ETV Bharat / state

ଏଥର ରାୟଗଡାରେ ଭଲ ପ୍ରଦର୍ଶନ କରିବ ବିଜେଡି: ଭାସ୍କର ରାଓ - raygada district

2019 ନିର୍ବାଚନରେ ରାୟଗଡା ଦଖଲ କରିବା ନେଇ ଆଶାବାଦୀ ଅଛି ବିଜେଡି। ଏନେଇ ମତ ରଖି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ କହିଛନ୍ତି ପୂର୍ବ ନିର୍ବାଚନ ଅପେକ୍ଷା ଦଳ ଏଥର ଉତ୍ତନ ପ୍ରଦର୍ଶନ କରିବ।

ଫାଇଲ ଫଟୋ
author img

By

Published : Apr 13, 2019, 2:57 PM IST

ରାୟଗଡା: ଝଡ଼ ପରର ନିରବତା ଭଳି ଶୂନସାନ ହୋଇଯାଇଛି ଗାଁ ଠାରୁ ସହର । ଆଉ ଶୁଭୁନାହିଁ ଡ଼ାକବାଜି ଯନ୍ତ୍ରର କାନଫଟା ରାବ ଏବଂ ନେତା ମନ୍ତ୍ରୀଙ୍କ ଭିଡ଼ । ଏବେ ଛକ ବଜାର ଠାରୁ ଆରମ୍ଭ କରି ନେତାଙ୍କ ଚାମ୍ବର ପର୍ଯ୍ୟନ୍ତ ସବୁଠି ଆରମ୍ଭ ହୋଇଛି ଭୋଟ ଚର୍ଚ୍ଚା । କିଏ କାହାକୁ ଦେଲା ଭୋଟ ତାକୁ ନେଇ ଆରମ୍ଭ ହୋଇଯାଇଛି ହରଣ ,ଗୁଣନ, ମିଶାଣ ଫେଡ଼ାଣର ଗଣିତ ।
ସବୁ ଦଳ ନିଜ କଷିଥିବା ଗଣିତରେ ଅନ୍ୟ ଦଳ ଅପେକ୍ଷା ଆଗରେ ଥିବା ନେଇ ଦମ୍ଭୋକ୍ତି ଦେଖାଉଛନ୍ତି । ମାତ୍ର ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ କାହାକୁ ମିଳିବ ସେ ନେଇ କେହି ନିଶ୍ଚିତ ହୋଇ ପାରୁନାହାନ୍ତି । ଆଶା ଆଶଙ୍କା ମଧ୍ୟରେ ସବୁ ଦଳର ଆଶାୟୀ ପ୍ରାର୍ଥୀ । ଆମେ କହୁଛୁ ରାୟଗଡା ବିଧାନସଭା ନିର୍ବାଚନମଣ୍ଡଳୀର କଥା ।

କାଶିପୁର ଓ ରାୟଗଡ଼ା ବ୍ଲକ ଏବଂ ରାୟଗଡ଼ା ମୁନିସିପାଲଟିକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ । ଚଳିତ ଥରର ମୋଟ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ହେଉଛି ୨୩୭୨୦୭ । ତେବେ ୧୭୯୦୪୨ ଭୋଟର ସେମାନଙ୍କର ମତାମତ ସାବ୍ୟସ୍ତ କରିଛନ୍ତି । ଏଥର ୭୫.୨୯ ପ୍ରତିଶତ ମତଦାନ ହୋଇଛି । କାଶିପୁର ବ୍ଲକର ମୋଟ ଭୋଟର ୯୭୪୦୩ ଭେଟରଙ୍କ ମଧ୍ୟରୁ ୭୯୨୬୧ଜଣ ଭୋଟଦାନ କରିଛନ୍ତି ଏବଂ ୮୧.୩୭ ପ୍ରତିଶତ ମତଦାନ ହୋଇଛି । ସେହିଭଳି ରାୟଗଡ଼ା ବ୍ଲକରେ ୮୬୨୭୯ ଭୋଟରଙ୍କ ମଧ୍ୟରୁ ୬୭୬୫୧ ଜଣ ମତଦାନ କରିଛନ୍ତି। ମତୀନର ହାର ୭୮.୪୧ ରହିଛି । ରାୟଗଡ଼ା ମୁନିସିପାଲଟିରେ ୫୩୫୨୫ ଭୋଟରଙ୍କ ମଧ୍ୟରୁ ୩୨୧୩୦ ମତଦାନ କରିଛନ୍ତି । ଏଠାରେ ୬୦.୦୩ ପ୍ରତିଶତ ଭୋଟିଂ ହୋଇଛି।

