ETV Bharat / state

ତୁରନ୍ତ ଖୋଲାଯାଉ ଆଉ ଏକ ଦ୍ବାର, ନଚେତ ପଶ୍ଚିମ ଦ୍ବାର ସମ୍ମୁଖରେ ବସିବି: ସୁଦର୍ଶନ ପଟ୍ଟନାୟକ - ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ନେଇ ସୁଦର୍ଶନଙ୍କ ଟ୍ବିଟ

ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ ନେଇ ସୁଦର୍ଶନ ପଟ୍ଟନାୟକଙ୍କ ଟ୍ବିଟ । ପୁରୀବାସୀଙ୍କ ପାଇଁ ତୁରନ୍ତ ଆଉ ଏକ ଦ୍ବାର ଖୋଲିବାକୁ ଦାବି କଲେ ସୁଦର୍ଶନ । ଅଧିକ ପଢ଼ନ୍ତୁ

demands for opening gates of srimandir
ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ
author img

By

Published : Jul 23, 2023, 5:59 PM IST

ପୁରୀ: ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ପୁଣି ଦାବି କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ବନ୍ଦ ରହିଥିବା ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ଵାର ମଧ୍ୟରୁ ପୁରୀବାସୀଙ୍କ ପାଇଁ ତୁରନ୍ତ ଗୋଟିଏ ଦ୍ଵାର ଖୋଲିବାକୁ ଆନ୍ତର୍ଜାତିକ ବାଲୁକା ଚିତ୍ର ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି । ଟ୍ବିଟ କରି ଶ୍ରୀମନ୍ଦିର ପ୍ରଶାସନକୁ ଏହି ପ୍ରସଙ୍ଗରେ ନିଜର ଅନୁରୋଧ ଜଣାଇଛନ୍ତି ।

  • Jai Jagannath…🙏
    During covid-19 pandemic three doors of Shree Jagannath temple were closed for the devotees, but till date all the same has not been opened for the devotees. My humble request and with respect to the local people’s emotion and as a citizen of Puri again… pic.twitter.com/elEmPjvePq

    — Sudarsan Pattnaik (@sudarsansand) July 23, 2023 " class="align-text-top noRightClick twitterSection" data=" ">

ପୁରୀବାସୀଙ୍କ ପାଇଁ ସିଂହଦ୍ବାର ବ୍ୟତୀତ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ଵାର ବନ୍ଦ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ପୁରୀ ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ ଟିକେ ପାଇବା ପାଇଁ ବାହାରୁ ଆସୁଥିବା ଭକ୍ତ, ପର୍ଯ୍ୟଟକଙ୍କ ସହ ସିଂହଦ୍ଵାର ପଟେ ଲମ୍ବା ଲାଇନରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ବିଶେଷ କରି ବୟସ୍କ ବ୍ୟକ୍ତି ବେଶ ଅସୁବିଧା ଭୋଗୁଛନ୍ତି । ଅବଢ଼ା ମହାପ୍ରସାଦ ଆଣିବା ପାଇଁ ହେଉକି ପୂଜାର୍ଚ୍ଚନା ପାଇଁ ସିଂହଦ୍ୱାର ପଟେ ଲାଇନରେ ଠିଆ ହୋଇ ଯିବାକୁ ପଡୁଛି । ସେ କହିଛନ୍ତି, କୋଭିଡ ସମୟରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ସିଂହଦ୍ବାର ବ୍ୟତୀତ ତିନି ଦ୍ବାର ବନ୍ଦ କରାଯାଇଥିଲା । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବନ୍ଦ ରହିଛି । ପୁରୀବାସୀଙ୍କ ଭାବାବେଗକୁ ଗୁରୁତ୍ବ ଦେଇ ତୁରନ୍ତ ଗୋଟିଏ ଦ୍ବାର ଖୋଲାଯାଉ । ଯଦି ସ୍ଥାନୀୟ ଲୋକଙ୍କ ପାଇଁ ଗୋଟିଏ ଦ୍ବାର ଖୋଲା ନଯାଏ, ତେବେ ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସମ୍ମୁଖରେ ବସି ମହାପ୍ରଭୁଙ୍କ ଆରାଧନା କରିବି ।" ଯେତେଦିନ ଯାଏଁ ପୁରୀ ବାସିନ୍ଦାଙ୍କ ପାଇଁ ଗୋଟିଏ ଦ୍ଵାର ଖୋଲା ନହୋଇଛି ସେ ଏଠାରେ ବସି ଆରାଧନା କରିବେ ଓ ନିଜେ ଶ୍ରୀମନ୍ଦିରକୁ ଯିବେ ନାହିଁ ବୋଲି ସୁଦର୍ଶନ ପଟ୍ଟନାୟକ ଟ୍ବିଟ୍‌ ଯୋଗେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Chhatisa Nijog Meeting: ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିରର ଆଉ ଏକ ଦ୍ବାର

