ETV Bharat / state

ପୁରୀରେ ବିକ୍ରି ହେଉଛି ଅସ୍ବାସ୍ଥ୍ୟକର ଖାଦ୍ୟ

author img

By

Published : Dec 4, 2022, 4:55 PM IST

Updated : Dec 4, 2022, 7:27 PM IST

ପୁରୀରେ ବିକ୍ରି ହେଉଛି ଅସ୍ବାସ୍ଥ୍ୟକର ଖାଦ୍ୟ। ବଡ଼ଦାଣ୍ଡ ଏବଂ ସମୁଦ୍ରକୂଳରେ ବିକ୍ରି ହେଉଛି ନିମ୍ନମାନର ଫୁଡ୍। ଏଠାରେ ବିକା ହେଉଥିବା ଖାଇବା ଜିନିଷରେ ମିଶା ଯାଉଛି ରାସାୟନିକ ରଙ୍ଗ। ଅଧିକ ପଢ଼ନ୍ତୁ

ପୁରୀରେ ବିକ୍ରି ହେଉଛି ଅସ୍ବାସ୍ଥ୍ୟକର ଖାଦ୍ୟ
ପୁରୀରେ ବିକ୍ରି ହେଉଛି ଅସ୍ବାସ୍ଥ୍ୟକର ଖାଦ୍ୟ

ପୁରୀ : ପୁରୀରେ ବିକ୍ରି ହେଉଛି ଅସ୍ବାସ୍ଥ୍ୟକର ଖାଦ୍ୟ । ବଡ଼ଦାଣ୍ଡ ଏବଂ ସମୁଦ୍ରକୂଳରେ ବିକ୍ରି ହେଉଛି ନିମ୍ନମାନର ଫୁଡ୍ । ଏଠାରେ ବିକା ହେଉଥିବା ଖାଇବା ଜିନିଷରେ ମିଶା ଯାଉଛି ଅନେକ ରାସାୟନିକ ରଙ୍ଗ । ଅସ୍ୱାସ୍ଥ୍ୟକର ପରିବେଶରେ ଅତି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରି ବିକୁଛନ୍ତି ଶହଶହ ଉଠା ଦୋକାନୀ । ଏନେଇ ନା ନଜର ଅଛି ପ୍ରଶାସନର ନା ପୌରପାଳିକାର। କୁହାଯାଉଛି କି ପୁରୀରେ ପୌର ନିର୍ବାଚନ ହୋଇନଥିବାରୁ ପୌରପାଳିକା ପରିଚାଳନା କରିବା ପାଇଁ କୌଣସି ଲୋକପ୍ରତିନିଧି ନାହାଁନ୍ତି ।

ପୁରୀରେ ବିକ୍ରି ହେଉଛି ଅସ୍ବାସ୍ଥ୍ୟକର ଖାଦ୍ୟ

କେବଳ ନିଜର ଫାଇଦା ଥିବା କାର୍ଯ୍ୟରେ ମାତିଛନ୍ତି ବଡ଼ବଡ଼ିଆ ବାବୁ । ସହରବାସୀ ଭକ୍ତ ଓ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ସତେ ଯେପରି ସ୍ଥାଣୁ ପାଲଟିଯାଇଛି ପୌରପାଳିକା । ପୁରୀ ଭଳି ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ଖାଦ୍ୟରମାନ ଯାଞ୍ଚ ପାଇଁ ପୌରପାଳିକାରେ ଫୁଡ୍ ଇନ୍ସପେକ୍ଟର ଅଛନ୍ତି । କିନ୍ତୁ ଦାୟିତ୍ବ ନେଇଥିବା ବାବୁମାନେ ଏବେ କ'ଣ କରୁଛନ୍ତି ତାହାକୁ ନେଇ ସହରବାସୀ ଓ ପର୍ଯ୍ୟଟକମାନେ ପ୍ରଶ୍ନ ଉଠାଇଛନ୍ତି ।

ପୌର ପ୍ରଶାସନର ଅଧିକାରୀମାନେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ସ୍ୱାର୍ଥକୁ ଗୁରୁତ୍ଵ ନଦେଇ କେବଳ ଉଠା ଦୋକାନୀଙ୍କ ଠାରୁ ଦୈନିକ ଶୁଳ୍କ ଆଦାୟ କରିବାରେ ବ୍ୟସ୍ତ ରହୁଛନ୍ତି । ଏହି ଅର୍ଥର ଅଧିକାଂଶ ଅଂଶ କିଛି ଅସାଧୁ ଅଧିକାରୀମାନେ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି । ପୁରୀ ସହରର‌ ସ୍ବତନ୍ତ୍ର ଖ୍ୟାତି ରହିଛି ସାରା ବିଶ୍ୱରେ। ତେଣୁ ରାଜ୍ୟ ସରକାର ସବୁବେଳେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଥିନ୍ତି । ହେଲେ ଏଠାରେ ପରଷା ଯାଉଥିବା ଖାଦ୍ୟରମାନ ଯାଞ୍ଚ ନେଇ ପୌରପ୍ରଶାସନର ଚରମ ଅବହେଳା ପଦାରେ ପକାଇଛି ।

ଖାଲିସେତିକି ନୁହେଁ ଅନେକ ଦୋକାନୀ ବାସି ଖାଦ୍ୟ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରିକି ପୁରୀ ବେଳାଭୂମିରେ ଖୋଲାମେଲାରେ ଖାଦ୍ୟ ରଖାଯାଉଛି । ଫଳରେ ଖାଦ୍ୟମାନଙ୍କରେ ଧୂଳି ପଡିବା ସହ ମଶାମାଛି ମଧ୍ୟ ବସୁଛନ୍ତି । ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଖାଦ୍ୟରମାନ ଯାଞ୍ଚ ପାଇଁ ସବୁବେଳେ ପ୍ରଶାସନିକ ସ୍ତରରେ ନିୟମିତ ଯାଞ୍ଚ କରାଯାଉଛି । ଅନୁରୂପ ଭାବେ ପୁରୀରେ ମଧ୍ୟ ଏଭଳି ଯାଞ୍ଚ କରିବାର ସହ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପର୍ଯ୍ୟଟକ ।

ଏ ସମ୍ପର୍କରେ ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ କହିଛନ୍ତି, ''ଖାଦ୍ୟରମାନ ପାଇଁ ଫୁଡ ଇନସ୍ପେକ୍ଟର ଅଛନ୍ତି । ତେବେ ପୁରୀରେ ବିକା ହେଉଥିବା ଖାଦ୍ୟରମାନ ଯାଞ୍ଚ ପାଇଁ ଏକ ବୈଠକ ହୋଇଥିଲା । ଏପରିକି ଯେଉଁଠାରେ ଖାଦ୍ୟ ଅସ୍ବାସ୍ଥ୍ୟକର ଭାବେ ବିକାଯାଉଥିଲା ସେଠାରେ ଚଢାଉ କରାଯାଇଥିଲା । ତେବେ ପୁଣିଥରେ ଖାଦ୍ୟରମାନ ଯାଞ୍ଚ ନିମନ୍ତେ ଆଉଥରେ ତଦନ୍ତ କରିବୁ ।''

ପ୍ରତ୍ୟେକ ଦିନ ପୁରୀକୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ଆସନ୍ତି । ତେଣୁ ଏମାନଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ପୌରନିର୍ବାହୀ ଅଧିକାରୀଙ୍କୁ ଦୃଢ଼ ବିରୋଧ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ଚେତାବନୀ ଦେଇଛି।

ଇଟିଭି ଭାରତ, ପୁରୀ

Last Updated : Dec 4, 2022, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.