ବ୍ରହ୍ମଗିରି: ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ ଗାଡି ଚାଳକ। ମାସ୍କ ନ ପିନ୍ଧି ବୁଲୁଥିବା ଗାଡି ଚଳକଙ୍କ ଠାରୁ ବ୍ଲକ ପ୍ରଶାସନ ତଣ୍ଡ ଆଦାୟ କରିଛି। ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ମାସ୍କ ପରିଧାନ ନିତ୍ୟାନ୍ତ ଆବଶ୍ୟକ।
ତେଣୁ ସରକାର ଓ ପ୍ରଶାସନ ପକ୍ଷରୁ ମାସ୍କ ପିନ୍ଧିବା ପାଇଁ କଡାକଡି କରାଯାଇଛି । ଏହାକୁ କଡାକଡି ପାଳନ ପାଇଁ ମଙ୍ଗଳବାର ଦିନ ବ୍ରହ୍ମଗିରି ବ୍ଲକର ଖାଦ୍ୟ ଯୋଗାଣ ଅଧିକାରୀ , ବ୍ଲକର କିରାଣି ଏବଂ ପୋଲିସ ସହାୟତାରେ ବ୍ରହ୍ମଗିରି ବଜାରରେ ମାସ୍କ ପିନ୍ଧି ନ ଥିବା ଗାଡି ଚାଳକ ମାନନଙ୍କୁ ଅଟକାଇ 200 ଟଙ୍କା ତଣ୍ଡ ଆଦାୟ କରାଯାଇଥିଲା।
ଏଥିରେ ଗୁଡ଼ାଏ ଲୋକ ମିଛ ବାହାନାକରି ଖସିବା ପାଇଁ ଚେଷ୍ଟା କରୁଥିବାର ଦେଖାଯାଇଥିଲା । ପ୍ରଶାସନର ମାସ୍କ ତଦାରଖ ଦେଖି ମଥୁରା ରାୟଲ ଷ୍ଟାର କ୍ଲବର ସଦସ୍ୟ ମାନେ ମାଗଣାରେ ମାସ୍କ ବଣ୍ଟନ କରିଥିଲେ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