ପୂର୍ବରୁ ହୋଇଥିବା ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନର ପରିବେଶ ଭିନ୍ନ ଥିଲା। ଏଠି ଅନ୍ୟ ନିର୍ବାଚନମଣ୍ଡଳୀ ଅପେକ୍ଷା ଷ୍ଟାରପ୍ରଚାରଙ୍କ ଭିଡ଼ ଜମାରୁ ନଥିଲା। ବିଜେଡ଼ି ପାଇଁ ଦଳର ସୁପ୍ରିମୋ ଦିନଟିଏ ପାଇଁ ପ୍ରଚାର କରିଥିବା ବେଳେ ବିଜେପି ପାଇଁ ଧର୍ମେନ୍ଦ୍ର ମଧ୍ୟ ଥର ଟିଏ ପ୍ରଚାରକୁ ଆସିଥିଲେ। କଂଗ୍ରେସର କୌଣସି ହେଭିୱେଟ ନେତାଙ୍କୁ ଏଥର ପ୍ରଚାର ବେଳେ ଦେଖିବାକୁ ମିଳିନଥିଲା।

ଚଳିତ ନିର୍ବାଚନରେ ଏଠାକାର ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରି ହିମିରିକା, କଂଗ୍ରେସର ଆପଲସ୍ୱାମୀ କାଡ୍ରାକା, ବିଜେପିର ବସନ୍ତ ଉଲାକା, ବିଏସପିର ପୂର୍ଣ୍ଣାବତୀ ମାଝି ଏବଂ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ମକରନ୍ଦ ମୁଦୁଲି।

ଚଳିତ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାସଂଦ ଏନ.ଭାସ୍କର ରାଓ। ଗତ ଥର ଅପେକ୍ଷା ଦଳ ସମଗ୍ର ଜିଲ୍ଲାରେ ଭଲ ପ୍ରଦର୍ଶନ କରିବ। ପୂର୍ବ ଅପେକ୍ଷା ବିଜେଡିକୁ ଏଥର ଜନସମର୍ଥନ ଅନ୍ୟ ଦଳଙ୍କ ଅପେକ୍ଷା ଆହୁରି ଅଧିକ ମିଳିବ ସେ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଗତ 18 ତାରିଖରେ ଏହି ଆସନ ପାଇଁ ହୋଇଥିଲା ମତଦାନ। ବର୍ତ୍ତମାନ ଭୋଟ ପରେ ହୋଇଥିବା ସର୍ଭେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠି ସିଧାସଳଖ ଲଢ଼େଇ ବିଜେଡ଼ି ଏବଂ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥିବା ନେଇ ସ୍ପଷ୍ଟ ହୋଇଛି। ଯଦି ଗୋଇନ୍ଦା ରିପୋର୍ଟକୁ ବିଚାରକୁ ନିଆଯାଏ ଲାଲବିହାରି ହିମିରିକା ଏବଂ ମକରନ୍ଦ ମୁଦୁଲି ମଧ୍ୟରେ କଡ଼ା ଟକର ହୋଇଛି । ଯିଏବି ଏଥର ଜିତିବେ ତାଙ୍କର ବିଜୟ ବ୍ୟବଧାନ ଚାରିଅଙ୍କ ମଧ୍ୟରେ ରହିବ ବୋଲି ଆକଳନ କରାଯାଉଛି ।

