ETV Bharat / state

ଶ୍ରଦ୍ଧାଳୁଙ୍କ ବିନା ଚାପ ଖେଳିବେ ମହାପ୍ରଭୁ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - ଚାପ ଖେଳିବେ ମହାପ୍ରଭୁ

ଆସନ୍ତା ରବିବାର ପଡୁଛି ଅକ୍ଷୟ ତୃତୀୟା । ଏହି ଦିନ ରଥଯାତ୍ରା ନିମନ୍ତେ ରଥ ନିର୍ମାଣର ଅନୁକୂଳ ହେବ। ଅନ୍ୟପଟେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ।

chandan yatra in puri
ଏଥର ଭକ୍ତଙ୍କ ବିନା ଚାପ ଖେଳିବେ ମହାପ୍ରଭୁ
author img

By

Published : Apr 23, 2020, 3:27 PM IST

ପୁରୀ: ଆସନ୍ତା ରବିବାର ପଡୁଛି ଅକ୍ଷୟ ତୃତୀୟା । ଏହି ଦିନ ରଥଯାତ୍ରା ନିମନ୍ତେ ରଥ ନିର୍ମାଣର ଅନୁକୂଳ ହେବ। ଅନ୍ୟପଟେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚିବେ।

ଏଥର ଭକ୍ତଙ୍କ ବିନା ଚାପ ଖେଳିବେ ମହାପ୍ରଭୁ

ନନ୍ଦ୍ରା ଓ ଭଦ୍ରା ଦୁଇଟି ଡଙ୍ଗାରେ ଠାକୁର ମାନେ ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର କରିବେ। ତେବେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମହାରଣା ସେବକମାନେ ନନ୍ଦ୍ରା ଓ ଭଦ୍ରା ଦୁଇଟି ଡଙ୍ଗାକୁ ଯୋଡି ଚାପ ନିର୍ମାଣ କାର୍ଯ୍ୟ ସାରିଛନ୍ତି। ଆଉ ଅଳ୍ପ କିଛି କାର୍ଯ୍ୟ ରହିଛି ତାହା ଏକ ପ୍ରକାର ଶେଷ ହେବା ଉପରେ।

ଅନ୍ୟପଟେ ଚିତ୍ରକର ସେବକମାନେ ମଧ୍ୟ ଡଙ୍ଗା ସମେତ ନରେନ୍ଦ୍ରରେ ଥିବା ମନ୍ଦିରରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ଆଙ୍କିଛନ୍ତି। ଚାପ ଡଙ୍ଗାରେ ଲାଗିବାକୁ ଥିବା ହଂସ ଗୁଡିକୁ ସୁନ୍ଦର ଭାବେ ମଧ୍ୟ ରଙ୍ଗ ଦିଆଯାଇ ପ୍ରସ୍ତୁତ କରାଯାଉଛି। କେଵଳ ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ।

କୋରୋନା କଟକଣା ଓ ସାମାଜିକ ଦୂରତା ନିୟମକୁ ନେଇ ଚଳିତ ବର୍ଷ ଚନ୍ଦନଯାତ୍ରା ହେବ କି ନାହିଁ ସେନେଇ ଆଶା ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ସବୁ କିଛି ସୁରୁଖୁରୁରେ ଚାଲିଛି। ଏଥର ବିନା ଭକ୍ତଙ୍କ ଉପସ୍ଥିତରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନେଇ ପ୍ରଶାସନ ବ୍ୟବସ୍ଥା କରିଛି। ତେବେ ମହାପ୍ରଭୁଙ୍କ ଚାପ ଖେଳ ଭକ୍ତ ଦେଖିବାରୁ ବଞ୍ଚିତ ହୁଅନ୍ତୁ କିନ୍ତୁ ମହାପ୍ରଭୁଙ୍କ ପରମ୍ପରା ଓ ଯାନୀ ଯାତ୍ରା ବନ୍ଦ ନ ହେଉ ବୋଲି ସେବକମାନେ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.