ETV Bharat / state

ପୁରୀରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ, କେନ୍ଦ୍ରୀୟ ଯୋଜନାର କଲେ ସମୀକ୍ଷା - ପୁରୀରେ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଶ

ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜରଦୋଶ ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି। ଅଧିକ ପଢନ୍ତୁ

darshana zardosh visit puri
କେନ୍ଦ୍ର ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
author img

By

Published : Apr 16, 2023, 9:20 PM IST

ପୁରୀରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ

ପୁରୀ: ପୁରୀ ଗସ୍ତରେ କେନ୍ଦ୍ର ରେଳ ଓ ବୟନ ଶିଳ୍ପ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ । ପୁରୀରେ ପହଞ୍ଚି ସେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଇତ୍ୟାଦି ପରିଦର୍ଶନ କରିଥିଲେ । ଏହାପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ତାଙ୍କୁ ସର୍କିଟ ହାଉସରେ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସେଠାରେ ସେ ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି । ପୁରୀ ରେଳ ଷ୍ଟେସନକୁ ଆଧୁନିକ ଓ ଶ୍ରୀଜଗନ୍ନାଥ ମହିମାର ରୂପ ଦିଆଯିବା ସହ ବୟନଶିଳ୍ପର ପ୍ରଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସେ ସୂଚନା ଦେଇଥିଲେ । ତେବେ ଏନେଇ ମନ୍ତ୍ରୀ ଜରଦୋଶ ସମସ୍ତ ଯୋଜନା ସାଧାରଣ ଲୋକମାନଙ୍କ ହିତ ସାଧନ ପାଇଁ ହୋଇ ଥିବାରୁ ସଠିକ ହିତାଧିକାରୀ ଏହାର ଯେପରି ସୁଫଳ ପାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ତେବେ ଜିଲ୍ଲାର ୧୧ଟି ବ୍ଲକରେ ବିଭିନ୍ନ ଆବାସ ଯୋଜନାରେ ୪୫୬୬୨ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୪୧୩୭୮ ପୂରଣ ହୋଇଛି। PMAYG ସ୍ପେଶାଲ ଲକ୍ଷ୍ୟରେ ମୋଟ ୫୫୦୨ ପଞ୍ଜିକୃତ ହୋଇ ଜିଓ ଟ୍ୟାଗ ଆଧାରରେ ମଞ୍ଜୁର ହୋଇଛି । ସେହିପରି PMAYG ୧୮୭୫୧ ମଧ୍ୟରୁ ସମସ୍ତ ପଞ୍ଜିକୃତ ହୋଇ ୧୮୭୦୬ ଜିଓ ଟ୍ୟାଗ ହୋଇଛି । ତେବେ ଜିଲ୍ଲାରେ ମୋଟ ୨୫୯୯ ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ସେଥିରେ ୨୫୩୬ ଅଙ୍ଗନବାଡି କର୍ମୀ ଓ ୨୫୨୧ ସହାୟକ ନିଯୁକ୍ତ ଅଛନ୍ତି । ଜାତୀୟ ସାମାଜିକ ସହାୟତା ଯୋଜନାରେ ୮୧୪୭୯ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ମୃତ୍ୟୁ ଓ ଅନ୍ୟାନ୍ୟ କାରଣ ଯୋଗୁଁ ୧୧୩୫ ବକେୟା ରହିଛି । ଶତକଡା ୯୭ ଭାଗ ଆଧାର ସଂଯୋଗ ଓ ଶତକଡା ୯୮ ଭାଗ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହୋଇଛି ।

ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଖରିଫରେ ୯୨୬୦୪ ଓ ରବି ଫସଲରେ ୫୦୫୧ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ MGNREGAରେ ୧ଲକ୍ଷ ୮୯ ହଜାର ପଞ୍ଜିକୃତ ହୋଇଥିବା ମନ୍ତ୍ରୀ କହିଛନ୍ତି । ଉଜ୍ଜ୍ୱଳା ଯୋଜନା, ଗରିବ କଲ୍ୟାଣ ଯୋଜନା, ଜଳଜୀବନ ଯୋଜନା, ୱ।ନ ନେସନ ୱ।ନ ରାସନ ଯୋଜନା, ପିଏମ କିଷାନ ସମ୍ମାନନିଧି ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଇତ୍ୟାଦି ଯୋଜନା ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ସମ୍ବିତ ପାତ୍ର, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.