ପୁରୀ: ୱାଶିଂଟନ ହିଂସାକୁ ଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବଲୁକା ଚିତ୍ରକଳା କରିଛନ୍ତି । ଯେଉଁଥିରେ ଶାନ୍ତି ଓ ଅହିଂସାର ବାର୍ତ୍ତା ରହିଥିବା ଯୋଡ଼ା କପୋତ ପ୍ରତିକୃତି ଥିବାବେଳେ ଆମେରିକା ଜାତୀୟ ପତାକା ଓ ସାଂସଦ ଭବନ ରହିଛି। ଗଣତନ୍ତ୍ରରେ ହିଂସା ନୁହେଁ ବରଂ ଶାନ୍ତିର ସ୍ଥାନ ଥାଏ ବୋଲି ସୁଦର୍ଶନ ତାଙ୍କ ବାଲୁକା ଚିତ୍ର କଳାରେ ସାରା ବିଶ୍ବବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ।
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହୋଇଥିବା ଡୋନାଲ ଟ୍ରମ୍ପଙ୍କ ସମର୍ଥକ ବ୍ୟାପକ ହିଂସାକାଣ୍ଡ କରିଛନ୍ତି। ଆମେରିକା ସାଂସଦ ଭବନକୁ ଦଖଲ କରିବାକୁ ଉଦ୍ୟମ କରିବା ସହ ପୋଲିସ ସହିତ ହିଂସାକାଣ୍ଡ ଭିଆଇଛନ୍ତି । ଯାହାକୁ ନେଇ ସାରା ବିଶ୍ବ ସ୍ତବ୍ଧ ହୋଇ ଥିବାବେଳେ ଆମେରିକା ଭଳି ଏକ ପୁରୁଣା ଗଣତାନ୍ତ୍ରିକ ଦେଶରେ କ୍ଷମତା ହସ୍ତାନ୍ତରକୁ ନେଇ ଏଭଳି ହିଂସାକାଣ୍ଡକୁ ନେଇ ସାରା ବିଶ୍ବରେ ନିନ୍ଦା କରାଯାଇଛି।
ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