ETV Bharat / state

ୟୁକ୍ରେନରୁ ଫେରୁଛନ୍ତି ପୁରୀର ପୁଅ, ବଖାଣିଲେ ଲୋମଟାଙ୍କୁରା କାହାଣୀ

author img

By

Published : Mar 4, 2022, 11:23 AM IST

ଦିନକୁ ଦିନ ଉଗ୍ର ରୂପ ନେଉଛି ଋଷ ୟୁକ୍ରେନ ଯୁଦ୍ଧ । ଜାରି ରହିଛି ଘମାଘୋଟ ଲଢେଇ । ଏଭଳି ପରିସ୍ଥିତିରେ ସେଠାକାର ସ୍ଥିତି ସେୟାର କରିଛନ୍ତି ୟୁକ୍ରେନରୁ ଫେରୁଥିବା ପୁରୀର ଜଣେ ମେଡିକାଲ ଛାତ୍ର । ଅଧିକ ପଢନ୍ତୁ

ୟୁକ୍ରେନରୁ ଫେରୁଛନ୍ତି ପୁରୀର ପୁଅ, ବଖାଣିଲେ ଲୋମଟାଙ୍କୁରା କାହାଣୀ
ୟୁକ୍ରେନରୁ ଫେରୁଛନ୍ତି ପୁରୀର ପୁଅ, ବଖାଣିଲେ ଲୋମଟାଙ୍କୁରା କାହାଣୀ

ପୁରୀ: ଦିନକୁ ଦିନ ଉଗ୍ର ରୂପ ନେଉଛି ଋଷ ୟୁକ୍ରେନ ଯୁଦ୍ଧ । ଜାରି ରହିଛି ଘମାଘୋଟ ଲଢେଇ । ଋଷର ଗୋଳାବାରୁଦରେ ଧ୍ବଂସ ପ୍ରାୟ ୟୁକ୍ରେନର ୨ ପ୍ରମୁଖ ସହର କିଭ ଓ ଖାରକିଭ । ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର ଅଭିଯାନ ଜାରି ରହିଛି । ଅନେକ ଛାତ୍ରଛାତ୍ରୀ ଯୁଦ୍ଧ ବାତାବରଣ ଭିତରେ ଫସି ରହିଥିବା ବେଳେ ଅପରେସନ ଗଙ୍ଗା’ ମାଧ୍ୟମରେ ନାଗରିକଙ୍କୁ ସ୍ବଦେଶ ଫେରାଉଛନ୍ତି ଭାରତ ସରକାର । ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁରୀର ଅବିନାଶ ନାୟକ । ଅବିନାଶ ୟୁକ୍ରେନରେ ମେଡିକାଲ ପଢୁଥିଲେ ।

ଅବିନାଶଙ୍କ କହିବା ଅନୁଯାୟୀ, ୟୁକ୍ରେନରେ ତୁହାକୁ ତୁହା ଗ୍ରେନେଡ ମାଡ ସହିତ ଗୁଳିଗୁଳା ବର୍ଷଣ ଜାରି ରହିଛି। ଜୀବନ ବିକଳରେ ସେମାନେ ୟୁକ୍ରେନ ଛାଡି ଜଗନ୍ନାଥଙ୍କ କୃପାରୁ ୪୦କିଲୋମିଟର ଚାଲିଚାଲି ସୀମାରେ ପହଞ୍ଚିଛନ୍ତି । ସେଠାରେ ତାପମାତ୍ରା ମାଇନସ ୯ରୁ ୧୦ ଡିଗ୍ରୀ ରହିଥିବା ବେଳେ ନିଆଁ ଜାଳି ରହିବାକୁ ପଡୁଥିବା କଥା କହିଛନ୍ତି ।

ପ୍ରଥମେ ଝିଅମାନଙ୍କୁ ଛାଡୁଥିବା ବେଳେ ୬ଘଣ୍ଟାରେ ଦୁଇ ତିନିଜଣ ପୁଅକୁ ଛାଡୁଥିଲେ। ଭିଡ ଟିକେ କମିବା ପରେ ଦୂତାବାସରୁ ଆସିଥିବା ବସରେ ପୋଲାଣ୍ଡ ସିଫ୍ଟ ହୋଇଛନ୍ତି। ପୋଲାଣ୍ଡରେ ବିମାନ ବ୍ଯବସ୍ଥା ହୋଇଥିବା ସୂଚନା ଦେଇଛନ୍ତି। ମାତ୍ର ସେମାନେ ସୁରକ୍ଷିତ ଭାବେ ଭାରତରେ ପହଞ୍ଚିବା ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଗୁହାରି କରିଛନ୍ତି ୟୁକ୍ରେନରେ ପାଠ ପଢୁଥିବା ପୁରୀର ଅବିନାଶ ନାୟକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.