ETV Bharat / state

ପୁରୀ ହୋଟେଲର 6 ମହଲାରୁ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ - ପୁରୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟା ନା ହତ୍ୟା

ପୁରୀ ହୋଟେଲର 6 ମହଲାରୁ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ । ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଉଦୟପୁର ଅଞ୍ଚଳର ଲିଙ୍ଗରାଜ ସାହୁ । ପର୍ଯ୍ୟଟକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି । ସେନେଇ ପୋଲିସ ଘଟଣାର ଛାନଭିନ କରୁଛି । ଅଧିକ ପଢନ୍ତୁ

Tourist dies at Krishna Sea site hotel in Puri baliapanda
ହୋଟେଲର 6 ମହଲାରୁ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ
author img

By

Published : Aug 26, 2022, 5:23 PM IST

Updated : Aug 26, 2022, 7:30 PM IST

ପୁରୀ: ପୁରୀ ବଳିଆପଣ୍ଡା ସ୍ଥିତ କ୍ରିଷ୍ଣା ସି ସାଇଟ ହୋଟେଲରେ ଅଘଟଣ । ହୋଟେଲର 6 ମହଲାରୁ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ । ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଉଦୟପୁର ଅଞ୍ଚଳର ଲିଙ୍ଗରାଜ ସାହୁ । ପର୍ଯ୍ୟଟକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି । ସେନେଇ ପୋଲିସ ଘଟଣାର ଛାନଭିନ କରୁଛି ।

ପୁରୀ ହୋଟେଲର 6 ମହଲାରୁ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ପୁରୀ ହୋଟେଲର 6 ମହଲା ଉପରୁ ତଳକୁ ଖସି ପର୍ଯ୍ୟଟକଙ୍କ ମୃତ୍ୟ । ମୃତ ଲିଙ୍ଗରାଜ ନିଜ କମ୍ପାନୀର ଏକ ମିଟିଂରେ ଯୋଗ ଦେବାକୁ ପୁରୀ ଆସିଥିଲେ । ହୋଟେଲରେ ତାଙ୍କ ସହକର୍ମୀଙ୍କ ସହ ରାତି ଖଟରେ ଶୋଇଥିଲେ । ତେବେ ସକାଳୁ ଏଭଳି ଅଘଟଣା ହୋଇଥିବା ନେଇ ତାଙ୍କ ସହକର୍ମୀ କହିଛନ୍ତି । ମୃତ ଲିଙ୍ଗରାଜଙ୍କ ସହକର୍ମୀ କହିଛନ୍ତି, " ଅଫିସ ମିଟିଂରେ ଯୋଗ ଦେବାକୁ ଆମେ ୭୪ ଜଣ ପୁରୀ ଆସିଥିଲୁ । ଦି କ୍ଲବ କ୍ରିଷ୍ଣା ଶ୍ରୀସାଇଡରେ ରହିଥିଲୁ । ଗତକାଲି ରାତିରେ ରୁମକୁ ଫୋରିବା ପରେ ଦେଖିଲି ଲିଙ୍ଗରାଜ ମୋ ଆଗରୁ ରୁମକୁ ଫେରି ପ୍ୟାଣ୍ଟ ସାର୍ଟ ଓ ଜୋତା ପିନ୍ଧି ତଳେ ଶୋଇଥିଲେ । ମୁଁ ତାଙ୍କୁ ଉଠାଇ କହିଲି ପ୍ୟାଣ୍ଟ ସାର୍ଟ ଓ ଜୋତା କାଢି ଖଟ ଉପରେ ଶୋଇବା ପାଇଁ । ତାପରେ ମୁଁ ତାଙ୍କ ପ୍ୟାଣ୍ଟ ସାର୍ଟ ଓ ଜୋତା କାଢିବା ପରେ ସେ ପୁଣି ଥରେ ତଳେ ଶୋଇଥିଲେ । ତେବେ ରାତିରେ ମୁଁ ଉଠିବା ବେଳକୁ ସେ ଖଟ ଉପରେ ଶୋଇଥିବା ଦେଖିଥିଲି । ସକାଳୁ ଅନ୍ୟ ଜଣେ ସହକର୍ମୀ ରାମଚନ୍ଦ୍ର କଲ୍ କରି ମୋତେ ଲିଙ୍ଗରାଜ କଥା ପଚାରିଥିଲେ । ସେତେବେଳେ ଦେଖିଲି କବାଟ ଭିତର ପଟୁ ବନ୍ଦ ଅଛି । "

ତେବେ ଏନେଇ ସେ ଅଧିକ କିଛି ଜାଣିନଥିବା କହିଛନ୍ତି । ସେପଟେ ଖବର ପାଇ ଘଟଣା ସ୍ଥଳରେ ବଳିଆପଣ୍ଡା ଥାନା ପୋଲିସ ଓ ସେମାନଙ୍କ ସହିତ ଏସପି କନୱର ବିଶାଳ ସିଂ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହ ଛାତରୁ ପଡି ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି କି ତାଙ୍କୁ ସାଙ୍ଗମାନେ ଛାତରୁ ଠେଲି ହତ୍ୟା କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ କରୁଛି ।

ଇଟିଭି ଭାରତ,ପୁରୀ

Last Updated : Aug 26, 2022, 7:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.