ETV Bharat / state

ଚନ୍ଦ୍ରଭାଗା ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ଚନ୍ଦ୍ରଭାଗା ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚନ୍ଦ୍ରଭାଗା ବେଳାଭୂମିରୁ ସନ୍ଦେହଜନକ ଭାବେ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା କରିଥିବା ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକ । ଅଧିକ ପଢନ୍ତୁ

Suspicious body of young recovered from Chandrabhaga beach
ଚନ୍ଦ୍ରଭାଗା ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର
author img

By

Published : Aug 8, 2022, 9:35 PM IST

ପୁରୀ : ଚନ୍ଦ୍ରଭାଗା ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର । କୋଣାର୍କ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଠାରୁ ମାତ୍ର ୧୦୦ ମିଟର ଦୂର ବେଳାଭୂମିରୁ ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି କୋଣାର୍କ ଥାନା ମହଲପଡ଼ା ପଞ୍ଚାୟତ ମୂର୍କୁଣ୍ଡି ଗ୍ରାମର ଚକ୍ରଧର ବାରିକଙ୍କ ପୁଅ ମନିଦ୍ର ବାରିକ । ତେବେ ପୋଲିସ କର୍ମଚାରୀ ସମୁଦ୍ର ପାଣି ଭିତରୁ ଉପରକୁ ଆଣିଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଯୁବକଙ୍କ ଆଖି ପତାରେ ସାମାନ୍ୟ ଆଘାତ ଲାଗିଥିବା ଦେଖି କେହି ଏହି ଯୁବକକୁ ହତ୍ୟା କରି ସମୁଦ୍ରରେ ଭସାଇ ପଳାଇଥିବା ସନ୍ଦେହ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ସେ କୋଣାର୍କକୁ ଦୋକାନ ସଉଦା କରିବାକୁ ଯାଇ ଫେରି ନଥିଲେ । ତେବେ ଅପରାହ୍ନରେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ବାଇକ୍ ମିଳି ନ ଥିବା ଜଣା ପଡିଛି । ଏଣୁ କେହି ହତ୍ୟା କରିଥିବା ସମ୍ପର୍କୀୟମାନେ ସନ୍ଦେହ ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି । ଏନେଇ ଚନ୍ଦ୍ରଭାଗା ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ,ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.