ETV Bharat / state

ପଡୋଶୀର ଦାଦାଗିରି, ରାଜ୍ୟ ସରକାର ଦେଖଣାହାରୀ: ଓଡିଶା ସୀମାରେ ଆନ୍ଧ୍ରର ସେତୁ ନିର୍ମାଣ - Andhra conflict

ଦିନକୁ ଦିନ ସୀମା ଲଙ୍ଘୁଛି ଲାଗିଛି ଆନ୍ଧ୍ର । ଓଡିଶା ଜମିକୁ ଜୋରଜବରଦସ୍ତ ହଡପ କରିବା ପାଇଁ ବାରମ୍ବାର କରୁଛି ଉଦ୍ୟମ । ନିର୍ବାଚନ ଲାଗି ସୀମାନ୍ତ ଅଞ୍ଚଳର ଓଡିଶାବାସୀଙ୍କୁ ଆକୃଷ୍ଟ କରିବା ପାଇଁ ବ୍ରିଜ ନିର୍ମାଣ କରୁଛି ଆନ୍ଧ୍ର ସରକାର । କିନ୍ତୁ ଏଥର କୋଟିଆରେ ନୁହେଁ ବରଂ ରାୟଗଡା ଜିଲ୍ଲା ସଦର ବ୍ଲକର ସାନକୁଲୁଟି ଗ୍ରାମରେ ଏଭଳି ଦାଦାଗିରି ଦେଖାଇଛି ଆନ୍ଧ୍ର । ଅଧିକ ପଢନ୍ତୁ...

ଆନ୍ଧ୍ରର ଦାଦାଗିରି, ଜୋରଜବରଦସ୍ତ ରାୟଗଡାରେ ଚଲାଇଥିଲା ସେତୁ ନିର୍ମାଣ

author img

By

Published : Jul 22, 2021, 6:08 PM IST

Updated : Jul 22, 2021, 7:22 PM IST

ରାୟଗଡ଼ା: ଦିନକୁ ଦିନ ସୀମା ଲଘିଂବାରେ ଲାଗିଛି ଆନ୍ଧ୍ର । ଓଡିଶା ଜମିକୁ ଜୋରଜବରଦସ୍ତ ହଡପ କରିବା ପାଇଁ ବାରମ୍ବାର କରୁଛି ଉଦ୍ୟମ । ନିର୍ବାଚନ ଲାଗି ସୀମାନ୍ତ ଅଞ୍ଚଳର ଓଡିଶାବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପ୍ରୟାସ କରୁଛି ଆନ୍ଧ୍ର ସରକାର । କିନ୍ତୁ ଏଥର କୋଟିଆରେ ନୁହେଁ ବରଂ ରାୟଗଡା ଜିଲ୍ଲା ସଦର ବ୍ଲକର ସାନକୁଲୁଟି ଗ୍ରାମରେ ଏଭଳି ଦାଦାଗିରି ଦେଖାଇଛି ଆନ୍ଧ୍ର । ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଅଧା ସେତୁ ନିର୍ମାଣ କରିବା ପରେ ବିଡିଓ, ତହସିଲଦାର ଓ ରାଜସ୍ବ ଅଧିକାରୀ ପହଞ୍ଚି କାମକୁ ବନ୍ଦ କରିଛନ୍ତି ।

