ETV Bharat / state

କାର୍ତ୍ତିକ ପୁର୍ଣ୍ଣିମାରେ ଅଘଟଣ: ବୋଇତ ବନ୍ଦାଣ ସମୟରେ ପୃଥକ ଘଟଣାରେ ଦୁଇ ମୃତ - କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାୟଗଡାର ବିଭିନ୍ନ ନଦୀ କୂଳରେ ଜମିଛି ଶ୍ରଦ୍ଧଳୁଙ୍କ ଭିଡ । ମାତ୍ର ଅନ୍ୟପଟେ ନାଗାବଳୀ ଏବଂ ବଂଶଧାରା ନଦୀରେ ବୋଇତ ବନ୍ଦାଣ ସମୟରେ ଅଘଟଣ ଘଟିଛି ।

କାର୍ତ୍ତୀକ ପୁର୍ଣ୍ଣିମାରେ ଅଘଟଣ: ବୋଇତ ବନ୍ଦାଣ ସମୟରେ ପୃଥକ ଘଟଣାରେ ଦୁଇ ମୃତ
author img

By

Published : Nov 12, 2019, 5:40 PM IST

ରାୟଗଡା: ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ରାୟଗଡାରେ ଦେଖିବାକୁ ମିଳିଛି ଏହି ଉତ୍ସବର ମାହୋଲ । ଏହି ଅବସରରେ ଜିଲ୍ଲାରେ ବହିଯାଉଥିବା ବଂଶଧାରା, ନାଗାବଳୀ ଓ ମହେନ୍ଦ୍ର ତନୟା ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ମାତ୍ର ଅନ୍ୟପଟେ ନାଗାବଳୀ ଏବଂ ବଂଶଧାରା ନଦୀରେ ବୋଇତ ବନ୍ଦାଣ ସମୟରେ ଅଘଟଣ ଘଟିଛି ।

କାର୍ତ୍ତୀକ ପୁର୍ଣ୍ଣିମାରେ ଅଘଟଣ: ବୋଇତ ବନ୍ଦାଣ ସମୟରେ ପୃଥକ ଘଟଣାରେ ଦୁଇ ମୃତ

ବଡି ଭୋରୁ କଦଳୀ ବାହୁଙ୍ଗାରୁ ପ୍ରସ୍ତୁତ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ । କଦଳୀ ବାହୁଙ୍ଗାରୁ ପ୍ରସ୍ତୁତ ଡଙ୍ଗାରେ ପାନ, ଗୁଆ ଥୋଇ 'ଆ କା ମା ବୈ' ଡାକରେ ଫାଟି ପଡୁଥିଲା ନଦୀ ପୁଷ୍କରଣୀ ତୁଠ । ସେପଟେ କାର୍ତ୍ତିକ ହବିଷଳୀ ନଦୀ କୂଳରେ ବାଲୁକା ସ୍ଥାପନ କରି ଭୀମା ପୂଜା ସହ ରାଇ ଦାମୋଦରଙ୍କୁ ପୂଜା କରିଥିଲା ।

ମାତ୍ର ଅନ୍ୟପଟେ ନାଗାବଳୀ ଏବଂ ବଂଶଧାରା ନଦୀରେ ବୋଇତ ବନ୍ଦାଣ ସମୟରେ ଅଘଟଣ ଘଟିଛି । ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଜଣେ ଇଞ୍ଜିନିୟରିଂ ଛାତ୍ର ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଛାତ୍ର ଜଣକ ହେଲେ ସୁମନ ବେହେରା ଓ ତାଙ୍କ ଘର ମୁନିଗୁଡ଼ାରେ । ସେ ସ୍ଥାନିୟ ୟୁଜିଏମ୍ଆଇଟିରେ ଦ୍ବିତୀୟ ବର୍ଷ ଡିପ୍ଲୋମା ଛାତ୍ର ଥିଲେ । ମଙ୍ଗଳବାର ସୁମନ ବଡ଼ି ଭୋରରୁ 4 ଜଣ ସାଙ୍ଗଙ୍କ ସହିତ ବୋଇତ ଭସାଇବାକୁ ଝୁଲାପୋଲ ନିକଟକୁ ଯାଇଥିଲେ ।

