ପୁରୀ: ପ୍ରତିବର୍ଷ ଜୁନ 5 ତାରିଖକୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଏ । ବିଶେଷ ଭାବେ ଗଛର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିବସର ଉଦ୍ଦେଶ୍ୟ ।
ତେବେ ଏହି ବିଶେଷ ଦିବସରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା କରି ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ବାର୍ତ୍ତା ଦେଇଛନ୍ତି । ସେ ବାର୍ତ୍ତାରେ ଲେଖିଛନ୍ତି ଏବେ ସମୟ ଆସିଯାଇଛି ପୃଥିବୀକୁ ସବୁଜମୟ କରିବା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