ETV Bharat / state

ଯୁବ କଂଗ୍ରେସ ନେତାଙ୍କୁ ହତ୍ୟା ପରେ ଅଶାନ୍ତ କାଶୀପୁର, ହତ୍ୟାକାରୀ ଘର ଉପରେ ଆକ୍ରମଣ କଲେ ସମର୍ଥକ - ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ

କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟା ଘଟଣା । ହତ୍ୟାକାରୀଙ୍କ ଘର ଉପରେ ଆକ୍ରମଣ ଓ ଆସବାବ ପୋଡ଼ାଜଳା କଲେ ଗଜେନ୍ଦ୍ରଙ୍କ ସମର୍ଥକ । ଗାଁରେ 3 ପ୍ଲାଟୁନ ପୋଲିସ ମୁତୟନ । ଅଧିକ ପଢ଼ନ୍ତୁ

କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟା ଘଟଣା
କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟା ଘଟଣା
author img

By

Published : Jun 11, 2023, 9:54 AM IST

ରାୟଗଡ଼ା: କାଶୀପୁର ବ୍ଲକ କସନାଦୋରା ଗ୍ରାମର କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟା ଘଟଣା । ହତ୍ୟା ପରେ ଗାଁରେ ଉତ୍ତେଜନା ଲାଗି ରହିଛି । ହତ୍ୟାକାରୀ ବାଘ ଗୌଡ ଘର ଉପରେ ଗଜେନ୍ଦ୍ରଙ୍କ ସମର୍ଥକମାନେ ଆକ୍ରମଣ କରିଛନ୍ତି । ଏଭଳିକି ହତ୍ୟାକାରୀ ବାଘଙ୍କ ସମ୍ପର୍କୀୟଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ପୋଲିସ ସୂଚନା ଦେଇଛି । ଚାନ୍ଦଗିରି ଗ୍ରାମରେ ୪ଟି ଘର ଭାଙ୍ଗିବା ସହିତ ଆସବାବ ପତ୍ର ଓ ଗୋଟିଏ ବାଇକ ପୋଡ଼ି ଦେଇଛନ୍ତି ଗଜେନ୍ଦ୍ରଙ୍କ ସମର୍ଥକମାନେ । ଫଳରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚେଷ୍ଟା କରିଥିଲେ । ପରିସ୍ଥିତି ବିଗିଡିବା ପରେ ପୋଲିସ ଫୋର୍ସ ଡକାଇ ସ୍ଥିତି ନିୟନ୍ତ୍ରଣ କରିଥିଲା । ତେବେ ଗାଁରେ ଉତ୍ତେଜନାକୁ ଦେଖି ଚାନ୍ଦଗିରି ଗ୍ରାମରେ 3 ପ୍ଲାଟୁନ ଅଧିକ ପୋଲିସ ମୁତୟନ କରାଯାଇଛି । ସେହିଭଳି ଗଜେନ୍ଦ୍ରଙ୍କ ଘର କାଶୀପୁର ହରିଜନ ସାହିରେ ମଧ୍ୟ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଛି ।

ସୂଚନାନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଗଜେନ୍ଦ୍ର ନାଏକ କାଶୀପୁର ଠାରୁ ୧୦ କିଲୋମିଟର ଦୂର କସନଦରା ଗ୍ରାମକୁ ନିଜ ଚାଷଜମିର ମରାମତି ନିମନ୍ତେ ଯାଇଥିଲେ । ତାଙ୍କ ସହ କିଛି ନିଜ ଶ୍ରମିକ ଏବଂ JCB ଡ୍ରାଇଭର ମଧ୍ୟ ଉପସ୍ଥିତ ଥିଲେ । JCB ସହ ଉକ୍ତ ଚାଷ ଜମିରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଚାନ୍ଦଗିରି ଗ୍ରାମର ବାଘ ଗୌଡ଼ ନାମକ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ ମିଳିତ ଭାବେ କୁରାଢୀରେ ଆକ୍ରମଣ କରିଥିଲେ । ଗଜେନ୍ଦ୍ର ନାଏକଙ୍କୁ ତିନିଟି କୁରାଡ଼ିରେ ଆକ୍ରମଣ କରିଥିଲେ । ଏହାପରେ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗଜେନ୍ଦ୍ର ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ କାଶୀପୁର ହସ୍ପିଟାଲକୁ ଆଣିଥିଲୁ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ଠିକା କାମ କିମ୍ବା ଜମିଜମା ବିବାଦକୁ ନେଇ ପୂର୍ବ ଶତ୍ରୁତାକୁ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୋଲିସ ଏ ଯାଏଁ ହତ୍ୟାକାରୀ ବାଘ ଗୌଡ କିମ୍ବା ତାଙ୍କ ଦୁଇ ପୁଅକୁ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ । ଯାହାକୁ ନେଇ ଗଜେନ୍ଦ୍ରଙ୍କ ସମର୍ଥକମାନେ ଉତକ୍ଷିପ୍ତ ହୋଇ ବାଘ ଗୌଡଙ୍କ ଘରେ ତଥା ସମ୍ପର୍କୀୟଙ୍କ ଘର ଭଙ୍ଗି ଦେଇଥିଲେ । ଯାହାକୁ ନେଇ ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି । ପୋଲିସ ଦୁଇଟି ଟିମ ଗଠନ କରି ବାଘ ଗୌଡ ଓ ତାର ଦୁଇ ପୁଅକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ ଆରମ୍ଭ କରିଦେଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.