ଶ୍ରୀମନ୍ଦିର ସମସ୍ତ ଦ୍ଵାର ଖୋଲିବା ଉପରେ ଅନୁଧ୍ୟାନ ଓ ନିଷ୍ପତ୍ତି ପାଇଁ ଯଦିଓ ଏକ କମିଟି ଗଠନ ହେଇଛି ତେବେ କମିଟି ରିପୋର୍ଟ ଆସିବା ପରେ ସବୁ ଦ୍ଵାର ଖୋଲିବା ନେଇ ନିଷ୍ପତ୍ତି ହେଉ । କିନ୍ତୁ ତା ପୁର୍ବରୁ ପୁରୀ ବାସିନ୍ଦାଙ୍କ ପାଇଁ ସଙ୍ଗେସଙ୍ଗେ ପଶ୍ଚିମ ଦ୍ୱାର ଖୋଲିବାକୁ ସୁଦର୍ଶନ ଦାବି କରିଛନ୍ତି । ଅନ୍ୟପଟେ ଯଦି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ଦ୍ବାର ବନ୍ଦ ରହିଛି ତେବେ ଭକ୍ତଙ୍କ ସୂଚନା ପାଇଁ ଫଳକ ଲଗାଯାଉ ବୋଲି କହିଛନ୍ତି । ଗତ କିଛିଦିନ ହେବ ଶ୍ରୀମନ୍ଦିରର ସବୁ ଦ୍ଵାର ଭକ୍ତ ଓ ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିବାକୁ ନେଇ ଦସ୍ତଖତ ଅଭିଯାନ ପୁରୀର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଛି । ଏହାକୁ ପୁରୀ ସହରବାସୀ ସମର୍ଥନ କରିଛନ୍ତି । ତେବେ ପ୍ରଶାସନ ଶ୍ରୀମନ୍ଦିର ସବୁ ଦ୍ଵାର ପୁରୀବାସୀଙ୍କ ପାଇଁ ଏବଂ ଭକ୍ତଙ୍କ ପାଇଁ ଖୋଲିବା ପୂର୍ବରୁ କିଭଳି ଶୃଙ୍ଖଳିତ ଦର୍ଶନ ହୋଇ ପାରିବ, ଭକ୍ତ କିଭଳି ପ୍ରବେଶ କରିବେ ସେନେଇ ଅନୁଧ୍ୟାନ କରି ଏକ ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଏକ କମିଟି ଗଠନ କରିଛି । ତେବେ ଏହି କମିଟି ଗଠନକୁ ପୁରୀର ବିଭିନ୍ନ ସଙ୍ଗଠନ ବିରୋଧ କରିଛନ୍ତି । ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରି ନପାରି କଲବଲ ହେଉଥିବା ବେଳେ ଏହାର ନିଷ୍ପତ୍ତି ନକରାଯାଇ ପୁଣି ଏହି ଦାବିକୁ ଏଡ଼ାଇବା ପାଇଁ କେବଳ କମିଟି ଗଠନ କରାଯାଇ ଲୋକଙ୍କୁ ପ୍ରଶାସନ ଭୁଆଁ ବୁଲାଉ ଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ପୁରୀ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.