ETV Bharat / state

ମହିଳା ହୋମଗାର୍ଡଙ୍କୁ ଛୁରା ମାଡ, ଅଭିଯୁକ୍ତ ଫେରାର

author img

By

Published : Dec 14, 2021, 8:56 AM IST

ବାଇକ ଚାଳକଙ୍କ ଛୁରା ମାଡରେ ମହିଳା ହୋମଗାର୍ଡ ଗୁରୁତର । ରାୟଗଡା ଜିଲ୍ଲା ଜେକେପୁର ଠାରେ ଜଣେ କାର୍ଯ୍ୟରତ ମହିଳା ହୋମଗାର୍ଡଙ୍କୁ ହୋଇଛି ଛୁରା ମାଡ। ଅଧିକ ପଢନ୍ତୁ

ମହିଳା ହୋମଗାର୍ଡଙ୍କୁ ଛୁରା ମାଡ, ଅଭିଯୁକ୍ତ ଫେରାର
ମହିଳା ହୋମଗାର୍ଡଙ୍କୁ ଛୁରା ମାଡ, ଅଭିଯୁକ୍ତ ଫେରାର

ରାୟଗଡା : ମହିଳା ହୋମଗାର୍ଡଙ୍କୁ ଛୁରାମାଡ ( women homeguard was stabbed ) । ବାଇକ ଚାଳକଙ୍କ ଛୁରା ମାଡରେ ମହିଳା ଗୁରୁତର । ଏଭଳି ଘଟଣା ଘଟିଛି ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ଗାଁରେ । ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ରୀନା ବିଡିକା । ଛୁରାମାଡ କରି ଯୁବକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି ।

ସୂଚନାଅନୁଯାୟୀ ହୋମଗାର୍ଡ ରୀନା ଜେକେପୁରସ୍ଥିତ ଗୋପବନ୍ଧୁ ଛକରେ ଟ୍ରାଫିକ ଡ୍ୟୁଟିରେ ଥିଲେ । ସେହି ସମୟରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଯୁବକକୁ ଅଟକାଇବା ପାଇଁ ହୋମଗାର୍ଡ ରୀନା ଉଦ୍ୟମ କରିଥିଲେ। ହେଲେ ଯୁବକ ଜଣକ ସେହି ସମୟରେ ରୀନାଙ୍କୁ ଛୁରା ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ବାସିନ୍ଦା ଓ ଚାନ୍ଦିଲି ପୁଲିସ ରୀନାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। ଏଣେ ଛୁରା ମାରିଥିବା ଯୁବକଙ୍କ କୌଣସି ପତ୍ତା ମିଳିନଥିବେଳେ ପୋଲିସ ତନାଘନା ଜାରି ରଖିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.