ETV Bharat / state

ଉଠା ଦୋକାନୀଙ୍କ କବଜାରେ ପୁରୀ ବେଳାଭୂମି, ସୌନ୍ଦର୍ଯ୍ୟତା ହରାଉଛି ମହୋଦଧି

author img

By

Published : Jan 13, 2023, 6:36 PM IST

ସୌନ୍ଦର୍ଯ୍ୟ ହରାଉଛି ପୁରୀର ସ୍ବର୍ଣ୍ଣାଭ ବେଳାଭୂମି । ବେଆଇନ ଭାବେ ବେଳାଭୂମି ମଝିରେ ବ୍ୟବସାୟ କରୁଛନ୍ତି ଉଠା ଦୋକାନୀ । ଫଳରେ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିପାରୁନାହାନ୍ତି ପର୍ଯ୍ୟଟକ । ହେଲେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଅଧିକ ପଢ଼ନ୍ତୁ

puri sea beach
ପୁରୀ ବେଳାଭୂମୀ
ଉଠା ଦୋକାନୀଙ୍କ କବଜାରେ ପୁରୀ ବେଳାଭୁମି

ପୁରୀ: ଧୀରେଧୀରେ ସଙ୍କୁଚିତ ହେବା ସହ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି ପୁରୀର ସ୍ବର୍ଣ୍ଣାଭ ବେଳାଭୂମି। ଯେଉଁଆଡେ ଚାହିଁଲେ ମାଳମାଳ ଉଠା ଦୋକାନ ସହିତ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି ବେଳାଭୂମି । ବେଳାଭୂମିର ଏଣେତେଣେ ଅବ୍ୟବସ୍ଥିତ ଭାବେ ଉଠା ଦୋକାନ ଥିବାରୁ ପର୍ଯ୍ୟଟକମାନେ ସ୍ବଛନ୍ଦରେ ଏଠାରେ ବୁଲାବୁଲି କରିପାରୁନାହାନ୍ତି । ଫଳରେ ଦିନକୁ ବେଳାଭୂମି ସଙ୍କୁଚିତ ହେଉଥିବା ବେଳେ ପର୍ଯ୍ୟଟକ ମଧ୍ୟ ଅଣନିଃଶ୍ବାସୀ ହୋଇ ପଡିଲେଣି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ବେଳାଭୂମିରେ ସମୟ ଅତିବାହିତ କରିବା ପାଇଁ ଦେଶର କୋଣ ଅନୁକୋଣରୁ ପୁରୀକୁ ପ୍ରତିଦିନ ଛୁଟି ଆସୁଛନ୍ତି ହଜାରହଜାର ପର୍ଯ୍ୟଟକ । ଦେଶର ବିଭିନ୍ନ ବେଳାଭୂମି ଗୁଡ଼ିକୁ ପର୍ଯ୍ୟଟକଙ୍କ ବୁଲାବୁଲି କରିବା ପାଇଁ ଅବରୋଧ ମୁକ୍ତ ରଖାଯାଇଥିଲେ ହେଁ ପୁରୀ ବେଳାଭୂମିରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ରାସ୍ତା କଡ଼ରୁ ଉଠି ବେଳାଭୂମି ମଝିରେ ମଧ୍ୟ ଉଠା ଦୋକାନୀ ଏବେ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ତେଣୁ ବିଚ୍କୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ତୁରନ୍ତ ଭେଣ୍ଡିଂ ଜୋନ୍ ନିର୍ମାଣ କରିବା ସହ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଉଠା ଦୋକାନୀଙ୍କୁ ରଖି ବେଳାଭୂମିକୁ ଅବରୋଧ ମୁକ୍ତ କରିବା ପାଇଁ ଦାବି ରଖିଛନ୍ତି ପର୍ଯ୍ୟଟକ ।

ଏହା ମଧ୍ୟ ପଢ଼ନ୍ତୁ: ଅନୁଗୋଳରେ ଘନ କୁହୁଡି ଆସ୍ତରଣ: ଦିଶୁନି ରାସ୍ତାଘାଟ, ବିନା ବର୍ଷାରେ ଓଦା ହେଉଛନ୍ତି ଲୋକେ

ପୁରୀ ଦିଗବାରେଣି ଛକଠାରୁ ବଳିଆ ପଣ୍ଡା ଯାଏଁ ଥିବା ବେଳାଭୂମିରେ ମୁଖ୍ୟତଃ ପର୍ଯ୍ୟଟକମାନେ ବୁଲାବୁଲି କରିଥାନ୍ତି । ତେବେ ପୁରୀ ପୌରପାଳିକା ପକ୍ଷରୁ ଏହି ବେଳାଭୂମିରେ କୌଣସି ଭେଣ୍ଡିଂ ଜୋନ୍ ନଥିବାରୁ ଉଠା ଦୋକାନୀମାନେ ବେଳାଭୂମି ମଝିକୁ ଆସି ନିଜର ପସରା ମେଲାଇ ବ୍ୟବସାୟ ଆରମ୍ଭ କରିଦେଲେଣି । ବେଳାଭୂମି ଅବରୋଧ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେଲେ ଲୋକ ଦେଖାଣିଆ ଭାବେ ପୌରପାଳିକା ଅଧିକାରୀ ଦିନେ ଦୁଇଦିନ ଚଢ଼ାଉ କରି ଚୁପ୍ ବସି ଯାଉଥିବା ଅଭିଯୋଗ ହୋଇଛି ।

ଏନେଇ ନଗର କଂଗ୍ରେସ ସଭାପତି କହିଛନ୍ତି, "ପୁରୀ ପୌରପାଳିକା ବାଡ ହୋଇ ଯଦି ଫସଲ ଖାଇବ କିଏ ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ଦାୟିତ୍ବ ନେବ ? ପୌର କର୍ମଚାରୀ ପକେଟ୍ ଗରମ୍ ନକରି ବେଳାଭୂମିର ସୌନ୍ଦର୍ଯ୍ୟକରଣ କିଭଳି ହୋଇପାରିବ ଏବଂ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବା ଉଚିତ । "ସେପଟେ ଏହି ପ୍ରସଙ୍ଗକୁ ନେଇ ପୁରୀ ପୌରପାଳିକା ଅଧିକାରୀ ପ୍ରତିକ୍ରିୟା ରଖି କହିଛନ୍ତି,"ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ସବୁବେଳେ ଚଢ଼ାଉ ଜାରି ରହିଛି । ପୁରୀକୁ ବିଶ୍ବ ଐତିହ୍ୟ ସହର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । କିନ୍ତୁ ବେଳାଭୂମିର ଅବ୍ୟବସ୍ଥା ଏବଂ ଲାଗିରହିଥିବା ସମସ୍ୟା ପାଇଁ ଦୁର୍ନାମ ମୁଣ୍ଡାଉଛି ପୁରୀ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.