୟଗଡା ଜିଲ୍ଲା ?

ରାୟଗଡା: ରାଜ୍ୟରେ ବଢୁଛି ତୃତୀୟ ଲହର ଆଶଙ୍କା । ତୃତୀୟ ଲହର ଶିଶୁଙ୍କ ପ୍ରତି ବିପଦ ଥିବା ବେଳେ ଶିଶୁ ସଂକ୍ରମଣ ନେଇ ଏବେ ଚିନ୍ତା ବଢିଛି । ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରଣରେ ପ୍ରତିଦିନ ୧୦୦ ଶିଶୁ କୋରୋନା ସଂକ୍ରମିତ ହେଉଛନ୍ତି । ଯାହା କୋରୋନାର ତୃତୀୟ ଲହର ଆଶଙ୍କାକୁ ଆହୁରି ବଢାଉଛି । ବିଶେଷଜ୍ଞଙ୍କ କହିବା ଆନୁୟାୟୀ ରାଜ୍ୟରେ ସେପ୍ଟେମ୍ବର ଶେଷ ଆଡକୁ ଆସିପାରେ କୋରୋନାର ତୃତୀୟ ଲହର । ଯାହାକୁ ନେଇ ଏବେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ରାୟଗଡାରେ ଶିଶୁଙ୍କ ପାଇଁ ୧୫ ଶଯ୍ୟା ବିଶିଷ୍ଟ ୱାର୍ଡ ପ୍ରସ୍ତୁତ

ରାୟଗଡା ଜିଲ୍ଲାରେ କୋରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଜିଲ୍ଲାରେ ଶିଶୁ ବିଶେଷଜ୍ଞ ଅଭାବ ଥିବା ବେଳେ ଏମବିବିଏସ ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫଙ୍କୁ ବିଶେଷ ଭାବେ ତାଲିମ ଦିଆଯାଇଛି । ଏଥି ସହ ଜିଲ୍ଲାର ମୁଖ୍ୟ ହସ୍ପିଟାଲରେ ସ୍ଵତନ୍ତ୍ର ଭାବେ କାରୋନାରେ ଆକ୍ରାନ୍ତ ଶିଶୁଙ୍କ ପାଇଁ ୧୫ ଶଯ୍ୟା ବିଶିଷ୍ଟ ଶିଶୁ ୱାର୍ଡ ରେଡି କରି ରଖାଯାଇଛି । । ଖାଲି ସେତିକି ନୁହଁ ହସ୍ପିଟାଲ ବ୍ୟତିତ ଜିଲ୍ଲାର ସିଏଚସି , ପିଏଚସି ଗୁଡିକରେ ମଧ୍ୟ ଶିଶୁଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତବନ୍ଧୁ ନାୟକ ।

ସେପଟେ ଗତ ଦୁଇଟି ଲହରୀ ଦେଖିଥିବା ସାଧାରଣ ଲୋକେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି । ସବୁଠାରୁ ସହର ତଳି, ଝୁପୁଡିରେ ବସବାସ କରୁଥିବା ଲୋକଙ୍କ ଚିନ୍ତା ବଢାଇଛି ସମ୍ଭାବ୍ୟ ତୃତୀୟ ଲହର। ସେମାନଙ୍କ କହିବା କଥା କାମକୁ ନ ଗଲେ ସେମାନଙ୍କ ଘରେ ଚୁଲି ଜଳେନି । ଏହି ସମୟରେ ଛୋଟ ଛୋଟ ପିଲାଙ୍କୁ ଛାଡି ସେମାନେ କାମକୁ ଯାଉଛନ୍ତି । ଯଦି ତୃତୀୟ ଲହର ଆସେ ତେବେ କାମକୁ କିପରି ଯିବେ ସେନେଇ ବଢିଛି ଚିନ୍ତା ।

କୋରୋନାର ପ୍ରଥମ ,ଦ୍ବିତୀୟ ଲହର ପରେ ଏବେ ତୃତୀୟ ଲହର । କୋରୋନାର ଗୋଟିଏ ପରେ ଗୋଟିଏ ଲହର ଭୟଙ୍କର ହେଉଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଛି । ଏଥିରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାୟଗଡା ଜିଲ୍ଲା ପ୍ରଶାସନ ମଧ୍ୟ ତୃତୀୟ ଲହରକୁ ସମ୍ମୁଖୀନ କରିବାକୁ ପ୍ରସ୍ତୁତି ଜୋରଦାର କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.