ETV Bharat / state

ଅତିଷ୍ଠ କରୁଛନ୍ତି ଅସାଧୁ ବ୍ୟବସାୟୀ, ଚିନ୍ତାରେ ପାରମ୍ପାରିକ ମତ୍ସ୍ୟଜୀବୀ - puri fisherman alligation

କିଛି ଆସାଧୁ ବ୍ୟବସାୟୀଙ୍କ ବେଆଇନ କାର୍ଯ୍ୟ ଯୋଗୁଁ ଏବେ ଚିନ୍ତାରେ ପାରମ୍ପରିକ ମତ୍ସଜୀବୀ । ଅଧିକ ପଢନ୍ତୁ...

ଆସାଧୁ ବ୍ୟବସାୟୀଙ୍କ ଦୌରାତ୍ମ ଯୋଗୁ ଚିନ୍ତାରେ ପାରମ୍ପାରିକ ମତ୍ସ୍ୟଜୀବୀ

author img

By

Published : Feb 1, 2021, 5:03 PM IST

ପୁରୀ: ଆସାଧୁ ବ୍ୟବସାୟୀଙ୍କ ବେଆଇନ କାର୍ଯ୍ୟ ଯୋଗୁଁ ଏବେ ଚିନ୍ତାରେ ପାରମ୍ପରିକ ମତ୍ସ୍ୟଜୀବୀ । ବାହାର ରାଜ୍ୟର ବ୍ୟବସାୟୀ ଏବଂ ମାଛ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୁରୀର ହଜାର ହଜାର ପାରମ୍ପରିକ ମତ୍ସ୍ୟଜୀବୀ ଜୀବିକା ହରାଇବା ଚିନ୍ତାରେ । ଫଳରେ ସେମାନେ ସରକାରୀ ନିୟମର ଉଲ୍ଲଘଂନ କରି ପାରମ୍ପରିକ ଜାଲ ପରିବର୍ତ୍ତେ ପରିବେଶ ଉପରେ ଖରାପ ପ୍ରଭାବ ପକାଉଥିବା ଅତ୍ୟାଧୁନିକ ଜାଲ ସମୁଦ୍ରରେ ବ୍ୟବହାର କରୁଛନ୍ତି । ଏହାଦ୍ବାରା ବେଆଇନ୍ ଭାବେ ବିପୁଳ ପରିମାଣର ମାଛ ଧରାଯାଉଥିବା ଯୋଗୁଁ ସମୁଦ୍ର ଉପକୂଳରେ ଏବେ ମାଛର ଘୋର ଅଭାବ ଦେଖାଯାଇଛି । ଯାହା ପାରମ୍ପାରିକ ମତ୍ସ୍ୟଜୀବୀଙ୍କ ଜୀବିକା ଛଡାଇବାକୁ ବସିଲାଣି । ତେବେ ତୁରନ୍ତ ପ୍ରଶାସନ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବାଧ୍ୟ ହୋଇ ଜୀବିକା ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବେ ବୋଲି କହିଛନ୍ତି ମତ୍ସ୍ୟଜୀବୀ।

ଆସାଧୁ ବ୍ୟବସାୟୀଙ୍କ ଦୌରାତ୍ମ ଯୋଗୁ ଚିନ୍ତାରେ ପାରମ୍ପାରିକ ମତ୍ସ୍ୟଜୀବୀ

ପୁରୀ ବଳିଆପଣ୍ତା ଅଞ୍ଚଳରେ ରହୁଛନ୍ତି ହଜାର ହଜାର ମତ୍ସ୍ୟଜୀବୀ ସମୁଦ୍ରରୁ ମାଛ ମାରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ପୂର୍ବଭଳି ସମୁଦ୍ରରେ ସ୍ବାଭାବିକ ପରିମାଣରେ ମାଛ ଜାଲରେ ପଡ଼ୁନଥିବା ବେଳେ ଏହାକୁ ନେଇ ଚିନ୍ତାରେ ଏହି କ୍ଷୁଦ୍ର ମତ୍ସ୍ୟଜୀବୀ ମାନେ। ନିଜର କୌଳିକ ବୃତ୍ତି ହରାଇ ସେମାନେ ଏବେ ଦାଦନ ମୁହାଁ ହେବା ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ମୁଖ୍ୟ କାରଣ ହେଉଛନ୍ତି କିଛି ଅସାଧୁ ମାଛ ବ୍ୟବସାୟୀ ଓ ମାଛ ମାଫିଆ।

ହାତତିଆରି ଜାଲ ପରିବର୍ତ୍ତେ ଏହି ଅସାଧୁ ମାଛ ବ୍ୟବସାୟୀ ମାନେ ଅତ୍ୟାଧୁନିକ ରିଙ୍ଗ ଜାଲ, ଏଣିପିଜାଲ, ପେଦାରାମ୍ପଣମ୍ ଜାଲ ବ୍ୟବହାର କରି ବିପୁଳ ମରିମାଣର ସମଦ୍ରରୁ ମାଛ ମାରୁଛନ୍ତି । ଫଳରେ ସମୁଦ୍ର ଉପୂଳରେ ମାଛ ମାରି ଚଳୁଥିବା ଏହି କ୍ଷୁଦ୍ର ମାଛ ବ୍ୟବସାୟୀ ମାଛ ନପାଇ ହତାଶ ହୋଇ ପଡ଼ିଥିବା କହିଛନ୍ତି । ଅନ୍ୟପଟେ ଅମାବାସ୍ୟା ତଥା ପୂର୍ଣ୍ଣିମା ସମୟରେ ବିରଳ ଅଲିଭ ରିଡ଼ଲେ କଇଁଛ, କଙ୍କଡ଼ା, ଚିଙ୍ଗୁଡ଼ି, ସାଙ୍କୁଚ କୂଳକୁ ଆସିବା ସହ ଅଣ୍ତାଦାନ କରିଥାନ୍ତି । ତେବେ ଏହି ବେଆଇନ ଜାଲ ବ୍ୟବହାର ଯୋଗୁଁ ସମୁଦ୍ର ଗର୍ଭର ଜୈବ ବିବିଧତା ନଷ୍ଟ ହେଉଥିବା ବେଳେ ଅକାଳରେ ଅନେକ ଜଳଚର ଜୀବଙ୍କର ମୃତ୍ୟୁ ହେଉଛି ।

କେବଳ ପୁରୀ ନୁହେଁ ଗଞ୍ଜାମ, ଗୋପାଳପୁର, ନୂଆ ଗାଁ, କିରିସାଇ, ଆରଜିପିଲି, ଅରଖକୁଦା, ମାଣିକପାଟଣା ସହ ପୁରୀ ପେଣ୍ଠକଟାର କିଛି ଅସାଧୁ ମାଛ ବ୍ୟବସାୟୀ ଓ ମାଛ ମାଫିଆଙ୍କ ବେଆଇନ ଭାବେ ଏପରି କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.