ମକରନ୍ଦ କାଶିପୁର ବ୍ଲକରେ ଅନ୍ୟ ପ୍ରାର୍ଥିଙ୍କ ଠାରୁ ବହୁ ଭୋଟରେ ଆଗୁଆ ରହିବାର ଖବର ମିଳୁଥିବା ବେଳେ, ରାୟଗଡ଼ା ମୁନିସପାଲଟିରେ ଲାଲବିହାରି ହିମିରିକା ଅଧିକ ଭୋଟ ପାଇବା ସଙ୍କେତ ମିଳୁଛି । ସେହିଭଳି ରାୟଗଡ଼ା ବ୍ଲକରେ ବିଜେଡ଼ି, କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକର ହୋଇଥିବାର ଜଣାପଡିଛି । ମେ ୨୩ ତାରିଖରେ ଫଳାଫଳ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ।

ରାୟଗଡାରୁ ରଞ୍ଜନ ରଥ, ଈଟିଭି ଭାରତ

slug-netanku panch prasna congress g.udayagiri candidate shyamghan pradhan
format-one to one
report-sadasiba patra
place-Phulabani(Kandhamal)
date-11.4.2019
କନ୍ଧମାଳ ଜିଲା ଘୁ.ଉଦୟଗିରି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ । ତୃଣମୂଳ ସ୍ତରରୁ ରାଜନୀତି କରିବା ସହିତ ତିନି ଥରର ସରପଞ୍ଚ,ସମିତି ସଭ୍ୟ ଏମିତି ଅନେକ  । ଲୋକଙ୍କ ସମସ୍ୟା ସହିତ ଜଡିତ ଶ୍ୟାମଘନ ଲୋକଙ୍କ ଲଢେଇ ଲଢୁଥିବା କହିଛନ୍ତି  ।
   ଈଟିଭି ଭାରତର ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଏହି ନିର୍ବାଚନ ମଣ୍ଡଳୀର ବିକାଶ ଯୋଜନା ପାଇଁ କରିଥିବା ଯୋଜନା ସମ୍ପର୍କରେ କହିଛନ୍ତି ଶ୍ୟାମଘନ । ଟିକାବାଲି ମାଳ ବାଣିଜ୍ୟ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବି  । ଜିଲାର ହଜାର ହଜାର ଚାଷୀ ଓ ଜଙ୍ଗଲ ଜାତ ଦ୍ରବ୍ୟର ସଠିକ୍ ମୂଲ୍ୟ ମିଳିବ  । ହଳଦୀ ଉତ୍ପାଦନ ପରେ ବଜାର ଯୋଗାଇବା ମୋର ଲକ୍ଷ୍ୟ ହେବ । ଶିକ୍ଷା,ସ୍ବାସ୍ଥ୍ୟର ବିକାଶ ମୋର ହେବ ଲକ୍ଷ୍ୟ  । ଜଳସେଚନକୁ ପ୍ରାଧାନ୍ୟ ଦିଆଯିବ  । ଦାଦନ ବନ୍ଦ କରିବା ହେବ ଏକ ଆହ୍ବାନ ଏବଂ ସେଥିପାଇଁ ତିନି ହଜାର ଲେଖାଏଁ ଦିଆଯିବ  । ଏପରିକି ବିଧାୟକ ପାଣ୍ଠିକୁ ଦୁରୁପଯୋଗ କରିଛନ୍ତି ପୂର୍ବତନ ବିଧାୟକ ମାନେ ଏବଂ ଦୁର୍ନୀତି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ଯାମଘନ  । ସେ କିନ୍ତୁ ଏଥିରେ ପାରଦର୍ଶିତା ଆଣିବେ ବୋଲି ଦୃଢୋକ୍ତି କରିଛନ୍ତି  ।
.............
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.