ETV Bharat / state

ଜଳିଗଲା ବକ୍ସାଇଟ ବୋଝେଇ ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର - ବକ୍ସାଇଟ ବୋଝେଇ ଟ୍ୟାଙ୍କରରେ ନିଆଁ

ବୃନ୍ଦବାଡି ନିକଟରେ ଏକ ବକ୍ସାଇଟ ବୋଝେଇ ଟ୍ୟାଙ୍କରରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଅଧିକ ପଢନ୍ତୁ

ବକ୍ସାଇଟ ବୋଝେଇ ଟ୍ୟାଙ୍କରରେ ନିଆଁ
ବକ୍ସାଇଟ ବୋଝେଇ ଟ୍ୟାଙ୍କରରେ ନିଆଁ
author img

By

Published : Mar 28, 2022, 7:45 AM IST

ରାୟଗଡା: ବକ୍ସାଇଟ ବୋଝେଇ ଟ୍ୟାଙ୍କରରେ ଅଗ୍ନିକାଣ୍ଡ । ରାୟଗଡା ଜିଲ୍ଲା ବୃନ୍ଦବାଡି ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଡିଟି ଟିକିରିରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଅଗ୍ନିକାଣ୍ଡ।

ବକ୍ସାଇଟ ବୋଝେଇ ଟ୍ୟାଙ୍କରରେ ନିଆଁ

ସୂଚନାଅନୁସାରେ, ଗତକାଲି(ରବିବାର) ଏକ ବକ୍ସାଇଟ ବୋଝେଇ ଟ୍ୟାଙ୍କରଟି ଟିକିରି ଠାରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ହଠାତ ବ୍ରେକଫେଲ ହୋଇଯାଇଥିଲା । ଗାଡିଟିକୁ ଡ୍ରାଇଭର ନିଜ ବୁଦ୍ଧି ଖଟାଇ ପଛକୁ ପଛ ହୋଇ ରାସ୍ତା କଡ଼କୁ ଓହ୍ଲାଇ ଦେଇଥିଲେ ।

ହେଲେ ଟ୍ୟାଙ୍କରଟିରେ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଯାଇଥିଲା । ଖବର ପାଇ ବିଷମକଟକ ଓ କୋଲନରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଡ୍ରାଇଭର ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.