ରାୟଗଡା: ନୟାଗଡ ଠାରୁ ଜୟପୁର ଅଭିମୁଖେ ଯାଉଥିବା ରଘୁନାଥ ନାମକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 9 ଜଣ ଆହତ ହୋଇଛନ୍ତି । ବିଷମକଟକ ଥାନା ପୁରିକଣା ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିବା ସୂଚନା ମିଳିଛି ।
ଏଥିରେ ଥିବା ନଅଜଣ ଆହତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆଜି ଭୋର ପ୍ରାୟ ସାଢେ 3ଟାବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେପଟେ ଆହତଙ୍କୁ ବିଷମକଟକ ପୋଲିସ ପହଞ୍ଚି 108 ଯୋଗେ ରାୟଗଡା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି । ଅନ୍ୟପଟେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
![ରାୟଗଡାରେ ବସ ଦୁର୍ଘଟଣା](https://etvbharatimages.akamaized.net/etvbharat/prod-images/od-rgda-1-busaccdent-dry-od100037_30012021081324_3001f_1611974604_796.jpeg)
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