ETV Bharat / state

ଓଡିଶା ପାଇବ ପ୍ରଥମ ବନ୍ଦେ ଭାରତ ଟ୍ରେନ, ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଦୁଇ କେନ୍ଦ୍ରମନ୍ତ୍ରୀ

ପୁରୀରୁ ହାୱାଡା ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ରାଜ୍ୟକୁ ମିଳିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଏହା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : May 18, 2023, 10:26 AM IST

Union minister offer prayers at shreemandir
ଓଡିଶା ପାଇବ ପ୍ରଥମ ବନ୍ଦେ ଭାରତ ଟ୍ରେନ
ଓଡିଶା ପାଇବ ପ୍ରଥମ ବନ୍ଦେ ଭାରତ ଟ୍ରେନ

ପୁରୀ: ଆଉ କିଛି ସମୟର ଅପେକ୍ଷା । ଓଡିଶାକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବ । ପୁରୀରୁ ହାୱାଡା ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ହାଇସ୍ପିଡ ଟ୍ରେନର ଶୁଭାରମ୍ଭ କରିବେ । ଏହା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ।

ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ନେଇ ପୁରୀ ରେଳ ଷ୍ଟେସନକୁ ଅତି ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଛି । ୭ ଓ ୮ ନଂ ପ୍ଲାଟଫର୍ମରେ ରଙ୍ଗ ଦିଆଯାଇ ବିଭିନ୍ନ ପ୍ରକାରର ସାଜସଜ୍ଜା କରାଯାଇଛି । ଆଜି ୧୨ଟା ୫୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ୍ ମାଧ୍ୟମରେ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ସିଂହଦ୍ବାର ସମ୍ମୁଖରେ ମୁଣ୍ଡିଆ ମାରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ।

ପୁରୀକୁ ବିଶ୍ଵ ମାନଚିତ୍ରରେ ଏକ ବିଂଶ ଶତାବ୍ଦୀ ଏକ ନମ୍ବର୍ ସ୍ଥାନରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଆଜି ଓଡିଶାବାସୀଙ୍କ ପାଇଁ ଗର୍ବର ଦିନ । ଜାତିୟ ରାଜପଥ, ରେଳପଥରେ ବନ୍ଦେ ଭାରତ ଏକ୍ସପ୍ରେସ, ଆକାଶ ପଥରେ ବିମାନ ବନ୍ଦର ନିର୍ମାଣ ନେଇ ସବୁ ପଦକ୍ଷେପ ନେଇଛନ୍ତି । ପୂର୍ବଦୋୟରୁ ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ରହିଛି । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଚେଷ୍ଟିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବନ୍ଦେ ଭାରତ ଏକ୍ସପ୍ରେସ ସହ ପୁରୀ ଓ କଟକ ରେଳ ଷ୍ଟେସନର ନବୀକରଣ, ଓଡ଼ିଶାର ବିଭିନ୍ନ ନୂଆ ରେଳ ପ୍ରକଳ୍ପକୁ ମିଶାଇ 8200 କୋଟି ଟଙ୍କାର ପ୍ରକଳ୍ପ ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଓଡ଼ିଶା ରେଳ ବିକାଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅକୁଣ୍ଠ ସହଯୋଗ ଓ ଅର୍ଥ ପ୍ରଦାନ୍ କରୁଛନ୍ତି । ଯାହା ଫଳରେ ଓଡ଼ିଶା ରେଳ ବିକାଶ କ୍ଷେତ୍ରରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ପାରିଥିବା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଏହା ବି ପଢନ୍ତୁ....ଆଜିଠୁ ରାଜ୍ୟରେ ଦୌଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଓଡିଶାକୁ 8 ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ....ବନ୍ଦେ ଭାରତ ଟ୍ରେନ ପ୍ରତିକୃତି ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା

ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୁରୀ ଷ୍ଟେସନରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଲୋକ ପ୍ରତିନିଧି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.