ETV Bharat / state

ଆଗେ ଥଇଥାନ ପଛରେ ଉଚ୍ଛେଦ ନାରା ଦେଇ ଉଠା ଦୋକାନୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପୁରୀ ସୁବାଷ ବୋଷ ଛକଠାରୁ ଭୂଦାନ ଛକ ଯାଏଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ହେଲେ ଥଇଥାନ ନକରି ଉଚ୍ଛେଦ କରାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ଉଠା ଦୋକାନୀ । ଅଧିକ ପଢ଼ନ୍ତୁ

author img

By

Published : Apr 11, 2023, 7:35 AM IST

ଉଠା ଦୋକାନୀଙ୍କୁ ଉଚ୍ଛେଦ ନେଇ ବିକ୍ଷୋଭ
ଉଠା ଦୋକାନୀଙ୍କୁ ଉଚ୍ଛେଦ ନେଇ ବିକ୍ଷୋଭ
ଉଠା ଦୋକାନୀଙ୍କୁ ଉଚ୍ଛେଦ ନେଇ ବିକ୍ଷୋଭ

ପୁରୀ: ପ୍ରଶସ୍ତ ହେବ ପୁରୀର ରାସ୍ତା । ପୁରୀ ସୁବାଷ ବୋଷ ଛକଠାରୁ ଭୂଦାନ ଛକ ଯାଏଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଉଠା ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ବିନା ଥଇଥାନରେ ଉଠା ଦୋକାନୀମାନଙ୍କୁ ଉଚ୍ଛେଦକୁ ବିରୋଧ କରାଯାଇଛି । ଆନ୍ଦୋଳନକାରୀ କହିଛନ୍ତି, "ପ୍ରଶାସନ ପକ୍ଷରୁ ବିନା ଥଇଥାନ୍ ଏବଂ କ୍ଷତିପୂରଣ ଦିଆ ନଯାଇ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଉଛି ।" ତେବେ ଏହାକୁ ବିରୋଧ କରିଛି ପିକେଆରଟି ଭୂଦାନ ବ୍ୟବସାୟୀ ସଂଘ । ସଂଘ ପକ୍ଷରୁ ଏକ ରାଲି କରାଯାଇଛି ।

ଅଧିକ ପଢ଼ନ୍ତୁ: Ratha Yatra 2023: ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟ, ସମନ୍ୱୟ କମିଟି ବୈଠକରେ ହେବ ଆଲୋଚନା

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭୂଦାନ ବ୍ୟବସାୟୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଷ୍ଟ୍ରିଟ୍ ଭେଣ୍ଡର ଆକ୍ଟ ନିୟମ ଅନୁଯାୟୀ ପ୍ରଥମେ ଉଠା ଦୋକାନୀଙ୍କୁ ଥଇଥାନ ଏବଂ କ୍ଷତିପୂରଣ ପରେ ଉଚ୍ଛେଦ କରାଯିବା କଥା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଜିଲ୍ଲା ପ୍ରଶାସନ ଏହି ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଥିବା ଅଭିଯୋଗ ହୋଇଛି । ବିନା ଥଇଥାନ ଏବଂ କ୍ଷତିପୂରଣ ଦିଆନଯାଇ ଉଚ୍ଛେଦ କରାଯାଇଥିବା ଯୋଗୁଁ ଅନେକ ଗରିବ ଉଠା ଦୋକାନୀଙ୍କ ଜୀବନଜୀବିକା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।

ଅଧିକ ପଢ଼ନ୍ତୁ: ସଲମାନ ଖାନ୍‌ଙ୍କ ‘କିସିକା ଭାଇ କିସିକା ଜାନ୍‌’ର ଟ୍ରେଲର ରିଲିଜ, ଇଦ୍‌ରେ ରିଲିଜ ହେବ ଫିଲ୍ମ

ହାତରେ ରୋଜଗାର ନଥିବାରୁ ଦିନକୁ ଦି ଓଳି ଖାଦ୍ୟ ଯୋଗାଡ କରିବା ମଧ୍ୟ ସେମାନଙ୍କ ପାଇଁ କଠିନ ହୋଇପଡିଛି । ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି ଉଠା ଦୋକାନୀ । ତେଣୁ ତୁରନ୍ତ ଗରିବ ଉଠା ଦୋକାନୀଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ ଏବଂ କ୍ଷତିପୂରଣ ପ୍ରଦାନ ନକଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ପୁରୀ ସୁବାଷ ବୋଷ ଛକରୁ ଭୂଦାନ ଛକ ଯାଏଁ ଚାରି ଲେନ ରାସ୍ତା ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଆଗେଇ ଚାଲିଛି । ଏଥିପାଇଁ ସୁବାଷ ବୋଷ ଛକରୁ ଭୂଦାନ ଛକ ଯାଏଁ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି । ତେବେ ପ୍ରଶାସନ ଏହି ଗରିବ ଉଠା ଦୋକାନୀଙ୍କ ଥାଇଥାନ କରିବାର ଆବଶ୍ୟକ ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.