ETV Bharat / state

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ବିଶ୍ବ ଅନ୍ତରୀକ୍ଷ ସପ୍ତାହ, ଛାତ୍ରଛାତ୍ରୀ ଦେଖିଲେ ଇସ୍ରୋର ସଫଳତାର କାହାଣୀ

author img

By ETV Bharat Odisha Team

Published : Oct 4, 2023, 7:10 PM IST

ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଦେବା ପାଇଁ ପୁରୀ ପେଣ୍ଠକଟା ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ବିଶ୍ବ ଅନ୍ତରୀକ୍ଷ ସପ୍ତାହ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

World Space Week
World Space Week
World Space Week in puri

ପୁରୀ: ପୁରୀରେ ଇସ୍ରୋର ସଫଳତାର କାହାଣୀ । ସାଟେଲାଇଟ, ବିଭିନ୍ନ ଯନ୍ତ୍ରାଶଂ, ଚନ୍ଦ୍ରଯାନ-3, ଆଦିତ୍ୟ ଏଲ-1 ନେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ଶିକ୍ଷା ଦିଆଯାଇଛି । ମହାକାଶ ବିଜ୍ଞାନକୁ ଛାତ୍ରଛାତ୍ରୀଙ୍କ ଗହଣରେ ଅଧିକ ଲୋକପ୍ରିୟ କରିବା ବା ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଦେବା ପାଇଁ ପୁରୀ ପେଣ୍ଠକଟା ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ବିଶ୍ବ ଅନ୍ତରୀକ୍ଷ ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ତଥା ଇସ୍ରୋର ସହଭାଗିତାରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଇସ୍ରୋର ଉପ ନିର୍ଦ୍ଦେଶକ ସୁନିଲ ପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ପ୍ରାଚୀନ ତଥା ବୈଦିକ ଭାଷା ସଂସ୍କୃତ ମହାକାଶ ବିଜ୍ଞାନ ଅନୁସନ୍ଧାନରେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିଛି ସେନେଇ ଆଲୋକପାତ କରିଥିଲେ ।

ଚନ୍ଦ୍ରଯାନ ମିଶନ ସଫଳ ହେବା ପରେ ସାରା ବିଶ୍ବରେ ଭାରତର ମହାକାଶ ବୈଜ୍ଞାନିକଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବିଶେଷ କରି ଭାରତର ଏହି ଐତିହାସିକ ସଫଳତା ପାଇଁ ସାରା ବିଶ୍ବରେ ଭାରତକୁ ଉଚ୍ଚ ପ୍ରଶଂସା କରାଯାଇଛି । ତେବେ କାର୍ଯ୍ୟକ୍ରମରେ ଯୋଗଦେଇ ଇସ୍ରୋର ଉପ ନିର୍ଦ୍ଦେଶକ ସୁନିଲ ପି କହିଛନ୍ତି, "ସଂସ୍କୃତ ହେଉଛି ଭାରତର ଏକ ପ୍ରାଚୀନ ଭାଷା । ତେବେ ଏହି ସଂସ୍କୃତରେ ଅନେକ ମହାକାଶ ବିଜ୍ଞାନର ଗୁଢ ରହସ୍ୟ ଲୁଚି ରହିଛି । ଯାହାକୁ ଉପଯୋଗ କରାଯାଇ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ସଫଳତା ମିଳୁଛି । ଏଣୁ ଭାରତର ପ୍ରାଚୀନ ସଂସ୍କୃତ ଆଗାମୀ ଦିନରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ।"

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର IIMT CSIRର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଅତିଥି ଭାବେ ଯୋଗଦେଇ କହିଛନ୍ତି, "ଭାରତର ପୁରାତନ ବିଜ୍ଞାନ ଶାସ୍ତ୍ର ଓ ଧର୍ମ ଶାସ୍ତ୍ରରେ ମହାକାଶ ବିଜ୍ଞାନର ଅନେକ ତତ୍ତ୍ବ ବର୍ଣ୍ଣନା କରାଯାଇଛି। ଯାହାକି ଆଜିକା ସମୟରେ ଗବେଷଣା ଗୁରୁତ୍ବପୂର୍ଣ୍ଣ। ବିଶେଷ କରି ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନକୁ ନେଇ ନିଜ ମନରେ ଉଠୁଥିବା ପ୍ରଶ୍ନକୁ ଆହୁରି ଅଧିକ ପରିବ୍ୟାପ୍ତ କଲେ ମହାକାଶ ବିଜ୍ଞାନ ଗବେଷଣା ନେଇ ଉତ୍ସୁକତା ବଢ଼ିବ। ଫଳରେ ଆଗାମୀ ଦିନରେ ମହାକାଶ ଗବେଷଣା ଆଉ ପାଦେ ଆଗକୁ ବଢିବ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଘରୋଇ କମ୍ପାନୀକୁ ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାର ଅନେକ ବ୍ୟବସ୍ଥା କରିଥିବା ବେଳେ ଆଗାମୀ ଦିନରେ ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆହୁରି ସଫଳତା ପାଇବ ବୋଲି ଆଶା କରାଯାଉଛି।"

ଏହା ମଧ୍ୟ ପଢନ୍ତୁ: World Space Week 2023: ମହାକାଶ ଏବଂ ଉଦ୍ୟୋଗୀ ଥିମରେ ପାଳିତ

ବିଶ୍ବ ଅନ୍ତରୀକ୍ଷ ସପ୍ତାହ ୨୦୨୩ ପାଳନ ଅବସରରେ ପେଣ୍ଠକଟା ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଏକ ମହାକାଶ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଇସ୍ରୋର ଉପ ନିର୍ଦ୍ଦେଶକ ସୁନିଲ ପି ଏବଂ ଅନ୍ୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା, ରେଜିଷ୍ଟ୍ରାର ସୁମିତ୍ରା ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କଲେଜ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରୀ ସହରର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.