ସେହିଭଳି ରାମଣାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ବଂଶଧାରା ନଦୀରେ ମଧ୍ୟ ବୋଇତ ଭସାଣ ବେଳେ ଆଉ ଜଣେ ଯୁବକ ଭାସିଯାଇ ପ୍ରାଣ ହରାଇଛନ୍ତି । ମୃତ ଯୁବକ ହେଲେ ଗୁମୁଡ଼ା ନିକଟସ୍ଥ ଗୋପାଳପୁର ଗ୍ରାମର 16 ବର୍ଷୀୟ ସନ୍ତୋଷ ଜେନା । ପରିବାର ସହ ସନ୍ତୋଷ ଭୋରରୁ ବୋଇତ ଭସାଇବାକୁ ବଂଶଧାରା ନଦୀକୁ ଯାଇଥିଲେ । ବୋଇତ ଭସାଇବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା ଫଳରେ ସେ ମଧ୍ୟ ବଂଶଧାରା ନଦୀରେ ଭାସିଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶ୍ରମ ବାହିନି ପହଁଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ, ବାଲୁକା ପୂଜା ଅନୁଷ୍ଠିତ ସେପଟେ ବୋଇତ ବନ୍ଦାଣ ସମୟରେ ପୃଥକ ଘଟଣାରେ ଦୁଇ ମୃତ Body:ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ରାୟଗଡ ଜିଲ୍ଲାର ଗାଳି କାନ୍ଦିରେ ଚାଲିଛି ପୂର୍ଣ୍ଣିମା ଉଛବ । ଏହି ଅବସରରେ ଜିଲ୍ଲାରେ ବାହିଯଉଥିବା ବଂଶଧାରା , ନାଗାବଳୀ ଓ ମହେନ୍ଦ୍ର ତନୟା ନଦୀ କୂଳରେ ଭିଡ ଜମିଛି ଶ୍ରଦ୍ଧଳୁଙ୍କ । ବଡି ଭୋରୁ କଦଳୀ ବାହୁଙ୍ଗାରୁ ପ୍ରସ୍ତୁତ ଡଙ୍ଗା ଭସାଇଥିଲେ ଶ୍ରଦ୍ଧଳୁ । କଦଳୀ ବାହୁଙ୍ଗାରୁ ପ୍ରସ୍ତୁତ ଡଙ୍ଗାରେ ପାନ, ଗୁଆ, ଥୋଇ ଆ କା ମା ବୈ ଡାକରେ ଫଟି ପଡୁଥିଲା ନଦୀ ପୁଷ୍କରଣୀ ତୁଠ । ସେପଟେ କାର୍ତ୍ତିକ ହବିଷଳୀ ନଦୀ କୂଳରେ ବାଲୁକା ସ୍ଥାପନ କରି ଭୀମା ପୂଜା ସହ ରାଇ ଦାମୋଦରଙ୍କୁ ପୂଜା କରିଥିଲା । ସେପଟେ ନାଗାବଳୀ ଏବଂ ବଂଶଧାରା ନଦୀରେ ବୋଇତ ବନ୍ଦାଣ ସମୟରେ ଅଘଟଣ ଘଟିଛି । ନାଗାବଳୀ ନଦୀର ଝୁଲା ପୋଲ ନିକଟାର ଜଣେ ଇଞ୍ଜିନିୟର ଛାତ୍ର ନଦୀରେ ଭିସିଯାଇ ମୃତ୍ୟୁ ଘଟିଛି । ଛାତ୍ର ଜଣକ ହେଲେ ସୁମନ ବେହେରା ତାଙ୍କ ଘର ମୁନିଗୁଡ଼ାରେ । ସେ ସ୍ଥାନିୟ ୟୁଜିଏମ୍ଆଇଟିରେ ଦୁତିୟ ବର୍ଷ ଡ଼ିପ୍ଲମା ଛାତ୍ର । ଆଜି ବଡ଼ି ଭୋରରୁ ୪ ଜଣ ସାଙ୍ଗଙ୍କ ସହିତ ବୋଇତ ଭସାଇବାକୁ ସୁମନ ଝୁଲିପୋଲ ନିକଟକୁ ଯାଇଥିଲେ । ସେହିଭଳି ରାମଣାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ବଂଶଧାରା ନଦୀରେ ମଧ୍ୟ ବୋଇତ ଭସାଣି ବେଳେ ଜଣେ ଯୁବକ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ହେଲେ ଗୁମୁଡ଼ା ନିକଟସ୍ଥ ଗୋପାଳପୁର ଗ୍ରାମର ୧୬ ବର୍ଷିୟ ସନ୍ତୋଷ ଜେନା । ପରିବାର ସହ ସନ୍ତୋଷ ଭୋରରୁ ବଇତ ଭସାଇବାକୁ ବଂଶଧାରା ନଦୀକୁ ଯାଇଥିଲେ । ବୋଇତ ଭସାଇବା ବେଳେ ତାଙ୍କର ମଧ୍ୟ ଗୋଡ଼ ଖସିଯାଇଥିଲା ଫଳରେ ସେ ମଧ୍ୟ ବଂଶଧାରା ନଦୀରେ ଭାସିଯାଇଥିଲେ ଘଟଣା ସ୍ଥଳରେ ଅଗ୍ନିଶ୍ରମ ବାହିନି ପହଁଚିଂ ଉଭଯଙ୍କୁ ଉଦ୍ଧାର କରିଥିଲେ । Conclusion:ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ, ବାଲୁକା ପୂଜା ଅନୁଷ୍ଠିତ ସେପଟେ ବୋଇତ ବନ୍ଦାଣ ସମୟରେ ପୃଥକ ଘଟଣାରେ ଦୁଇ ମୃତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.