ଆନ୍ଧ୍ରର ଦାଦାଗିରି, ଜୋରଜବରଦସ୍ତ ରାୟଗଡାରେ କରୁଛି ସେତୁ ନିର୍ମାଣ

ଓଡିଶାର ସୀମାନ୍ତ ସାନଲୁକୁଟି ଗ୍ରାମକୁ ଲାଗି ରହିଛି ଆନ୍ଧ୍ରର ଲାଡ୍ଡାଗ୍ରାମ । ଭୌଗୋଳିକ ସ୍ଥିତି ଅନୁଯାୟୀ ଚାରିଆଡେ ଓଡିଶାର ଗ୍ରାମ ରହିଥିବା ବେଳେ ମଝିରେ ରହିଛି ଆନ୍ଧ୍ରର ଲାଡ୍ଡାଗ୍ରାମ । ଏହି ଗ୍ରାମକୁ ଯିବାକୁ ହେଲେ ଓଡିଶା ଦେଇ ଯିବାକୁ ପଡିଥାଏ । ତେଣୁ ସେଠାରେ ସେତୁନିର୍ମାଣକୁ ଅଧିକ ଗୁରୁତ୍ବ ଦେଇଥିଲା ଆନ୍ଧ୍ର ପ୍ରଶାସନ । ତେବେ ଆନ୍ଧ୍ର ନିର୍ମାଣ କରୁଥିବା ସେତୁରେ ଆନ୍ଧ୍ର ଜମିରେ ଗୋଟିଏ ପିଲର ନିର୍ମାଣ କରିଥିବା ବେଳେ ଓଡିଶା ଜମିରେ 2ଟି ପିଲର ନିର୍ମାଣ ହୋଇଛି । ପିଲର ନିର୍ମାଣ ପରେ ଛାତ ପକାଇବାକୁ ଯୋଜନା କରିବା ସମୟରେ ରାୟଗଡା ପ୍ରଶାସନ ଏହାକୁ ବିରୋଧ କରିଛି । ତେବେ ସବୁଠାରୁ ବଡ କଥା ଓଡିଶା ସରକାର କିମ୍ବା ରାୟଗଡା ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଏତେ ଦୂର ସେତୁ ନିର୍ମାଣ କିପରି ହେଲା ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ତେବେ ଗତ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ସମୟରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଶାସନର ତାଗିଦ ପରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲା ଆନ୍ଧ୍ର ପ୍ରଶାସନ । ତେବେ ଏବେ ପୁଣି ଆନ୍ଧ୍ର ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ରାୟଗଡା ବିଡିଓ, ତହସିଲଦାରଙ୍କ ସମେତ ରାଜସ୍ଵ ବିଭାଗର ଅଧିକାରୀମାନେ ଆନ୍ଧ୍ର ପ୍ରଶାସନ ସହ କଥାବାର୍ତ୍ତା କରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି । ତେବେ ଗୁରୁତ୍ଵପୂର୍ଣ୍ଣ କଥାହେଲା ଆନ୍ଧ୍ରର ଲାଡ୍ଡା ଗ୍ରାମରେ ମାତ୍ର 20ରୁ 25 ପରିବାର ବସବାସ କରୁଥିବାବେଳେ ସେମାନଙ୍କୁ ବିକାଶ ଧାରାରେ ସାମିଲ କରିବା ପାଇଁ ଆନ୍ଧ୍ର ସରକାର ଅହରହ ଉଦ୍ୟମ କରୁଛନ୍ତି ।

ଆନ୍ଧ୍ର ସରକାର କେତେବେଳେ ଓଡିଶା ଜମିରେ ରାସ୍ତା ନିର୍ମାଣ ତ ପୁଣି କେତେବେଳେ ସେତୁ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ଆନ୍ଧ୍ର ଦ୍ଵାରା ଓଡିଶା ମାଟିରେ ଏହି ସେତୁ ନିର୍ମାଣକୁ ରାୟଗଡା ପ୍ରଶାସନ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ରାୟଗଡା ସଦର ବ୍ଲକର ସାନଲୁକୁଟି ଗ୍ରାମ ନିକଟରେ ଥିବା ଆନ୍ଧ୍ରର କିଛି ଗାଁରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ସେଠିକା ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଗତ ଫେବ୍ରୁଆରୀ ମାସରେ ଜୋର ଜବରଦସ୍ତ ଆନ୍ଧ୍ରପ୍ରଶାସନ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଖବର ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେତୁ ନିର୍ମାଣ କାର୍ଯ୍ୟକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯିବା ସହ ଓଡିଶା ଅଧିକୃତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଫଳକ ଲଗାଯାଇଥିଲା ।

ତେବେ ଦୀର୍ଘ ଦିନ ନିରବ ରହିବା ପରେ ଗତ ୧୦ ଦିନ ଧରି ସେତୁ ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ କରିଥିଲା ଆନ୍ଧ୍ର ପ୍ରଶାସନ । ଖବର ପାଇ ରାୟଗଡା ବିଡିଓ ଲକ୍ଷ୍ମୀନାରାୟଣ ସାବତ ଏବଂ ତହସିଲଦାର ଉମା ଶଙ୍କର ବେହେରାଙ୍କ ନେତୃତ୍ବରେ ଏକ ଟିମ ନିର୍ମାଣ କାର୍ଯ୍ୟକୁ ଆଜି ବନ୍ଦ କରିଦେଇଛନ୍ତି । ସେପଟେ ଏହି ଘଟଣା ପରେ ଚତୁରତାର ସହିତ ଆନ୍ଧ୍ର ପ୍ରଶାସନ ସେତୁ କାମ ସଂପୂର୍ଣ୍ଣ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନକୁ ଲିଖିତ ଅନୁମତି ମାଗିଥିବା ଜଣାପଡିଛି । ସୀମାନ୍ତ ଅଞ୍ଚଳରେ ଏଭଳି ବିବାଦ ପରେ ମଧ୍ୟ ଓଡିଶା ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ଆନ୍ଧ୍ର-ଓଡିଶା ସୀମାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଘନେଇବାରେ ଲାଗିଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jul 22, 2021, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.