ETV Bharat / state

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

author img

By

Published : Aug 1, 2020, 7:30 AM IST

ଏହି ବୈଠକରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ୭ଟି ସେତୁ ତିନିକୁଦି, ଶିରୁଲି କରମଳା ନିକଟସ୍ଥ ଦୁଇଟି ସେତୁ, ପଥରପଦା, ନିଖିଳ ଗୋବିନ୍ଦପୁର, କୁଅପଦା, ଚାଷପଡା ନିକଟସ୍ଥ ସେତୁ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ବ୍ରହ୍ମଗିରି ବ୍ଲକ ଅଧିନସ୍ଥ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ୭ଟି ସେତୁ ତିନିକୁଦି, ଶିରୁଲି କରମଳା ନିକଟସ୍ଥ ଦୁଇଟି ସେତୁ, ପଥରପଦା, ନିଖିଳ ଗୋବିନ୍ଦପୁର, କୁଅପଦା, ଚାଷପଡା ନିକଟସ୍ଥ ସେତୁ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଛି ।

ଚାଷପଡା, କୁଅପଦା ଓ ଶିରୁଲି କରମଳା ନିକଟସ୍ଥ ସେତୁ କାମ ଖୁବ ଶୀଘ୍ର ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି । ଅନ୍ୟ ସେତୁ ଗୁଡିକ ନିର୍ମାଣ କାମକୁ ତ୍ବରାନ୍ବିତ କରିବା ସହ ମଞ୍ଜୁର ପାଣ୍ଠିର ପ୍ରଭାବୀ ପରିଚାଳନା ଉପରେ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି । ସେହିଭଳି ବାରମ୍ବାର ଅବଗତ କରାଇବା ପରେ ଠିକ୍ ସମୟରେ କାମ ଶେଷ କରିବାରେ ଅବହେଳା କଲେ ସଂପୃକ୍ତ ଠିକାଦାରୀ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ କେତେକ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଜଣାଇଥିଲେ ।

ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନସ୍ଥ ୧୫ଟି ସ୍ଥାନରେ ୨୮ କୋଟି ୩୪ ଲକ୍ଷ ଟଙ୍କା ବିନିମୟରେ ୬୫ କିଲୋମିଟର ଦୈଘ୍ୟ ରାସ୍ତା ନିର୍ମାଣ କରାଯାଉଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ତିନୋଟି ସ୍ଥାନରେ ଏକ କୋଟି ୪୫ ଲକ୍ଷ ଟଙ୍କା ବିନିମୟରେ ୫ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି । ରାସ୍ତା ନିର୍ମାଣ କାମ ତୁରନ୍ତ ଶେଷ କରିବାକୁ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ବାଲିହରଚଣ୍ଡି ଠାରୁ ମୋଟୋ ଦେଇ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ତିଆରି ଆରମ୍ଭ ହେବ । କୃଷ୍ଣପ୍ରସାଦ ବ୍ଲକର କେତେକ ଗ୍ରାମ୍ୟ ସଡକ ତିଆରି ଉପରେ ମଧ୍ୟ ଆଲୋଚନା ହୋଇଛି ।

ଏପରିକି ବୃହତ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ରାସ୍ତା ପାର୍ଶ୍ବରେ ପାଇପ ବିଛାଇବା ବେଳେ ରାସ୍ତାର ସ୍ଥାୟୀତ୍ବ ଉପରେ ଗୁରୁତ୍ବ ନଦେଇ ରାସ୍ତା ଖୋଳାଯାଉଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପାନୀୟ ଜଳ ଯୋଗାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଅବଗତ କରାଯିବ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀବତ୍ସ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଙ୍ଖାଳି ବେହେରା, ସହକାରୀ ଯନ୍ତ୍ରୀ ଶ୍ରୀ ସୁରେନ୍ଦ୍ର କୁମାର ସିଂ, ସରୋଜ ପଣ୍ଡା, ରାଜକିଶୋର ପାଲ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.