ପୁରୀ: ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ପ୍ରତିବାଦରେ ପୁରୀ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ଜିଲ୍ଲାପାଳଙ୍କୁ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।
ବାଂଲାଦେଶରେ ଅଳ୍ପ ସଂଖ୍ୟକ ହିନ୍ଦୁମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯିବାୱ ସହ ଶତାଧିକ ହିନ୍ଦୁ ଦେବାଦେବୀ ମନ୍ଦିର ଭଙ୍ଗାଯାଇଛି । ତୁରନ୍ତ ବାଂଲାଦେଶ ସରକାର ଏହା ବନ୍ଦ କରି ହିନ୍ଦୁଙ୍କୁ ସୁରକ୍ଷା ନଦେଲେ ବିଶ୍ବ ହିନ୍ଦୁ ପରିଷଦ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