ETV Bharat / state

ଲକଡାଉନରେ ରାୟଗଡା କୋଭିଡ ହସ୍ପିଟାଲ ବୁଲି ଦେଖିଲେ 5T ସଚିବ

ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଲକଡାଉନରେ ରାୟଗଡା ଗସ୍ତ କରି କୋଭିଡ ହସ୍ପିଟାଲର ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ ।

author img

By

Published : May 15, 2020, 1:57 PM IST

ଲକଡାଉନରେ ରାୟଗଡା କୋଭିଡ ହସ୍ପିଟାଲ ବୁଲି ଦେଖିଲେ 5T ସଚିବ
ଲକଡାଉନରେ ରାୟଗଡା କୋଭିଡ ହସ୍ପିଟାଲ ବୁଲି ଦେଖିଲେ 5T ସଚିବ

ରାୟଗଡା: ଲକଡାଉନ ସମୟରେ ରାୟଗଡା ହସ୍ପିଟାଲର ପରିଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ । ଦିନିକିଆ ଗସ୍ତରେ ଆସି କୋଭିଡ ହେଲଥ ସେଣ୍ଟର ବୁଲି ଦେଖିଲେ ସଚିବ । ତାଙ୍କ ସହ ରାଜ୍ୟ ଉନ୍ନୟନ କମିଶନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତି ଥିଲେ ।

ହେଲିକେପ୍ଟର ଯୋଗେ ରାୟଗଡା ଗସ୍ତରେ ଆସି ଜେକେ ସ୍ଥିତ ଇଏସଆଇ ହସ୍ପିଟାଲ ପରିସରରେ ଥିବା 100 ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ ସେଣ୍ଟର ପରିଦର୍ଶନ କରିଛନ୍ତି ସଚିବ । ଏହି ସମୟରେ କାର୍ଯ୍ୟରତ ଡାକ୍ତର, ନର୍ସମାନଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳଙ୍କ ସହ କୋରୋନାକୁ ନେଇ ଜିଲ୍ଲାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି ।

ଏହା ସହ ଆଗକୁ କିପରି ଏହି ମହାମାରୀର ମୁକାବିଲା କରାଯିବ ସେନେଇ ଜିଲ୍ଲାପାଳ ଓ SP ଙ୍କ ସହ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି। ମୁଖ୍ୟତଃ କୋଭିଡ ହେଲଥ ସେଣ୍ଟର କ୍ଷମତା ବୃଦ୍ଧି ପାଇଁ 5T ଲାଇଫ ସପୋର୍ଟ ଭେଣ୍ଟିଲେଟର ଓ 10 ଟି ICUର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଗୁରୁତର ରୋଗୀଙ୍କୁ ଅନ୍ୟ ଡାକ୍ତରଖାନା ନପଠାଇ ଏଠାରେ ହିଁ ଚିକିତ୍ସା କରାଯାଇ ପାରିବ ବୋଲି ପାଣ୍ଡିଆନ କହିଛନ୍ତି ।

ଲକଡାଉନରେ ରାୟଗଡା କୋଭିଡ ହସ୍ପିଟାଲ ବୁଲି ଦେଖିଲେ 5ଟି ସଚିବ

ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଏବେ ରାଜ୍ୟକୁ ଫେରୁଛନ୍ତି । ପ୍ରବାସୀ ଓଡିଆଙ୍କ ଥଇଥାନ ମଧ୍ୟ ସମୀକ୍ଷା କରିଛନ୍ତି । ପ୍ରବାସୀ ଫେରନ୍ତା ଶ୍ରମିକଙ୍କ ଜୀବନ ଜୀବିକା ନେଇ ତୁରନ୍ତ ଅଧିକରୁ ଅଧିକ ଶ୍ରମ ଭିତ୍ତିକ ନିଯୁକ୍ତି ପ୍ରସ୍ତୁତି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.