ETV Bharat / state

SCS କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର - ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ପରିବାର

ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ସୁକନ୍ୟା ଛାତ୍ରୀନିବାସରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର । ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

SCS କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
SCS କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
author img

By

Published : Oct 24, 2022, 5:57 PM IST

ପୁରୀ: ସାମନ୍ତ ଚନ୍ଦ୍ରଶେଖର ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତଦେହ କଲେଜ ପରିସରରେ ଥିବା ସୁକନ୍ୟା ଛାତ୍ରୀନିବାସରୁ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ସୁମିତ୍ରା ପଣ୍ଡା ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ ହୋଇଥିବାବେଳେ ହତ୍ୟା ଅଭିଯୋଗ ଆଣିଲେ ପରିବାର ।

SCS କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ସୁକନ୍ୟା ଛାତ୍ରୀନିବାସରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ଛାତ୍ରୀଙ୍କ ଘର ବଳଙ୍ଗା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ବୋଲି ଜଣାପଡ଼ିଛି । ସେ ସୁକନ୍ୟା ଛାତ୍ରୀନିବାସରେ ରହି ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି । ତେବେ ମୃତ ଛାତ୍ରୀଙ୍କ ପାରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ତେବେ ମୃତ ଛାତ୍ରୀଙ୍କ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା । ସେ କହିଛନ୍ତି, "ଆମକୁ ମିଳିଥିବା ସୂଚନା ଅନୁସାରେ ସେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ସୁକନ୍ୟା ଛାତ୍ରୀନିବାସ ୧୨ ନମ୍ବର ରୁମରେ ଏକା ରହୁଥିଲେ । ମୃତଦେହ ଉଦ୍ଧାର ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି । ଏସବୁକୁ ଆମେ ତଦନ୍ତ ପରିସରକୁ ନେବୁ । ଏଭଳି ଘଟଣାର ଗୁରୁତ୍ବକୁ ଉପଲବ୍‌ଧି କରି ଜଣେ ମହିଳା ଡିଏସ୍‌ପିଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି ।"

ଇଟିଭି ଭାରତ, ପୁରୀ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.