ETV Bharat / state

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀଙ୍କ ବିକ୍ଷୋଭ - ରାୟଗଡାରେ ଆଶାକର୍ମୀଙ୍କ ଆନ୍ଦୋଳନ

ବିଭିନ୍ନ ଦାବି ନେଇ ଆଶା କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ଆଶାକର୍ମୀଙ୍କ ବିକ୍ଷୋଭ
ବିଭିନ୍ନ ଦାବି ନେଇ ଆଶାକର୍ମୀଙ୍କ ଆନ୍ଦୋଳନ
author img

By

Published : Dec 15, 2022, 8:54 AM IST

Updated : Dec 15, 2022, 10:10 AM IST

ଆଶାକର୍ମୀଙ୍କ ବିକ୍ଷୋଭ

ରାୟଗଡା: ଆଶା କର୍ମୀ ସଙ୍ଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ବିଭିନ୍ନ ଦାବି ନେଇ ଆଶା କର୍ମୀମାନେ ଆନ୍ଦୋଳନ କରିଛନ୍ତି । ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ପୁଷ୍ପାଞ୍ଜଳି ବେହୁରା ଏବଂ ଗୀତାଞ୍ଜଳି ହିଆଲଙ୍କ ନେତୃତ୍ବରେ ଗାନ୍ଧୀ ପାର୍କ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଓଡିଶାରେ ଗର୍ଭବତୀ ମହିଳା, ନବଜାତ ଶିଶୁମାନଙ୍କର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ମିଶନ (ଏନ୍‍.ଏଚ୍‍.ଏମ୍‍) ଅଂଶ ଭାବେ, ଜନନୀ ସୁରକ୍ଷା ଯୋଜନା ୨୦୦୬ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଅଛି । ରାୟଗଡା ଭଳି ଉପାନ୍ତ ଅଞ୍ଚଳରେ ଆଶାକର୍ମୀମାନେ ଜୀବନକୁ ବାଜି ଲଗାଇ ଗର୍ଭବତୀ ମାଆ, ଶିଶୁ ଓ ରୋଗୀମାନଙ୍କୁ ସହଯୋଗର ହାତ ବଢାଇଛନ୍ତି । ଏହା ସହିତ ସରକାରଙ୍କ ସମସ୍ତ ସ୍ବାସ୍ଥ୍ୟ ଯୋଜନାକୁ ସଫଳ କରିବାରେ ଆଶା କର୍ମୀମାନେ ମଧ୍ୟ ମୁଖ୍ୟ ଭୂମିକା ତୁଲାଇ ଆସୁଛନ୍ତି ।

ଆଶାକର୍ମୀମାନଙ୍କର ଦୀର୍ଘ ଦିନର ବିଭିନ୍ନ ଦାବି ପୂରଣ ହୋଇ ନଥିବାରୁ ସଂଘର ନିଷ୍ପତ୍ତି କ୍ରମେ ୨୯ ତାରିଖ ଦିନ ୧୦ ଦଫା ଦାବିକୁ ନେଇ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ ସରକାର ଦାବି ପୂରଣ ଦିଗରେ ଅଣଦେଖା କରିବା ଯୋଗୁଁ ସମସ୍ତ ଆଶା କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଏହା ସହ ରାଜ୍ୟର ସମସ୍ତ ବ୍ଳକରୁ ରାଜଧାନୀ ପର୍ଯ୍ୟନ୍ତ ଅର୍ନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବସିଛନ୍ତି । କିନ୍ତୁ ରାଜ୍ୟ ସରକାର କୌଣସି ଦାବି ଶୁଣିନଥିବା ଯୋଗୁଁ ଗତକାଲି(ବୁଧବାର) ସାରା ରାଜ୍ୟରେ ଆଶାକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ, ରାୟଗଡା

Last Updated : Dec 15, 2022, 10:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.