ETV Bharat / state

ଶ୍ରୀମନ୍ଦିର ଠେଲାପେଲାରେ ୨ ଶ୍ରଦ୍ଧାଳୁ ଆହତ, ଖଣ୍ଡନ କଲେ ଅତିରିକ୍ତ ଏସପି

author img

By

Published : Jan 15, 2023, 9:46 AM IST

Updated : Jan 15, 2023, 11:01 AM IST

ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଠେଲାପେଲା । ଦୁଇ ଜଣ ଶ୍ରଦ୍ଧାଳୁ ଆହତ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଠେଲାପେଲା
ଶ୍ରୀମନ୍ଦିରରେ ଠେଲାପେଲା
ଶ୍ରୀମନ୍ଦିରରେ ଠେଲାପେଲା

ପୁରୀ: ଶ୍ରୀମନ୍ଦିରରେ ଆଜି(ରବିବାର) ପ୍ରବଳ ଭିଡ ଯୋଗୁଁ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଭିତରେ ଠେଲାପେଲାରେ ଦୁଇ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ଭିଡରେ ଅଣନିଃଶ୍ବାସୀ ହୋଇ ଏହି ଶ୍ରଦ୍ଧାଳୁମାନେ ତଳେ ପଡିଯାଇଥିଲେ । ସେମାନଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନେ ପୁରୀ ହାଡଗଡ଼ିଆ ସାହିବାସିନ୍ଦା ସୁଲୋଚନା ସାହୁ ଓ ଆଉ ଜଣେ କଟକ ପିଠାପୁରର ଦିବ୍ୟା ସାହୁ ବୋଲି ପରିଚୟ ମିଳିଛି ।

ସୂଚନା ମୁତାବକ, ଶ୍ରୀମନ୍ଦିର ଭିତରେ ଥିବା ବାହାର କାଠ ନିକଟରେ ଏହି ଅଘଟଣ ଘଟିଛି । ଗତକାଲି ମକର ସଂକ୍ରାନ୍ତି ଥିବାବେଳେ ଆଜି ରବିବାର ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ବାହାର କାଠ ନିକଟରେ ଦର୍ଶନ ବେଳେ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଫଳରେ ଦୁଇ ଜଣ ଶ୍ରଦ୍ଧାଳୁ ଅଣନିଃଶ୍ବାସୀ ହୋଇ ତଳେ ପଡିଯାଇ ଆହତ ହୋଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଚିକିତ୍ସା ପାଇଁ ସଦର ମେଡିକାଲକୁ ନିଆଯାଇଥିଲା ।

ତେବେ ପ୍ରଶ୍ନ ଉଠୁଛି ରବିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେଉଥବା ବେଳେ ପୁରୀ ପୋଲିସ୍ ଓ ପ୍ରଶାସନ କାହିଁକି ଆବଶ୍ୟକ ବ୍ୟବସ୍ଥା କରୁନାହିଁ । ଗତ କିଛି ଦିନ ତଳେ ମଧ୍ୟ ବାଇଶି ପାହାଚରେ ମଧ୍ୟ ଦଳାଚକଟା ହୋଇ ସ୍କୁଲ ପିଲା ଆହତ ହୋଇଥିଲେ । ଶ୍ରୀମନ୍ଦିରରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ୍ ପ୍ରଶାସନର ଅବହେଳାକୁ ଭକ୍ତ ମହଲରେ ସମାଲୋଚନା କରାଯାଇଛି ।

ଅନ୍ୟପଟେ ଶ୍ରୀମନ୍ଦିରରେ ଠେଲାପେଲା ଘଟଣାକୁ ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଦର୍ଶନ ପାଇଁ ଅପେକ୍ଷା କରିଥିବା ଦୁଇ ଜଣ ଶ୍ରଦ୍ଧାଳୁ ଅସୁସ୍ଥତା ଅନୁଭବ କରୁଥିବା ପୋଲିସ କର୍ମଚାରୀଙ୍କୁ ଜଣାଇଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ଦୁଇ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି । ମନ୍ଦିର ଭିତରେ ଠେଲାପେଲାର ସ୍ଥିତି ନଉପୁଜିବା ପାଇଁ ବ୍ୟବସ୍ଥା ରହିଛି ।''

ଏହାମଧ୍ୟ ପଢନ୍ତୁ: T Bridge Stampede: ବଡମ୍ବା ଟି ବ୍ରିଜ ଉପରେ ଦଳାଚକଟାରେ ୨୦ ଗୁରୁତର, ଜଣେ ମୃତ

ସେହିପରି ଗତକାଲି ମକର ସଂକ୍ରାନ୍ତି ଥିବାବେଳେ କଟକ ଜିଲ୍ଲା ବଡମ୍ବା ସ୍ଥିତ ସିଂହନାଥ ପୀଠରେ ବଡ ଅଘଟଣ ଘଟିଥିଲା । ଶ୍ରଦ୍ଧାଳୁମାନେ ଟି-ବ୍ରିଜ ଉପର ଦେଇ ପୀଠକୁ ଯିବା ସମୟରେ ଦଳଚକଟା ହୋଇଥିଲା । ଏଥିରେ ୨୦ ଜଣ ଗୁରୁତର ଆହତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା । ମହାନଦୀ ସେତୁରୁ ସିଂହନାଥ ପୀଠକୁ ଟି-ବ୍ରିଜ ସଂଯୋଗ କରେ ।

ଇଟିଭି ଭାରତ, ପୁରୀ

Last Updated : Jan 15, 2023, 11:01 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.